ଓଡିଶା

odisha

ETV Bharat / bharat

ସମ୍ବେଦନଶୀଳ ଅଙ୍ଗକୁ କାମୁଡ଼ି ଦେଲା ପୋଷା କୁକୁର, ଯୁବକ ଗୁରୁତର - ଲକ୍ଷ୍ନୌରେ କୁକୁର ଆକ୍ରମଣରେ ଯୁବକ ଗୁରୁତର

ଯୁବକଙ୍କ ଉପରେ ଆକ୍ରମଣ କରି ଲହୁଲୁହାଣ କଲା କୁକୁର । ଲକ୍ଷ୍ନୌର କୃଷ୍ଣ ନଗର ଥାନା ଅନ୍ତର୍ଗତ ପ୍ରେମ ନଗର ଅଞ୍ଚଳରେ ଜଣେ ଯୁବକଙ୍କ ସମ୍ବେଦନଶୀଳ ଅଙ୍ଗ(Private Part)କୁ କାମୁଡ଼ି ଦେବାରୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଧିକ ପଢ଼ନ୍ତୁ

Dog bites young Man in Lucknow
କୁକୁର ଆକ୍ରମଣରେ ଯୁବକ ଗୁରୁତର

By

Published : Sep 11, 2022, 4:22 PM IST

ଲକ୍ଷ୍ନୌ:କୁକୁର ଆକ୍ରମଣରେ ଯୁବକ ଗୁରୁତର (Dog bites young Man in Lucknow )। ଲକ୍ଷ୍ନୌର କୃଷ୍ଣ ନଗର ଥାନା ଅନ୍ତର୍ଗତ ପ୍ରେମ ନଗର ଅଞ୍ଚଳରେ ଜଣେ ଯୁବକଙ୍କୁ କାମୁଡ଼ି ଲହୁଲୁହାଣ କଲା କୁକୁର । ତାଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗ(Private Part)ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଆହାତ ଯୁବକକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ କୁକୁର ମାଲିକଙ୍କୁ ଗିରଫ କରିଛି । ଆହତ ଯୁବକ ଜଣକ ହେଲେ ସଂକଳ୍ପ ନିଗମ ।

କାମୁଡ଼ା କୁକୁରକୁ ଗରାରା ଶ୍ବାନ କେନ୍ଦ୍ରକୁ ନେଉଛନ୍ତି ନଗର ନିଗମ ଟିମ

ସୂଚନା ଅନୁଯାୟୀ, ପ୍ରେମ ନଗରରେ ରହୁଥିବା ସଂକଳ୍ପ ନିଗମ ଶୁକ୍ରବାର ରାତି 10ଟା ସମୟରେ ଭଜନ ସମାରୋହ ଦେଖି ଘରକୁ ଫେରିଥିଲେ । ଏହି ସମୟରେ ପଡ଼ୋଶୀ ଘରର କୁକୁର ତାଙ୍କ ଉପରେ ଆତର୍କିତ ଭାବେ ଆକ୍ରମଣ କରିଥିଲା । ତାଙ୍କ ଶରୀରର ସମ୍ବେଦନଶୀଳ ଅଙ୍ଗ(Private Part)ରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ଆହତ ଯୁବକଙ୍କ ଅଭିଯୋଗ ଅନୁଯାୟୀ, ଆକ୍ରମଣ ସମୟରେ କୁକୁର ମାଲିକ ସେଠାରେ ଉପସ୍ଥିତ ଥିଲେ । ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ହେଁ ତାଙ୍କୁ କୌଣସି ପ୍ରକାରର ସାହାଯ୍ୟ କରିନଥିଲେ କୁକୁର ମାଲିକ । ଏହାପରେ ସଂକଳ୍ପ ନିଜେ ନିଜର ଚିକିତ୍ସା ପାଇଁ ନିକଟସ୍ଥ ଲୋକ ବନ୍ଧୁ ହସପିଟାଲକୁ ଯାଇଥିଲେ । ତେବେ ସଂକଳ୍ପର ଅବସ୍ଥା ଗୁରୁତର ଥିବାରୁ ତାଙ୍କର ଅଧିକ ଚିକିତ୍ସା ନିମନ୍ତେ ମେଡିକାଲ କଲେଜକୁ ରେଫର କରାଯାଇଥିଲା । ମେଡିକାଲ କଲେଜରେ ଦୁଇ ଦିନ ଧରି ଚିକିତ୍ସା କରାଯିବା ପରେ ସଂକଳ୍ପର ମୂତ୍ରାଶୟ ନଳୀ ନଷ୍ଟ ହୋଇଯାଇଥିବା ଡାକ୍ତର ସୂଚନା ଦେଇଥିଲେ । ଆହାତ ସଂକଳ୍ପଙ୍କର ଅଧିକ ଦିନ ଧରି ଚିକିତ୍ସା ଚାଲିବ ବୋଲି ମେଡିକାଲ ସୁତ୍ରରୁ ଜଣାପଡ଼ିଛି ।

