ଓଡିଶା

odisha

ETV Bharat / bharat

ଆଦାନୀ ଗ୍ରୁପ ହାତକୁ ଯିବ NDTV ! ଇସ୍ତଫା ଦେଲେ ପ୍ରଣୟ ରୟ ଓ ରାଧିକା - ପ୍ରଣୟ ରୟ

ଶିଳ୍ପପତି ଆଦାନୀଙ୍କ ହାତକୁ ଯିବ NDTV । ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିମିଟେଡର ବୋର୍ଡ ଅଫ୍ ଡାଇରେକ୍ଟର ପଦରୁ ଇସ୍ତଫା ଦେଲେ ପ୍ରଣୟ ରୟ ଏବଂ ତାଙ୍କ ପତ୍ନୀ ରାଧିକା ।

ଆଦାନୀ ଗ୍ରୁପ ହାତକୁ ଯିବ NDTV ! ଇସ୍ତଫା ଦେଲେ ପ୍ରଣୟ ରୟ ଓ ରାଧିକା
ଆଦାନୀ ଗ୍ରୁପ ହାତକୁ ଯିବ NDTV ! ଇସ୍ତଫା ଦେଲେ ପ୍ରଣୟ ରୟ ଓ ରାଧିକା

By

Published : Nov 30, 2022, 8:41 AM IST

ନୂଆଦିଲ୍ଲୀ: ନିଉ ଦିଲ୍ଲୀ ଟେଲିଭିଜନ ଲିମିଟେଡ ବା NDTVର ମୁଖ୍ୟ ପ୍ରଣୟ ରୟ(Prannoy Roy) ଏବଂ ତାଙ୍କ ପତ୍ନୀ ରାଧିକା ରୟ ଇସ୍ତଫା ଦେଇଛନ୍ତି । ଉଭୟ ଆରଆରପିଆର ହୋଲ୍ଡିଂ ପ୍ରାଇଭେଟ ଲିମିଟେଡ(RRPR Holding Private Limited) ବୋର୍ଡର ଡାଇରେକ୍ଟର ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର NDTV ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ ଏକ ପତ୍ର ଲେଖି ଏ ସମ୍ପର୍କରେ ଅବଗତ କରାଯାଇଛି । RRPR ହୋଲ୍ଡିଂ NDTVର ପ୍ରମୋଟର କମ୍ପାନୀ ଅଟେ । ଏହା ନିକଟରେ ଏହି ଗଣମାଧ୍ୟମ ସଂସ୍ଥାର ୨୯.୧୮ ପ୍ରତିଶତ ଶେୟାର ରହିଛି । ଯାହାକୁ ଶିଳ୍ପପତି ଗୌଦମ ଆଦାନୀ କିଣିବାକୁ ଯାଉଛନ୍ତି ।

ସୂଚନା ମୁତାବକ, ନଭେମ୍ବର ୨୯ରେ RRPRHର ବୋର୍ଡ ଅଫ୍ ଡାଇରେକ୍ଟର ବୈଠକ ବସିଥିଲା । ଏଥିରେ ପ୍ରଣୟ ରୟ ଏବଂ ରାଧିକା ରୟଙ୍କ ଇସ୍ତଫାକୁ ଗ୍ରହଣ କରାଯାଇଛି । ଏହାସହିତ RRPRH ସୁଦୀପ୍ତ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ଫଗୁଲିଆ, ସେନଥିଲ ସିନିହା ଚେଙ୍ଗଲଭରାୟଣଙ୍କୁ ବୋର୍ଡର ନୂଆ ଡାଇରେକ୍ଟର ଭାବେ ନିଯୁକ୍ତିକୁ ତତ୍କାଳ ମଞ୍ଜୁର କରିଛି ।

ଏହାମଧ୍ୟ ପଢନ୍ତୁ: NDTV ଅଂଶଧନ କିଣିବ ଆଦାନୀ ଗ୍ରୁପ

ପ୍ରକାଶଥାଉକି, ଚଳିତ ବର୍ଷ ଅଗଷ୍ଟରେ ଆଦାନୀ ଗ୍ରୁପର NDTVର ୨୯.୧୮ ପ୍ରତିଶତ ଶେୟାର କିଣିଥିଲା । ଏହାପରେ ଅଦାନୀ ଗ୍ରୁପ ଅପନ୍ ଅଫର ଜରିଆରେ ଏନଡିଟିଭିର ୨୬ ପ୍ରତିଶତ ଷ୍ଟକ ଅଧିଗ୍ରହଣ କରିବାକୁ ଘୋଷଣା କରିଥିଲା । ଏହାଦ୍ବାରା ଲୋକପ୍ରିୟ ଗଣମାଧ୍ୟମ ସଂସ୍ଥା ଏନଡିଟିଭିରେ ଆଦାନୀ ଗ୍ରୁପର ମୋଟ ଶେୟାର ୫୫.୧୮%କୁ ବୃଦ୍ଧି ପାଇବ । ଯାହାକି NDTVର ମାଲିକାନା ପାଇବା ପାଇଁ ଯଥେଷ୍ଟ ।

ABOUT THE AUTHOR

...view details