ଓଡିଶା

odisha

ETV Bharat / bharat

PM Modi Speech: ବିକାଶ ହେବ ମୁଦ୍ଦା, ତୃତୀୟ ଥର NDA କ୍ଷମତା ଦଖଲ କରିବ: ପ୍ରଧାନମନ୍ତ୍ରୀ - ଏନଡିଏ ହେଉଛି ଅଟଳ ଜୀଙ୍କ ମାନସ ସନ୍ତାନ

ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବାଷ୍ପରୁଦ୍ଧ କଣ୍ଠରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିଂବଗତ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଥିଲେ । ମୋଦି କହିଥିଲେ ଏନଡିଏ ହେଉଛି ଅଟଳ ଜୀଙ୍କ ମାନସ ସନ୍ତାନ । ଅଟଳ ବିହାରୀ ବାଜପେୟୀଙ୍କ ବିରାସତ । ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ଆମକୁ ଆଗକୁ ନେବାକୁ ହେବ । ଏନଡିଏ ଗଠନରେ ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାଣୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ଏନଡିଏ ହେଉଛି ଆଞ୍ଚଳିକ ଆକାକ୍ଷାଂର ଏକ ସୁନ୍ଦର ଇନ୍ଦ୍ରଧନୁ । ଅଧିକ ପଢନ୍ତୁ

ବିକାଶକୁ ନେଇ ଲଢେଇ ହେବ, ତୃତୀୟ ଥର NDA କ୍ଷମତା ଦଖଲ କରିବ: ପ୍ରଧାନମନ୍ତ୍ରୀ
ବିକାଶକୁ ନେଇ ଲଢେଇ ହେବ, ତୃତୀୟ ଥର NDA କ୍ଷମତା ଦଖଲ କରିବ: ପ୍ରଧାନମନ୍ତ୍ରୀ

By

Published : Jul 18, 2023, 11:01 PM IST

ନୂଆଦିଲ୍ଲୀ: ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ(ଏନଡିଏ)ର ଗୁରୁତ୍ବପୂର୍ଣ୍ଣ ବୈଠକ ମଙ୍ଗଳବାର ସଂଧ୍ୟାରେ ନୂଆଦିଲ୍ଲୀ ଅଶୋକା ହୋଟେଲରେ ଆୟୋଜିତ ହୋଇଛି । ବୈଠକ ପରେ ଏନଡିଏ ସହଯୋଗୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଡିଏର ଅର୍ଥ ବୁଝାଇବା ସହ ମେଣ୍ଟର ଉଦ୍ଦେଶ୍ୟ, ଧର୍ମ, ଦାୟିତ୍ବ ଓ ସଂକଳ୍ପ ବୁଝାଇଛନ୍ତି । ଏତତ ବ୍ୟତୀତ ବିରୋଧୀ କଂଗ୍ରେସ ବିରୋଧରେ କଡା ପ୍ରହାର କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏହାବି ପଢନ୍ତୁ- NDA Vs INDIA: ୨୦୨୪ରେ ହେବ ଜୋରଦାର ଲଢେଇ, 38 ଉପରେ ଭାରିପଡିବ କି 26 ?

ଏନଡିଏ ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 1990 ଦଶକରେ କଂଗ୍ରେସ ଗଠବନ୍ଧନର ବ୍ୟବହାର ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିଲା । ସମାନ ସମୟରେ ଏନଡିଏ ଗଠନ ହୋଇ ଦେଶରେ ସ୍ଥିର ଓ ସ୍ଥାୟୀ ମେଣ୍ଟ ସରକାର ପାଇଁ ଉଦ୍ୟମ କଲା। ଏନଡିଏର ଉଦ୍ଦେଶ୍ୟ କାହାକୁ କ୍ଷମତାଚ୍ୟୁତ କରିବା ପାଇଁ ନଥିଲା କି ନାହିଁ । ଆମେ ଯେତେବେଳେ ବିପକ୍ଷରେ ଥିଲେ, ସକରାତ୍ମକ ରାଜନୀତି କରୁଥିଲେ । ଆମେ କେବେ ବି ନକରାତ୍ମକ ରାଜନୀତି କରୁନଥିଲୁ । ଆମେ ବିରୋଧୀ ଦଳରେ ଥାଇ ସରକାରଙ୍କ ନୀତିକୁ ବିରୋଧ କରୁଥିଲୁ । ସରକାରଙ୍କ ଘୋଟାଲାକୁ ପର୍ଦ୍ଦାଫାସ କରୁଥିଲୁ । କିନ୍ତୁ କେବେ ବି ଦେଶବାସୀଙ୍କ ଜନାଦେଶକୁ ଅପମାନ କରିନଥିଲୁ । ଆମେ କେବେ ବି ବିଦେଶୀ ଶକ୍ତିର ସହଯୋଗ ନେଇନଥିଲୁ ।

ବୈଠକକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବାଷ୍ପରୁଦ୍ଧ କଣ୍ଠରେ ପୂର୍ବତନ ପ୍ରଧାନମନ୍ତ୍ରୀ ଦିଂବଗତ ଅଟଳ ବିହାରୀ ବାଜପେୟୀଙ୍କୁ ମନେ ପକାଇଥିଲେ । ମୋଦି କହିଥିଲେ ଏନଡିଏ ହେଉଛି ଅଟଳ ଜୀଙ୍କ ମାନସ ସନ୍ତାନ । ଅଟଳ ବିହାରୀ ବାଜପେୟୀଙ୍କ ବିରାସତ । ଏହାର ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ଆମକୁ ଆଗକୁ ନେବାକୁ ହେବ । ଏନଡିଏ ଗଠନରେ ବରିଷ୍ଠ ରାଜନେତା ଲାଲକୃଷ୍ଣ ଆଡଭାଣୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ଏନଡିଏ ହେଉଛି ଆଞ୍ଚଳିକ ଆକାକ୍ଷାଂର ଏକ ସୁନ୍ଦର ଇନ୍ଦ୍ରଧନୁ । ଏହା ଦେଶ ପାଇଁ ଦେଶବାସୀଙ୍କ ପାଇଁ ସମର୍ପିତ । ଏନଡିଏର ବିଚାରଧାରା ହେଉଛି ଦେଶକୁ ବିକଶିତ କରିବା । ଲୋକଙ୍କ ସୁରକ୍ଷା ଦେଶର ବିକାଶ ହେଉଛି ଏହି ମେଣ୍ଟର ଲକ୍ଷ୍ୟ । ଏନଡିଏର ଏହି 25 ବର୍ଷ ଯାତ୍ରାରେ ଏକ ସଂଯୋଗ ହେଉଛି କି, ଆଗାମୀ 25 ବର୍ଷରେ ଯେତେବେଳେ ଦେଶ ଆଜାଦୀକା ସ୍ବର୍ଣ୍ଣିମ କାଳ ପାଳନ କରିବ ଏନଡିଏର ଭୂମିକା ଓ ଦାୟିତ୍ବ ଆହୁରି ବଢିଯାଇଛି । 25 ବର୍ଷ ପରେ ଦେଶବାସୀ ଅନୁଭବ କରିବେ ଏନଡିଏ କଣ କରିପାରିଛି ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଏନଡିଏ କାହାର ବିରୋଧରେ ତିଆରି ହୋଇନଥିଲା । ଏନଡିଏ କାହାକୁ କ୍ଷମତାରୁ ହଟାଇବା ପାଇଁ ହୋଇନଥିଲା । ଏନଡିଏର ଗଠନ ଦେଶର ରାଜନୀତିରେ ସ୍ଥିରତା ଆଣିବା ପାଇଁ ଗଠନ ହୋଇଥିଲା । ଆମର ଦେଶରେ ରାଜନୈତିକ ମେଣ୍ଟର ଏକ ଲମ୍ବା ପରମ୍ପରା ରହିଆସିଛି । କିନ୍ତୁ ଯେଉଁ ବି ମେଣ୍ଟ ନକରାତ୍ମକ ବିଚାରଧାରାରେ ଗଠନ ହୋଇଛି ତାହା ସଫଳ ହୋଇନାହିଁ। 90 ଦଶକରେ କଂଗ୍ରେସ ସରକାରରେ ଅସ୍ଥିରତା ଆଣିବା ପାଇଁ ମେଣ୍ଟ ଗଠନ କଲା, କଂଗ୍ରେସ ସରକାର ଗଠନ କଲା ସରକାର ଭାଙ୍ଗିଲା । ଯାହା ଦେଶପାଇଁ ବିପଦଜ୍ଜନକ ଥିଲା । ବିରୋଧୀଙ୍କୁ ସମାଲୋଚନାଛଳରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଗଠବନ୍ଧନ ବା କୌଣସି ମେଣ୍ଟ କ୍ଷମତାର ବାଧ୍ୟବାଧକତାରେ ହୁଏ , ଯେତେବେଳେ ଗଠବନ୍ଧନ ଭ୍ରଷ୍ଟାଚାର ପାଇଁ ହେବ, ଯେତେବେଳେ ଗଠବନ୍ଧନ ପରିବାରବାଦ ପାଇଁ ହେବ, ଯେତେବେଳେ ଗଠବନ୍ଧନ ଜାତିବାଦ ଓ ଆଞ୍ଚଳିକବାଦ ପାଇଁ ହେବ ସେତେବେଳେ ଏହି ଗଠବନ୍ଧନ ବହୁତ କ୍ଷତିକାରକ ହୋଇଥାଏ ।

