ଓଡିଶା

odisha

By

Published : Jun 21, 2022, 11:06 PM IST

Updated : Jun 28, 2022, 12:53 PM IST

ETV Bharat / bharat

President Elections: ପ୍ରଥମ ଓଡିଆ ଭାବେ ଦ୍ରୌପଦୀ ମୁର୍ମୁ ହେବେ ରାଷ୍ଟ୍ରପତି !

ରାଷ୍ଟ୍ରପତି ନିର୍ବାଚନ (President Elections) ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ନିଜ ପ୍ରାର୍ଥୀତ୍ବ ଘୋଷଣା କରିଛି । ଏନଡିଏ ପ୍ରାର୍ଥୀତ୍ବ ଘୋଷଣା ପରେ ବିଶେଷ କରି ଓଡିଶାରେ ଖୁସିରେ ଲହରୀ ଖେଳିଯାଇଛି । କାରଣ ଆଦିବାସୀ ନେତ୍ରୀ ପୂର୍ବତନ ମନ୍ତ୍ରୀ ପୂର୍ବତନ ଝାଡଖଣ୍ଡ ରାଜ୍ୟପାଳ (former Jharkhand Governor) ) ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

ପ୍ରଥମ ଓଡିଆ ଭାବେ ଦ୍ରୌପଦୀ ମୁର୍ମୁ ହେବେ ରାଷ୍ଟ୍ରପତି !
ପ୍ରଥମ ଓଡିଆ ଭାବେ ଦ୍ରୌପଦୀ ମୁର୍ମୁ ହେବେ ରାଷ୍ଟ୍ରପତି !

ଭୁବନେଶ୍ବର/ବାରିପଦା: ରାଷ୍ଟ୍ରପତି ନିର୍ବାଚନ (President Elections) ପାଇଁ ବିଜେପି ନେତୃତ୍ବାଧୀନ ଏନଡିଏ ନିଜ ପ୍ରାର୍ଥୀତ୍ବ ଘୋଷଣା କରିଛି । ଏନଡିଏ ପ୍ରାର୍ଥୀତ୍ବ ଘୋଷଣା ପରେ ବିଶେଷ କରି ଓଡିଶାରେ ଖୁସିରେ ଲହରୀ ଖେଳିଯାଇଛି । କାରଣ ଆଦିବାସୀ ନେତ୍ରୀ ପୂର୍ବତନ ମନ୍ତ୍ରୀ ପୂର୍ବତନ ଝାଡଖଣ୍ଡ ରାଜ୍ୟପାଳ (former Jharkhand Governor) ) ଦ୍ରୌପଦୀ ମୁର୍ମୁ (Draupadi Murmu) ଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀନୀ ଭାବେ ବିଜେପି ସଭାପତି ଘୋଷଣା କରିଛନ୍ତି । ଦ୍ରୌପଦୀଙ୍କ ନାଁ ଘୋଷଣା କରି ବିଜେପି ଆଦିବାସୀ ଓ ମହିଳା କାର୍ଡ ଖେଳିଛି ।

ପ୍ରଥମ ଓଡିଆ ଭାବେ ଦ୍ରୌପଦୀ ମୁର୍ମୁ ହେବେ ରାଷ୍ଟ୍ରପତି !

କିଏ ଦ୍ରୌପଦୀ ମୁର୍ମୁ...

୨୦ ଜୁନ ୧୯୫୮ରେ ମୟୂରଭଞ୍ଜ ଜିଲ୍ଲା ବାଇଦପୋଶୀ ଗ୍ରାମରେ ଜନ୍ମ ଗ୍ରହଣ କରିଛନ୍ତି ଦ୍ରୌପଦୀ ମୁର୍ମୁ । 64 ବର୍ଷୀୟ ଦ୍ରୌପଦୀ ଯଦି ରାଷ୍ଟ୍ରପତି ନିର୍ବାଚିତ ହୁଏନ୍ତି, ତେବେ ରାଜ୍ୟର ପ୍ରଥମ କୌଣସି ନାଗରିକ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ ହେବେ । ସାନ୍ତାଳୀ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଥିବା ଦ୍ରୌପଦ୍ରୀଙ୍କ ପିତା ଥିଲେ ବିରଞ୍ଚି ନାରାୟଣ ଟୁଡୁ । ମୟୂରଭଞ୍ଜରେ ପ୍ରାଥମିକ ଶିକ୍ଷା ଶେଷ ପରେ ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟରୁ ଉଚ୍ଚଶିକ୍ଷା ଶେଷ ପରେ ଶିକ୍ଷୟିତ୍ରୀ ଭାବେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ ।

ରାଜନୈତିକ ଜୀବନ...

