ନୂଆଦିଲ୍ଲୀ:ଚଳିତ ମାସ ୧୨ ତାରିଖରୁ ଆରମ୍ଭ ହେବNEET-PG ନାମ ଲେଖା ପାଇଁ କାଉନସିଲିଂ । ଆଜି (ରବିବାର) କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଏହି ଘୋଷଣା କରିଛନ୍ତି । ଡାକ୍ତରୀ ପାଠ୍ଯକ୍ରମରେ ଆଡମିଶନ ପାଇଁ ନ୍ୟାସନାଲ ଏଲିଜିବିଲିଟି ପ୍ରବେଶିକା ପରୀକ୍ଷା (NEET) ସ୍ନାତକୋତ୍ତର (PG) କାଉନସିଲିଂ ଆରମ୍ଭ ହେବା ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ କରିବା ସହ ସମସ୍ତ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
NEET-PG Counselling: 12 ତାରିଖରୁ ଆରମ୍ଭ, ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ବାସ୍ଥ୍ୟମନ୍ତ୍ରୀ - କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ
ଚଳିତମାସ ୧୨ ତାରିଖରୁ ଆରମ୍ଭ ହେବ NEET-PG କାଉନସିଲିଂ । ଟ୍ବିଟ କରି ସୂଚନା ଦେଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । OBC ପାଇଁ ପୂର୍ବ ସଂରକ୍ଷଣ ବଳବତ୍ତର ରହିବା ନେଇ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ
![NEET-PG Counselling: 12 ତାରିଖରୁ ଆରମ୍ଭ, ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ସ୍ବାସ୍ଥ୍ୟମନ୍ତ୍ରୀ NEET-PG counselling: 12 ତାରିଖରୁ ଆରମ୍ଭ ହେବା କାଉନସିଲିଂ](https://etvbharatimages.akamaized.net/etvbharat/prod-images/768-512-14139281-thumbnail-3x2-hjgjkg.jpg)
NEET-PG counselling: 12 ତାରିଖରୁ ଆରମ୍ଭ ହେବା କାଉନସିଲିଂ
ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏହା ଦେଶର କୋଭିଡ ବିରୋଧି ଲଢେଇକୁ ଅଧିକ ଶକ୍ତି ଦେବ । ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ଗତ ଶୁକ୍ରବାର ଉଭୟ NEET-PG ଏବଂ UGରେ ସର୍ବ-ଭାରତୀୟ କୋଟା (AIQ) ସିଟରେ ଥିବା ଅନ୍ୟ ପଛୁଆ ଶ୍ରେଣୀ (OBC) ସଂରକ୍ଷଣର ବୈଧତାକୁ ସୁପ୍ରିମକୋର୍ଟ ବଳବତ୍ତର ରଖିବା ସହ କାଉନସିଲିଂ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । NEET-PG କାଉନସିଲିଂରେ ବିଳମ୍ବକୁ ନେଇ ସାରା ଦେଶରେ ରେସିଡେନ୍ସ ଡାକ୍ତରଙ୍କ ଦ୍ବାରା ପ୍ରାୟ ଗତ ଏକ ମାସ ଧରି ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଲାଗି ରହିଥିଲା ।
ANI