ଓଡିଶା

odisha

By

Published : Aug 14, 2023, 8:01 PM IST

ETV Bharat / bharat

NEET Controversy: ରାଜ୍ୟପାଳଙ୍କ ସ୍ବାଧୀନତା ଦିବସ ଟି-ପାର୍ଟି ବର୍ଜନ କଲେ ଷ୍ଟାଲିନ

ତାମିଲନାଡୁରେ ଛାତ୍ର ଆତ୍ମହତ୍ୟା ପରେ ବଢୁଛି NEET ବିବାଦ । ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ମୁହାଁମୁହିଁ । ରାଜଭବନ ସ୍ବାଧୀନତା ଦିବସ ଟି-ପାର୍ଟି ବର୍ଜନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ । ଅଧିକ ପଢନ୍ତୁ

NEET controversy: ରାଜ୍ୟପାଳଙ୍କ ସ୍ବାଧୀନତା ଦିବସ ଟି-ପାର୍ଟିକୁ ବର୍ଜନ କଲେ ମୁଖ୍ୟମନ୍ତ୍ରୀ
NEET controversy: ରାଜ୍ୟପାଳଙ୍କ ସ୍ବାଧୀନତା ଦିବସ ଟି-ପାର୍ଟିକୁ ବର୍ଜନ କଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ:ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା (NEET)କୁ ନେଇ ତାମିଲନାଡୁରେ ରାଜନୀତି ଜୋର ଧରିବାରେ ଲାଗିଛି । ପରୀକ୍ଷାରେ ବିଫଳ ହେବା ପରେ ଗତ ଦୁଇ ଦିନ ମଧ୍ୟରେ ଜଣେ ଆଶାୟୀ ଛାତ୍ର ଓ ତାଙ୍କ ପିତାଙ୍କ ଆତ୍ମହତ୍ୟା ଅଭିଯୋଗ ପରେ ତାମିଲନାଡୁରେ NEET କୁ ଉଚ୍ଛେଦ କରିବାକୁ ଷ୍ଟାଲିନ ସରକାର ଆଇନଗତ ତର୍ଜମା ଆରମ୍ଭ କରିଛନ୍ତି । ହେଲେ ଏହି ପ୍ରସଙ୍ଗରେ ରାଜ୍ୟ ବିଧାନସଭାରେ ପାରିତ ହୋଇଥିବା ବିଲ୍‌କୁ ଅନୁମୋଦନ ଦେଉନାହାନ୍ତି ରାଜ୍ୟପାଳ । ତେଣୁ ସ୍ବାଧୀନତା ଦିବସ ସଂଧ୍ୟାରେ ରାଜ୍ୟପାଳଙ୍କ ଦ୍ବାରା ଆୟୋଜିତ ଟି-ପାର୍ଟିକୁ ଷ୍ଟାଲିନ ସରକାର ବର୍ଜନ ଘୋଷଣା କରିଛି ।

ଦୁଇ ଦିନ ପୂର୍ବେ ରାଜ୍ୟପାଳ ଆର.ଏନ ରବି ଏହି ପ୍ରସଙ୍ଗରେ ଏକ ବଡ ବୟାନ ଦେଇଥିଲେ । ରାଜ୍ୟରେ NEET କୁ ବାଦ ଦେବା ପାଇଁ ଷ୍ଟାଲିନ ସରକାର ବିଧାନସଭାରେ ଆଣିଥିବା ବିଲ୍‌କୁ ଅନୁମୋଦନ ଦେବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ ରାଜ୍ୟପାଳ । ଏହା ପରେ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ ବିବାଦ ବଢିଥିଲା । ମୁଖ୍ୟମନ୍ତ୍ରୀ ଷ୍ଟାଲିନ ରାଜ୍ୟପାଳଙ୍କ ଏହି ଆଭିମୁଖ୍ୟକୁ କଡା ନିନ୍ଦା କରିଥିଲେ । ରାଜ୍ୟରେ NEET ର ବାଧ୍ୟତାମୂଳକ ବ୍ୟବସ୍ଥାକୁ ବାଦ ଦେବା ପାଇଁ ପାରିତ ବିଲ୍‌ ଏବେ ରାଜ୍ୟପାଳଙ୍କ ଅନୁମୋଦନ ଅପେକ୍ଷାରେ ପଡିରହିଛି । ଅନ୍ୟପଟେ ଏହାକୁ ରାଜ୍ୟପାଳଙ୍କ ଅନୁମୋଦନ ବିନା ଅନ୍ୟ ଆଇନଗତ ଦୃଷ୍ଟିରୁ ମଧ୍ୟ ଷ୍ଟାଲିନ ସରକାର ତର୍ଜମା କରୁଛି ।