ଏହା ମଧ୍ୟ ପଢ଼ନ୍ତୁ:ଲିଫ୍ଟରେ ବାଳକଙ୍କୁ ଆକ୍ରମଣ କଲା ଏକ ପୋଷା କୁକୁର, ସହାଯ୍ୟ ନକରି ଚାଲିଗଲେ କୁକୁରର ମାଲିକାଣି

ସେପଟେ ସଂକଳ୍ପର ଅଭିଯୋଗ ଆଧାରରେ କୃଷ୍ଣ ନଗର ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । କୁକୁର ମାଲିକଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଘଟଣାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ କୁକୁର ମାଲିକଙ୍କୁ ଗିରଫ କରିବା ସହ ନଗର ନିଗମ ଜିମାରେ କୁକୁରକୁ ଛାଡିଛି । ନଗର ନିଗମର ଟିମ କୁକୁର ଇନ୍ଦିରା ନଗର ସ୍ଥିତ ଗରାରା ଶ୍ବାନ କେନ୍ଦ୍ରରେ ରଖିଛି । କୁକୁରଟିକୁ ଶ୍ବାନ କେନ୍ଦ୍ରରେ ୧୫ଦିନ ରଖାଯିବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟଯେ, ନିକଟରେ କେସରବାଗ ଅଞ୍ଚଳରେ ପୋଷା କୁକୁର କାମୁଡିବା ଯୋଗୁଁ ଅବସରପ୍ରାପ୍ତ ଶିକ୍ଷକ ସୁଶୀଲ ତିୱାରୀଙ୍କ ମୃତ୍ୟୁ ହୋଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ:ଲିଫ୍ଟରେ କୁକୁର ଆତଙ୍କ, ଫୁଡ୍‌ ଡେଲିଭେରୀ ବୟ୍‌ଙ୍କୁ କାମୁଡି ଲହୁଲୁହାଣ କଲା

ମହାରାଷ୍ଟ୍ରରରେ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଲିଫ୍ଟ ଭିତରେ ଫୁଡ୍‌ ଡେଲିଭେରୀ ବୟ୍‌ଙ୍କୁ ଏକ କୁକୁର କାମୁଡ଼ି ଲହୁଲୁହାଣ (Dog bites food delivery boy) କରିଥିଲା । ମହାରାଷ୍ଟ୍ରର ପାନଭେଲ୍‌ ଅଞ୍ଚଳରେ ଏଭଳି ଏକ ଚିତ୍ର ଦେଖିବାକୁ ମିଳିଥିଲା । ଜଣେ ଫୁଡ ଡେଲିଭେରୀ ବୟ ଲିଫ୍ଟ ପାଇଁ ଅପେକ୍ଷା କରିଥିଲେ । ଲିଫ୍ଟ ଖୋଲିବା କ୍ଷଣି ଯୁବକଙ୍କ ସମ୍ବେଦନଶୀଳ ଅଙ୍ଗ(Private Part)କୁ କାମୁଡ଼ି ଦେଇଥିଲା ପୋଷା କୁକୁର । ଯୁବକ ଜଣକ ଖାଦ୍ୟ ଡେଲିଭେରୀ ଦେବାକୁ ଆସିଥିଲେ । କୁକୁର କାମୁଡ଼ାର ଶିକାର ହେବାପରେ ତାଙ୍କୁ ଡିୱାଇ ପାଟିଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଗତ ଅଗଷ୍ଟ ୨୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଏହା ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details