ଏନଡିଏର ଅର୍ଥ ବୁଝାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଏନର ଅର୍ଥ- ନୂଆ ଭାରତ(New India), ଡିର ଅର୍ଥ- ବିକଶିତ ରାଷ୍ଟ୍ର( Developed Nation) ଓ ଏର ଅର୍ଥ ଆଙ୍କାକ୍ଷା ବା (Aspiration of People)

ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ରାଜନୀତିରେ ବିଚାରଧାରା ଭିନ୍ନ ହୋଇପାରେ । କିନ୍ତୁ ଶତ୍ରୁତା ନୁହେଁ । ଆମର ଭାବନା ଅଲଗା ହୋଇପାରେ । କିନ୍ତୁ ଲକ୍ଷ୍ୟ ଏକ, ଶସକ୍ତ ଭାରତ, ବିକାଶିତ ଭାରତ, ସୁଦୃଢ ଭାରତ । ଶାନ୍ତି, ମୈତ୍ରୀର ଭାରତର ଗଠନ । ହେଲେ ବର୍ତ୍ତମାନର ବିରୋଧୀ ଆମକୁ ଗାଳି ଦେଉଛନ୍ତି, ଦେଶର ଅପମାନ କରୁଛନ୍ତି। ଆମକୁ ନୀଚା ଦେଖାଇବା ପାଇଁ କୌଣସି ସୁଯୋଗ ଛାଡୁନାହାଁନ୍ତି । କିନ୍ତୁ ଦେଶରେ ଏନଡିଏ ସରକାର ଶାସନ କରୁଛି । ଏହି ଏନଡିଏ ସରକାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛି । ମୁଲାୟମ ସିଂ ଯାଦବ, ଶରଦ ପାୱାର, ଗୁଲାମନବୀ ଆଜାଦଙ୍କ ଭଳି ନେତାଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛି ।

ସହଯୋଗୀ ଦଳଙ୍କୁ ଶକ୍ତି ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶରେ ସାଧାରଣ ନିର୍ବାଚନକୁ ଆଉ କିଛି ମାସ ବାକି ରହିଛି । ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଏନଡିଏ ମିଳିତ ଭାବେ ଲଢିବ । 2024 ସାଧାରଣ ନିର୍ବାଚନ ବିକାଶ ବନାମ ଭ୍ରଷ୍ଟାଚାର ବିରୋଧରେ ହେବ । ଦେଶବାସୀ ଏନଡିଏକୁ ତୃତୀୟ ଥର ପାଇଁ ଆଶିର୍ବାଦ ଦେବେ । କାରଣ 2014 ରେ 38 ପ୍ରତିଶତ ପରେ 2019 ରେ 44 ପ୍ରତିଶତ ଭୋଟ ଦେଇ ବିଶ୍ବାସକୁ ସୁଦୃଢ କରିଛନ୍ତି । ତେଣୁ ତୃତୀୟ ଥର ପାଇଁ ଏନଡିଏ ଦେଶର ସେବା କରିବ ବୋଲି ମୋଦି କହିଛନ୍ତି । ଏତତ ବ୍ୟତୀତ ନିଜ ଜୀବନର ପ୍ରତିକ୍ଷଣ ଦେଶପାଇଁ ଓ ସମ୍ପୂର୍ଣ୍ଣ ଶରୀର ଦେଶର ସେବା ପାଇଁ ସମର୍ପିତ ବୋଲି କହିଛନ୍ତି ।

ABOUT THE AUTHOR

...view details