ଓଡିଶା

odisha

ETV Bharat / bharat

ବ୍ରହ୍ମପୁତ୍ରରେ ଚୀନର ବନ୍ଧ ନିର୍ମାଣ ପ୍ରସ୍ତାବ, ସ୍ଥିତି ଉପରେ ନଜର ରଖିଛି ଭାରତ

ବ୍ରହ୍ମପୁତ୍ର ନଦୀ ଉପରେ ଚୀନର ବନ୍ଧ ନିର୍ମାଣ ପ୍ରସଙ୍ଗରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ବୟାନ । ଭାରତ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର । ଅଧିକ ପଢନ୍ତୁ...

By

Published : Dec 3, 2020, 10:01 PM IST

ବ୍ରହ୍ମପୁତ୍ରରେ ଚୀନର ବନ୍ଧ ନିର୍ମାଣ ପ୍ରସ୍ତାବ, ସ୍ଥିତି ଉପରେ ନଜର ରଖିଛି ଭାରତ
ବ୍ରହ୍ମପୁତ୍ରରେ ଚୀନର ବନ୍ଧ ନିର୍ମାଣ ପ୍ରସ୍ତାବ, ସ୍ଥିତି ଉପରେ ନଜର ରଖିଛି ଭାରତ

ନୂଆଦିଲ୍ଲୀ: ବ୍ରହ୍ମପୁତ୍ର ନଦୀ ଉପରେ ଚୀନର ବନ୍ଧ ନିର୍ମାଣ ପ୍ରସଙ୍ଗରେ ବୟାନ ଦେଇଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଚୀନ ସାମ୍ନାରେ ଏହି ବିଷୟ ଉଠାଯାଇଥିବା କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଆମେ କହିଛୁ ଯେ ଉପର ଭାଗରେ ନିର୍ମାଣ ନିମ୍ନ ଅଞ୍ଚଳକୁ ପ୍ରଭାବିତ ନ କରିବା ଉଚିତ । ଏହା ସହିତ ସେ କହିଛନ୍ତି ଯେ ଚୀନ ପକ୍ଷ ଆମକୁ ଅନେକ ଥର ଅବଗତ କରାଇଛନ୍ତି ଯେ ସେମାନେ କେବଳ ନଦୀ ଜଳ ବିଦ୍ୟୁତ ପ୍ରକଳ୍ପ ଚଳାଉଛନ୍ତି । ଏଥିରେ ବ୍ରହ୍ମପୁତ୍ର ଜଳର ଦିଗ ପରିବର୍ତ୍ତନ ହେବ ନାହିଁ । ଭାରତ ସ୍ଥିତି ଉପରେ ନଜର ରଖିଥିବା କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚୀନ ତିବ୍ଦତର ବ୍ରହ୍ମପୁତ୍ର ନଦୀ ଉପରେ ଏକ ପ୍ରମୁଖ ବନ୍ଧ ନିର୍ମାଣ କରିବ ଏବଂ ଏହା ସହ ଜଡିତ ଏକ ପ୍ରସ୍ତାବ ଆସନ୍ତା ବର୍ଷ ଠାରୁ କାର୍ଯ୍ୟକାରୀ ହେବାକୁ ଥିବା ଚତୁର୍ଦ୍ଦଶ ବର୍ଷ ଯୋଜନାରେ ବିଚାର କରାଯାଇଛି । ଚୀନ ମଧ୍ୟ ଏଥିପାଇଁ ଏକ କମ୍ପାନୀକୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି ।

ବ୍ରହ୍ମପୁତ୍ର ନଦୀ ଭାରତ ଏବଂ ବାଂଲାଦେଶ ଦେଇ ପ୍ରବାହିତ ହେଉଛି । ଏଭଳି ପରିସ୍ଥିତିରେ ଚୀନର ଡ୍ୟାମ ନିର୍ମାଣ ପ୍ରସ୍ତାବ ନେଇ ଉଭୟ ଦେଶର ଚିନ୍ତା ବଢି ଚାଲିଛି । ଭାରତ ସରକାର ନିୟମିତ ଭାବରେ ନିଜର ମତ ଏବଂ ବିଚାରକୁ ଚୀନ୍ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଉଛନ୍ତି ଏବଂ ନଦୀର ଉପର ମୁଣ୍ଡରେ ନିର୍ମାଣ ନିମ୍ନ ଭାଗରେ ଜଡିତ ଦେଶର ସ୍ବାର୍ଥରେ କ୍ଷତି ନପହଞ୍ଚାଇବାକୁ ଚୀନକୁ ଅନୁରୋଧ କରାଯାଇଛି ।

ABOUT THE AUTHOR

...view details