ଓଡିଶା

odisha

ETV Bharat / bharat

ବିଦେଶ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି ୧୦ ହଜାର ଭାରତୀୟ, ୬୦% କେବଳ ଆରବରେ - ବିଦେଶୀ ଜେଲରେ ଭାରତୀୟ କଏଦୀ

ବିଭିନ୍ନ ଦେଶର ଜେଲରେ ପ୍ରାୟ 10 ହଜାର ଭାରତୀୟ କାଟୁଛନ୍ତି ସଜ୍ଜା । ଆରବ ଦେଶ ଗୁଡିକରେ ପ୍ରାୟ ଅଧାରୁ ଅଧିକ । ଗୃହରେ ତଥ୍ୟ ରଖିଲେ ବିଦେଶ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ । ଅଧିକ ପଢନ୍ତୁ

ବିଭିନ୍ନ ଦେଶର ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି 10 ହଜାର ଭାରତୀୟ, 60 ପ୍ରତିଶତ କେବଳ ଆରବରେ
ବିଭିନ୍ନ ଦେଶର ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି 10 ହଜାର ଭାରତୀୟ, 60 ପ୍ରତିଶତ କେବଳ ଆରବରେ

By ETV Bharat Odisha Team

Published : Dec 7, 2023, 7:25 PM IST

ନୂଆଦିଲ୍ଲୀ:ବିଶ୍ବର ବିଭିନ୍ନ ଦେଶର ଜେଲରେ 9,521 ଭାରତୀୟ ଗିରଫ ହୋଇ ବନ୍ଦୀ ଜୀବନ କାଟୁଛନ୍ତି । ଯେଉଁମାନଙ୍କ ମଧ୍ୟରୁ ସର୍ବାଧିକ 60% ରୁ ଅଧିକ କେବଳ ଗଲ୍ଫ (ଆରବ ଦେଶ)ରେ ଥିବା ନେଇ ସରକାର ଆଜି (ଗୁରୁବାର) ରାଜ୍ୟସଭାରେ କହିଛନ୍ତି । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭି.ମୁରଲୀଧରନ୍ ରାଜ୍ୟସଭାରେ ବିଦେଶରେ ଭାରତୀୟ ବନ୍ଦୀଙ୍କ ସଂଖ୍ୟା ସମ୍ପର୍କରେ ସୂଚନା ଦେବା ସହ ସେମାନଙ୍କ ସୁରକ୍ଷା, ନିରାପତ୍ତା ଓ ଆଇନଗତ ଦିଗକୁ ସରକାର ପ୍ରାଧାନ୍ୟ ଦେଉଥିବା କହିଛନ୍ତି ।

କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ, ବିଦେଶରେ କେତେ ସଂଖ୍ୟକ ବିଚାରାଧୀନ ଭାରତୀୟ କଏଦୀ ରହିଛନ୍ତି ଓ ସେମାନଙ୍କ ଦେଶଓ୍ବାରୀ ତଥ୍ୟ ସମ୍ପର୍କରେ ପ୍ରଶ୍ନ କରିଥିଲେ । ଉତ୍ତର ରଖି ବିଭାଗୀୟ ମନ୍ତ୍ରୀ ମୁରଲୀଧରନ କହିଥିଲେ, ବିଶ୍ବର ବିଭିନ୍ନ ଦେଶରେ ମୋଟ 9,521 ଭାରତୀୟ ଏକଦୀ ରହିଛନ୍ତି । ସେଥିମଧ୍ୟରୁ ବିଭିନ୍ନ ଆରବ ଦେଶରେ ପ୍ରାୟ 60 ପ୍ରତିଶତ ବା 5,750 ଭାରତୀୟ ବନ୍ଦୀ ଅଛନ୍ତି । ଏମାନଙ୍କ ମଧ୍ୟରେ ସମ୍ପୃକ୍ତ ଦେଶରେ ରହୁଥିବା ବେଳେ ଅପରାଧିକ କାର୍ଯ୍ୟକଳାପ ଓ ସୀମାରେ ଅନୁପ୍ରବେଶ ମାମଲା ରହିଛି ।

ସେମାନଙ୍କ ମଧ୍ୟରୁ ସାଉଦି ଆରବିଆରେ 2,200 ଜଣ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ 2,143, କତାରରେ 752, ବାହାରିନରେ 110, କୁଏତରେ 410, ଓମାନରେ 135 ଜଣ ଭାରତୀୟ ଗିରଫ ହୋଇ ଅଛନ୍ତି । ସେହିପରି ଆରବ ଦେଶକୁ ବାଦ ଦେଲେ ଇରୋପୀୟ ଓ ଆମେରିକୀୟ ଦେଶରେ ମଧ୍ୟ ଭାରତୀୟ କଏଦୀ ରହିଛନ୍ତି । ସେମାନଙ୍କ ମଧ୍ୟରେ ବ୍ରିଟେନରେ 278 ଜଣ ଭାରତୀୟ ବନ୍ଦୀ ଥିବା ବେଳେ ଆମେରିକାରେ 170, ପାକିସ୍ତାନରେ 308, ନେପାଳରେ 1,227, ମାଲେସିଆରେ 309, ଚୀନରେ 180 ଓ ଇଟାଲୀରେ 165 ଜଣ ଭାରତୀୟ ଏକଦୀ ଥିବା ସରକାରଙ୍କ ନିକଟରେ ତଥ୍ୟ ରହିଛି । ଏଥିମଧ୍ୟରୁ ଏକାଧିକ ମାମଲା ବିଚାରାଧୀନ ରହିଛି । ପାକିସ୍ତାନ, ନେପାଳ ଓ ଚୀନ ପରି ଦେଶରେ ଅପରାଧିକ ମାମଲା ବ୍ୟତୀତ ଅଧିକାଂଶ ସୀମା ଅତିକ୍ରମଣ ମାମଲା ରହିଛି । ସେମାନଙ୍କୁ ସହଯୋଗ କରିବା ପାଇଁ ବିଦେଶ ମନ୍ତ୍ରଣାଳୟ ମଧ୍ୟ ନିରନ୍ତର ପ୍ରୟାସ ଜାରି ରଖିଥିବା ମନ୍ତ୍ରୀ ମୁରଲୀଧରନ ଗୃହକୁ ଅବଗତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ମୃତ୍ୟୁ ଦଣ୍ଡାଦେଶ ପାଇଥିବା 8 ଭାରତୀୟଙ୍କୁ କତାରରେ ଜେଲରେ ଭେଟିଲେ ଭାରତୀୟ ରାଷ୍ଟ୍ରଦୂତ

ଅନ୍ୟପଟେ ଆଜି ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି ମଧ୍ୟ ଗୁପ୍ତଚରଗିରି ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ପାଇ କତାର ଜେଲରେ ଥିବା 8 ଭାରତୀୟ ପୂର୍ବତନ ନୌସେନା ଅଧିକାରୀଙ୍କ ସମ୍ପର୍କରେ ବଡ ସୂଚନା ଦେଇଛନ୍ତି । ଡିସେମ୍ବର 3 ତାରିଖରେ ସେମାନଙ୍କୁ ଭାରତୀୟ ରାଷ୍ଟ୍ରଦୂତ ଜେଲରେ ଭେଟିଥିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗରେ କତାର ପ୍ରତିପକ୍ଷଙ୍କ ସହ ଆଲୋଚନା କରିଛନ୍ତି । ସେମାନଙ୍କୁ ସମସ୍ତ ଆଇନଗତ ସାହାଯ୍ୟ ଯୋଗାଉଛି । ଭାରତ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ବିଚାର କରୁଛି ବୋଲି ବାଗଚି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details