ଓଡିଶା

odisha

ETV Bharat / bharat

NEET-PG Counselling Delay: ରାଜରାସ୍ତାରେ ଡାକ୍ତରଙ୍କ ଧାରଣା ଜାରି - ନିଟ ପିଜି କାଉନସେଲିଂରେ ବିଳମ୍ବ

PG ଡାକ୍ତରୀ ଛାତ୍ରଙ୍କ ଉପରେ ପୋଲିସର ଅମାନବୀୟ ଆକ୍ରମଣ ପରେ ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ବଳବତ୍ତର ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଡାକ୍ତର । ଅଧିକ ପଢନ୍ତୁ

ରାଜରାସ୍ତାରେ ଡାକ୍ତରଙ୍କ ଧାରଣା ଜାରି
ରାଜରାସ୍ତାରେ ଡାକ୍ତରଙ୍କ ଧାରଣା ଜାରି

By

Published : Dec 28, 2021, 1:23 PM IST

ନୂଆଦିଲ୍ଲୀ: NEET-PG କାଉନସେଲିଂରେ ବିଳମ୍ବ ନେଇ ଜାତୀୟ ରାଜଧାନୀରେ ଡାକ୍ତରଙ୍କ ଆନ୍ଦୋଳନ ଜାରି ରହିଛି । ଗତକାଲି ପୋଲିସ ଓ ଡାକ୍ତର ଧସ୍ତାଧସ୍ତି ହୋଇଥିଲେ । ପୋଲିସ ଅମାନବୀୟ ଭାବେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଦାବି ପୂରଣ ନ ହେବା ଯାଏଁ ଆନ୍ଦୋଳନ ବଳବତ୍ତର ରହିବ ବୋଲି କହିଛନ୍ତି ଆନ୍ଦୋଳନରତ ଡାକ୍ତର ।

ପ୍ରାୟ ୧ ମାସ ହେବ ଫେଡେରେସନ ଅଫ ରେସିଡେଣ୍ଟ ଡାକ୍ତର ଆସୋସିଏସନ (FORDA) ପକ୍ଷରୁ ଆନ୍ଦୋଳନ ଜାରି ରହିଛି । ଗତକାଲି ସେମାନେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବାବେଳେ ୪୦୦୦ ଡାକ୍ତରଙ୍କୁ ସରୋଜିନୀ ନଗରରେ ଅଟକ ରଖିଥିଲା ପୋଲିସ । ଆନ୍ଦୋଳନରତ ମହିଳା ଡାକ୍ତରଙ୍କୁ ପୋଲିସ ଠେଲାପେଲା କରିଥିଲା । ଯେଉଁଥିରେ କିଛି ଡାକ୍ତରଙ୍କୁ ଆଘାତ ଲାଗିଥିଲା । ଡାକ୍ତରଙ୍କ ଏହି ଆନ୍ଦୋଳନ ପାଇଁ ୩ଟି ସରକାର ଡାକ୍ତରଖାନା ସଫଦରଗଞ୍ଜ, ଆରଏମଏଲ ଏବଂ ଲେଡି ହାଡିଂରେ ଚିକିତ୍ସା ସେବା ବ୍ୟାହତ ହୋଇଛି ।

ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମେ ସଫଦରଜଙ୍ଗ ହସ୍ପିଟାଲରୁ ଆମର ଆନ୍ଦୋଳନ ଜାରି ରଖିବାକୁ ନିଷ୍ପତ୍ତି ନେଇଛୁ । ସହରରେ ରାତ୍ରି କର୍ଫ୍ୟୁ ଲାଗୁ ହୋଇଥିବାରୁ ଆମେ ସଫଦରଜଙ୍ଗକୁ ଫେରିଛୁ ଏବଂ ସେଠାରୁ ଆମର ବିରୋଧ ଜାରି ରଖିବୁ ବୋଲି ଏଫଓଆରଡିଏ ସାଧାରଣ ସମ୍ପାଦନ କୁଳ ସୌରଭ କୌସିକ କହିଛନ୍ତି । ହାଡଭଙ୍ଗା ଶୀତରେ ଡାକ୍ତରମାନେ ଆନ୍ଦୋଳନ ଜାରି ରଖିଛନ୍ତି ।

ଆହୁରି ପଢନ୍ତୁ...NEET-PG କାଉନସେଲିଂରେ ବିଳମ୍ବ, ରାସ୍ତାକୁ ଓହ୍ଲାଇଲେ ଡାକ୍ତରୀ ଛାତ୍ର

ଗତକାଲି ହୋଇଥିବା ଘଟଣା ଦେଶର ସ୍ବାସ୍ଥ୍ୟ କ୍ଷେତ୍ରରେ ଇତିହାସରେ ଏକ କଳା ଦିବସ। ଦିଲ୍ଲୀର NEET PG କାଉନସେଲିଂ 2021କୁ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିବା ରେସିଡେଣ୍ଟାଲ୍ ଡାକ୍ତରମାନେ ପୋଲିସ୍ ଦ୍ବାରା ଅତି ନିର୍ମମ ଭାବରେ ଅତ୍ୟାଚାର କରାଯାଇଛି । ପୋଲିସର ଏ କାର୍ଯ୍ୟକୁ ନିନ୍ଦା କରାଯାଇଛି । ଆମେ ଦେଶର ସମସ୍ତ ରାଜ୍ୟ ଆରଡିଏମାନଙ୍କୁ ଏହି ଆନ୍ଦୋଳନରେ ଯୋଗଦେବାକୁ ଅନୁରୋଧ କରିଛନ୍ତି ଆନ୍ଦୋଳନରତ ଡାକ୍ତର ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details