ଓଡିଶା

odisha

ETV Bharat / bharat

ଆନ୍ଧ୍ରରେ ନିମ୍ବ ଗଛର ୧୦୦ତମ ଜନ୍ମଦିନ ପାଳନ - ଆନ୍ଧ୍ରରେ ନିମ ଗଛର ୧୦୦ତମ ଜନ୍ମଦିନ ପାଳନ

ଆନ୍ଧ୍ରପ୍ରଦେଶ ବାପାଟଲା ଜିଲ୍ଲାର ଧୁଲିପୁଡି ଗ୍ରାମରେ ୧୦୦ବର୍ଷ ବୟସ ଅବସରରେ ଏକ ନିମ୍ବ ଗଛର ଜନ୍ମଦିନ ପାଳନ କରାଯାଇଛି । ଅଧିକ ପଢନ୍ତୁ

ଆନ୍ଧ୍ରରେ ନିମ ଗଛର ୧୦୦ତମ ଜନ୍ମଦିନ ପାଳନ
ଆନ୍ଧ୍ରରେ ନିମ ଗଛର ୧୦୦ତମ ଜନ୍ମଦିନ ପାଳନ

By

Published : May 23, 2022, 3:11 PM IST

ଅମରାବତୀ: ବୃକ୍ଷ ହିଁ ଜୀବନ । ଆପଣ ମଣିଷର ଜନ୍ମଦିନ ପାଳନ ବିଷୟରେ ଅନେକ ଶୁଣିିଥିବେ । କିନ୍ତୁ ଗଛର ଜନ୍ମଦିନ ବିଷୟରେ କେବେ ଶୁଣିନଥିବେ । ଆନ୍ଧ୍ରପ୍ରଦେଶ ବାପାଟଲା ଜିଲ୍ଲାର ଧୁଲିପୁଡି ଗ୍ରାମରେ ୧୦୦ବର୍ଷ ବୟସ ଅବସରରେ ଏକ ନିମ୍ବ ଗଛର (Neem Tree) ଜନ୍ମଦିନ କରାଯାଇଛି । ଏହି ଜନ୍ମଦିନ ପାଳନ କରି ସେମାନେ ଗଛ ପ୍ରତି ରହିଥିବା ଭଲପାଇବାକୁ ଦର୍ଶାଇଛନ୍ତି ।

ସୂଚନା ଅନୁସାରେ, ଧୁଲିପୁଡି ଗ୍ରାମରେ ସ୍ୱର୍ଗତ ନୁଥୀ ସତ୍ୟନାରାୟଣ ୧୯୨୩ ମସିହା ମଇ ୨୧ ତାରିଖ ଦିନ ଗ୍ରାମର ରାଜାଗୋପାଲାସ୍ୱାମୀ ମନ୍ଦିର ସମ୍ମୁଖରେ ଏକ ନିମ୍ବ ଗଛ ଲଗାଇଥିଲେ । ମାତ୍ର ୫୦ ଟଙ୍କା ବ୍ୟୟରେ ଏହି ଗଛକୁ ମନ୍ଦିର ସାମ୍ନାରେ ପ୍ରତିଷ୍ଠା କରାଯାଇଥିଲା । ସେହି କାଳରୁ ଏହି ନିମ୍ବ ଗଛକୁ ପୂଜା କରାଯାଉଛି ।

ତେବେ ଚଳିତ ବର୍ଷ ଏହି ଗଛକୁ ୧୦୦ ବର୍ଷ ହୋଇଥିବା ବେଳେ ଏହି ଗଛର ଜନ୍ମଦିନ ପାଳନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଗ୍ରାମବାସୀଙ୍କ ସହାୟତାରେ ଗଛ ଚାରିପାଖରେ ଥିବା ରାଧାବାନ୍ଦାରେ ମରାମତି କାର୍ଯ୍ୟ କରାଯାଇଥିଲା । ଏହାସହ ଏହି ନିମ୍ବ ଗଛର ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା । ଭକ୍ତମାନଙ୍କୁ ବର୍ଷସାରା ଉତ୍ସବର ଆୟୋଜନ କରିବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ନୋଟି ଭେଙ୍କଟା ରାମଶର୍ମା, ନୋଟି ସିଭାପ୍ରସାଦ, ସାଇବାବୁ ପ୍ରମୁଖ ଏହି ଉତ୍ସବରେ ଯୋଗଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details