ଓଡିଶା

odisha

ETV Bharat / bharat

ଜାହାଙ୍ଗୀରପୁରୀରେ ଜବରଦଖଲ ଉଚ୍ଛେଦ ଜାରି, ବୁଲଡୋଜର ବୁଲିବା ପୂର୍ବରୁ ପୋଲିସର ଫ୍ଲାଗମାର୍ଚ୍ଚ

ଜାତୀୟ ରାଜଧାନୀ ଦିଲ୍ଲୀରେ ସାମ୍ପ୍ରତିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗୀରପୁରୀରେ ଆଜି ଅବୈଧ ନିର୍ମାଣକୁ ଭଙ୍ଗାଯିବ । ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଘୋଷଣା କରାଯାଇଛି । ଉତ୍ତେଜନା ଆଶଙ୍କାରେ ବହୁ ସଂଖ୍ୟାରେ ପୋଲିସ୍ ମୁତୟନ ହୋଇଛନ୍ତି । ଅଧିକ ପଢନ୍ତୁ

By

Published : Apr 20, 2022, 11:19 AM IST

ଜାହାଙ୍ଗୀରପୁରୀରେ 2ଦିନିଆ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି
ଜାହାଙ୍ଗୀରପୁରୀରେ 2ଦିନିଆ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି

ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ସାମ୍ପ୍ରତିକ ହିଂସାକାଣ୍ଡ ଘଟିଥିବା ଜାହାଙ୍ଗୀରପୁରୀରେ ଆଜି ଅବୈଧ ନିର୍ମାଣକୁ ଭଙ୍ଗାଯିବ । ଉତ୍ତର ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ଘୋଷଣା କରାଯାଇଛି । ଉତ୍ତେଜନା ଆଶଙ୍କାରେ ବହୁ ସଂଖ୍ୟାରେ ପୋଲିସ୍ ମୁତୟନ ହୋଇଛନ୍ତି । ବୁଲଡୋଜର ଚାଲିବା ପୂର୍ବରୁ ଅର୍ଦ୍ଧସାମରିକ ବାହିନୀର ଫ୍ଲାଗ୍‌ମାର୍ଚ୍ଚ କରିଛନ୍ତି ।

ଜାହାଙ୍ଗୀରପୁରୀରେ 2ଦିନିଆ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜାରି

ଏପ୍ରିଲ ୨୦ ଏବଂ ୨୧ ଦୁଇଦିନ ଧରି ବେଆଇନ୍‌ ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିବ । ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଉଚ୍ଛେଦ ସ୍ଥଳରେ ୪୦୦ ସୁରକ୍ଷାକର୍ମୀ ନିୟୋଜିତ ହେବେ ବୋଲି ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ କୁହାଯାଇଛି । ବେଆଇନ ଉଚ୍ଛେଦ ସମ୍ପର୍କରେ ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଏନଡିଏମସି ମେୟରଙ୍କୁ ଚିଠି ଲେଖିଥିଲେ । ଜାହାଙ୍ଗିରପୁରୀ ହିଂସାରେ ଯେଉଁମାନେ ଅଭିଯୁକ୍ତ ସମ୍ପୃକ୍ତ ଅଛନ୍ତି ସେମାନଙ୍କର ବେଆଇନ ନିର୍ମାଣକୁ ଉଚ୍ଛେଦ ପାଇଁ ଚିଠିରେ ଉଲ୍ଲେଖ ରହିଛି ।

ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବେଳେ କିଛି ଅସାମାଜିକ ବ୍ୟକ୍ତି ଏହା ଉପରୁ ଟେକା ପଥର ମାଡ଼ କରିଥିଲେ । ଏହି ଅସାମାଜିକ ଦଙ୍ଗାକାରୀଙ୍କୁ ସ୍ଥାନୀୟ ଆପ୍ ବିଧାୟକ ଏବଂ କାଉନସିଲର ସୁରକ୍ଷା ଦେଉଛନ୍ତି । ଫଳରେ ସେମାନେ ସେଠାରେ ବଡ଼ ଆକାରରେ ବେଆଇନ ନିର୍ମାଣମାନ କରିଛନ୍ତି । ତେଣୁ ଦଙ୍ଗାକାରୀଙ୍କ ବେଆଇନ ନିର୍ମାଣସ୍ଥଳ ଚିହ୍ନଟ କରି ଉଚ୍ଛେଦ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଗତ ଶନିବାର ଦିଲ୍ଲୀର ଜାହାଙ୍ଗିରପୁରୀରେ ଏକ ଧାର୍ମିକ ଶୋଭାଯାତ୍ରାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିବା । ହିଂସାରେ ୯ ଜଣ ଆହତ ହୋଇଛନ୍ତି । ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ 23 ଜଣଙ୍କୁ ଗିରଫ କରାଯାଇଛି ଏବଂ ଦୁଇଜଣ ନାବାଳକ ଅଛନ୍ତି । ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

@ANI

ABOUT THE AUTHOR

...view details