ଡେରାଡୁନ:ଚାରଧାମ ଯାତ୍ରା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ପକ୍ଷରୁ ପୁଣି ବ୍ୟାପକ ବ୍ୟବସ୍ଥା । ତେବେ ଚାରଧାମ ଯାତ୍ରା ଆରମ୍ଭର ୧୦ଦିନ ମଧ୍ୟରେ ୨୮ ଜଣ ଶ୍ରଦ୍ଧାଳୁଙ୍କୁ ମୃତ୍ୟୁ ହୋଇସାରିଲାଣି । ଏହାକୁ ନଜରରେ ରଖି ଉତ୍ତରାଖଣ୍ଡ ସରକାର ଓ ଶାସନ-ପ୍ରଶାସନ ପକ୍ଷରୁ ଏନଡିଆରଏଫ ଯବାନ(National Disaster Response Force) ମୁତୟନ କରିବା ଆରମ୍ଭ କରାଯାଇଛି ।
ସେହିପରି ଏନଡିଆରଏଫ ଯବାନଙ୍କ ମୁତୟନ ନେଇ ଉତ୍ତରାଖଣ୍ଡ ମୁଖ୍ୟ ଶାସନ ସଚିବ ଏସଏସ ସନ୍ଧୁ ଏହି ସୂଚନା ଦେଇଛନ୍ତି । ତେବେ ପ୍ରଥମ ଥର ପାଇଁ ଉତ୍ତରାଖଣ୍ଡ ଚାରଧାମ ଯାତ୍ରା ଲାଗି ଏନଡିଆରଏଫ ଯବାନ ମୁତୟନ ହୋଇଛନ୍ତି ବୋଲି ସନ୍ଧୁ କହିଛନ୍ତି । ଏଥିସହ ଶ୍ରଦ୍ଧାଳୁଙ୍କୁ ସାହାଯ୍ୟ କରିବା ଲାଗି ଦରକାର ପଡିଲେ ଏନଡିଆରଏଫ ସହ ସେନାର ସହଯୋଗ ନିଆଯିବ ବୋଲି ସେ କହିଛନ୍ତି ।