ଦୁଇ ଦିନ ତଳେ ରାଜ୍ୟରେ ଜଣେ ନିଟ୍‌ ଆଶାୟୀ ଛାତ୍ର ଦୁଇଥର ବିଫଳ ହେବା ପରେ ଆତ୍ମହତ୍ୟା କରଥିବା ଅଭିଯୋଗ ହୋଇଥିଲା । ଆଜି ସମ୍ପୃକ୍ତ ମୃତ ଛାତ୍ରଙ୍କ ପିତା ମଧ୍ୟ ପୁଅର ମୃତ୍ୟୁରେ ଭାଙ୍ଗିପଡି ଆତ୍ମହତ୍ୟା କରିଥିବା ଅଭିଯୋଗ ହେବା ପରେ ରାଜ୍ୟରେ ଏହାକୁ ନେଇ ସ୍ଥିତି ବିଗିଡାବରେ ଲାଗିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଶୋକ ପ୍ରକାଶ କରିବା ସହ ରାଜ୍ୟରେ ନିଟ୍‌ ଉଚ୍ଛେଦ ପାଇଁ ଆଇନଗତ ବିଚାର ବିମର୍ଶ ଜାରି ରହିଥିବା କହିଥିଲେ । ସେହି କ୍ରମରେ ଆସନ୍ତାକାଲି ସଂଧ୍ୟାରେ ରାଜ୍ଯପାଳଙ୍କ ଦ୍ବାରା ଆୟୋଜିତ ସ୍ବାଧୀନତା ଦିବସ ଟି-ପାର୍ଟିରେ ତାଙ୍କ ସରକାର ସାମିଲ ହେବ ନାହିଁ ବୋଲି ଷ୍ଟାଲିନ ଘୋଷଣା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁି:- ଭାଙ୍ଗିଗଲା NEET ସ୍ବପ୍ନ: ପୁଅ ପରେ ଜୀବନ ହାରିଲେ ବାପା, ଷ୍ଟାଲିନ୍‌ କହିଲେ ଯୁବଗୋଷ୍ଠୀଙ୍କୁ ରହିଛି ଆତ୍ମବିଶ୍ବାସର ଆବଶ୍ୟକତା

ପୂର୍ବରୁ ମଧ୍ୟ ଏକାଧିକ ପ୍ରସଙ୍ଗରେ ରାଜ୍ୟପାଳ ଆର.ଏନ ରବି ଓ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କ ମଧ୍ୟରେ ବିବାଦ ଲାଗି ରହିଛି । କେନ୍ଦ୍ର ସରକାର ରାଜ୍ୟପାଳଙ୍କ ମାଧ୍ୟମରେ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବା ସହ ସରକାରଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଷ୍ଟାଲିନ ଓ ତାଙ୍କ ଦଳ ଅଭିଯୋଗ କରିଆସିଛି । କେବଳ ତାମିଲନାଡୁ ନୁହେଁ ବରଂ ପ୍ରାୟ ସମସ୍ତ ଅଣବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଲାଗିରହିଛି । ହେଲେ କେନ୍ଦ୍ର ସରକାରଙ୍କ ସହ ସୁସମ୍ପର୍କ କାରଣରୁ ଓଡିଶା ଓ ଆନ୍ଧ୍ରରେ ଅଣବିଜେପି ସରକାର ଥିଲେ ସୁଦ୍ଧା ସେପରି କିଛି ସାମ୍ବିଧାନିକ ସଙ୍କଟ ଏପର୍ଯ୍ୟନ୍ତ ଦେଖିବାକୁ ମିଳିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details