ଓଡିଶା

odisha

ETV Bharat / bharat

5ମ ଥର ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ନିପ୍ୟୁ ରିଓ, ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ - Neiphiu Rio

5ମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ନିପ୍ୟୁ ରିଓ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶାହ ନଡ୍ଡା ଓ ବିଶ୍ବଶର୍ମା ସାମିଲ । ଅଧିକ ପଢନ୍ତୁ

5ମ ଥର ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ନିପ୍ୟୁ ରିଓ
5ମ ଥର ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ହେଲେ ନିପ୍ୟୁ ରିଓ

By

Published : Mar 7, 2023, 3:58 PM IST

କୋହିମା:5ମ ଥର ପାଇଁ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନିପ୍ୟୁ ରିଓ । ଆଜି ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ରାଜ୍ୟପାଳ ଲା.ଗଣେଶନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛନ୍ତି । ତେବେ ନାଗାଲାଣ୍ଡ ରାଜନୀତିରେ 5 ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ରେକର୍ଡ ସୃଷ୍ଟି କରିଛନ୍ତି ନିପ୍ୟୁ । ଆଜି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ନାଗାଲାଣ୍ଡର ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରୀୟ ମନ୍ତ୍ରୀ ଅଂଶଗ୍ରହଣ କରିବା ଏହା ପ୍ରଥମ ଘଟଣା ।

ଆଜିର କାର୍ଯ୍ୟକ୍ରମ ରାଜଧାନୀ ଶିଲଂର ସାସ୍କୃତିକ ହଲରେ ଆୟଜୋନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଏକାଧିକ କେନ୍ଦ୍ରୀୟ ମନ୍ତ୍ରୀ ଓ ପ୍ରାୟ ସମସ୍ତ ଉତ୍ତର-ପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଅଂଶଗ୍ରହଣ କାରଣରୁ ରାଜଧାନୀ କୋହିମା ସମେତ ସମଗ୍ର ରାଜ୍ୟରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । କେନ୍ଦ୍ରୀୟ ମନ୍ତ୍ରୀଙ୍କ ବ୍ୟତୀତ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା, ଅରୁଣାଚଳ ମୁଖ୍ୟମନ୍ତ୍ରୀ ପ୍ରେମା ଖାଣ୍ଡୁ, ମଣିପୁର ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂ,ସିକ୍କିମ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ ପ୍ରମୁଖ ମଧ୍ୟ ଏହି ଶପଥ ଗ୍ରହଣ ସମାରୋହରେ ଅଂଶଗ୍ରହଣ କରିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 3 ଉତ୍ତର-ପୂର୍ବ ରାଜ୍ୟର ଶପଥ ଗ୍ରହଣ ସମାରୋହ ପାଇଁ 2 ଦିନିଆ ଗସ୍ତରେ ଅଛନ୍ତି । ଆଜି ପୂର୍ବାହ୍ନରେ ସେ ମେଘାଳୟରେ କନାରାଡ ସାଙ୍ଗମାଙ୍କ ଶପଥ ଗ୍ରହଣ ସମାରୋହରେ ଅଂଶ ଗ୍ରହଣ କରିଥିଲେ । ମାତ୍ର କିଛି ଘଣ୍ଟା ବ୍ୟବଧାନରେ ସେ ଶିଲଂରେ ପହଞ୍ଚି ନିପ୍ୟୁ ରିଓଙ୍କ ଶପଥ ବିଧିରେ ମଧ୍ୟ ଯୋଗ ଦେଇଥିଲେ । ସେହିପରି ଆସନ୍ତାକାଲି ସେ ତ୍ରିପୁରା ଶପଥ ଗ୍ରହଣ ସମାରୋହରେ ମଧ୍ୟ ସାମିଲ ହେବେ । ଆଜି ଦୁଇ ରାଜ୍ଯର ଶପଥ ଗ୍ରହଣ ସମାରୋହ ଶେଷ ହୋଇଥିବା ବେଳେ ଆସନ୍ତାକାଲି ତ୍ରିପୁରାରେ ମାଣିକ ସାହା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ।

ନାଗାଲାଣ୍ଡରେ ମୋଟ 60 ଆସନ ମଧ୍ୟରୁ ନିପ୍ଯୁ ରିଓଙ୍କ ନେତୃତ୍ବାଧୀନ ମେଣ୍ଟ ମୋଟ 37 ଆସନ ହାସଲ କରି କ୍ଷମତା ବଜାୟ ରଖିବାରେ ସଫଳ ହୋଇଛି । ନିପ୍ୟୁ ରିଓଙ୍କ ଦଳ ଜାତୀୟ ଗଣତାନ୍ତ୍ରିକ ପ୍ରଗତିଶୀଳ ପାର୍ଟି (NDPP) ଏକାକୀ 25 ଆସନ ହାତେଇବାରେ ସଫଳ ହୋଇଛି । ଯାହା ଦଳର ଗତ ନିର୍ବାଚନ (2018) ରେ ପ୍ରଦର୍ଶନ ଠାରୁ ସାମାନ୍ୟ ଭଲ ରହିଛି । ସେହିପରି ନିପ୍ୟୁଙ୍କ ଦଳର ସହଯୋଗୀ ଥିବା ଭାରତୀୟ ଜନତା ପାର୍ଟି ମୋଟ 12 ଆସନରେ ଜିତିବାରେ ସଫଳତା ପାଇଛି । ନିପ୍ୟୁ ରିଓ ଉତ୍ତର- ଅନଗାମୀ-2 ଆସନରୁ ନିର୍ବାଚନ ଲଢିଥିବା ବେଳେ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା କଂଗ୍ରେସ ପ୍ରାର୍ଥୀ ସେୟିଭିଲେ ସାଚୁ (Seyievilie Sachu)ଙ୍କୁ 15 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାଜିତ କରିଥି ନାଗାଲାଣ୍ଡର 5ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details