ଦ୍ରୌପଦୀ ବର୍ଷ ୧୯୯୭ ମସିହାରେ ସେ ରାଜନୀତିରେ ପାଦ ଥାପିଥିଲେ। ପ୍ରଥମେ ବିଜେପିର ଜଣେ ସାଧାରଣ କର୍ମୀ ଭାବେ ଦଳର କାର୍ଯ୍ୟକ୍ରମରେ ସାମିଲ ହୋଇ କାମ କରିଥିଲେ । ସମୟକ୍ରମେ ମୟୂରଭଞ୍ଜ ଜିଲ୍ଲା ବିଜେପି ସଭାପତି ହୋଇଥିଲେ । ପ୍ରଥମଥର କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଦଳ ଆଦିବାସୀ ମୋର୍ଚ୍ଚାର ଉପସଭାପତି ଦାୟିତ୍ବ ଦେଇଥିଲା ।

ପ୍ରଥମ ଥର ବିଧାୟକ...

ଦ୍ରୌପଦୀ ମୁର୍ମୁ ମୟୂରଭଞ୍ଜ ରାଇରଙ୍ଗପୁରରୁ ପ୍ରଥମେ ୨୦୦୦ ମସିହାରେ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ପରେ ଦ୍ବିତୀୟ ଥର ପାଇଁ ୨୦୦୪ ମସିହାରେ ବିଜୟୀ ହୋଇ 2009 ମସିହା ପର୍ଯ୍ୟନ୍ତ ଓଡିଶା ବିଧାନସଭାର ସଦସ୍ୟ ଭାବେ କାମ କରିଥିଲେ । ବର୍ଷ 2007 ରେ ଶ୍ରେଷ୍ଠ ବିଧାୟିକା ଭାବେ ପୁରସ୍କୃତ ହୋଇଥିଲେ । ଦ୍ରୌପଦୀ ମୁର୍ମୁ ୬ ମାର୍ଚ୍ଚ ୨୦୦୦ ରୁ ୨୦୦୨ ଅଗଷ୍ଟ ଯାଏଁ ନବୀନ ପଟ୍ଟନାୟକ(Naveen Patnaik) ଙ୍କ ନେତୃତ୍ବାଧୀନ ବିଜେଡି-ବିଜେପି ମେଣ୍ଟ ସରକାରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଥିଲେ। ପରେ ୨୦୦୨ ଅଗଷ୍ଟ ୬ ରୁ ୨୦୦୪ ରୁ ମେ ୧୬ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ହୋଇଥିଲେ ।

ରାଜ୍ୟପାଳ....

ରାଜ୍ୟର ପ୍ରଥମ ଆଦିବାସୀ ମହିଳା ଭାବେ ଦ୍ରୌପଦୀ ମୁର୍ମୁ ମେ’ 2015 ରେ ଝାଡଖଣ୍ଡର ରାଜ୍ୟପାଳ ଭାବେ ଦାୟିତ୍ବ ନେଇ ସଫଳତାର ସହ ନିଜ କାର୍ଯ୍ୟକାଳ ଶେଷ କରିଥିଲେ । ଏହାସହ ସେ ଝାଡଖଣ୍ଡର ପ୍ରଥମ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ପୂର୍ଣ୍ଣ କରିଥିଲେ । 2021 ଠାରୁ ଦ୍ରୌପଦୀ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରତ୍ୟେକ୍ଷ ରାଜନୀତିରୁ ଦୂରେଇ ରହିଥିଲେ ।

Last Updated : Jun 28, 2022, 12:53 PM IST

ABOUT THE AUTHOR

...view details