ଓଡିଶା

odisha

ETV Bharat / bharat

NCR Air Pollution: ଗର୍ଭ ପର୍ଯ୍ୟନ୍ତ ପହଞ୍ଚୁଛି ପ୍ରଦୂଷଣ, ଦେଖାଗଲାଣି ପ୍ରିମ୍ୟାଚୁଅର ଡେଲିଭରି-ଅଣ୍ଡରୱେଟ ଶିଶୁ ସମସ୍ୟା

ବାୟୁ ପ୍ରଦୂଷଣ କେବଳ ମାନବ ସମାଜ ଉପରେ ନୁହେଁ, ବରଂ ଗର୍ଭରେ ଥିବା ଶିଶୁ ପାଇଁ ମଧ୍ୟ ସାଜିଛି ହାନିକାରକ । ଡାକ୍ତରଙ୍କ କହିବାନୁସାରେ ଏବେ ପ୍ରିମ୍ୟାଚୁଅର ଡେଲିଭରି ଓ ଅଣ୍ଡରୱେଟ ଶିଶୁ ସମସ୍ୟା ଅଧିକ ଦେଖାଯାଉଛି । ଅଧିକ ପଢନ୍ତୁ

Air pollution effect on new born
Air pollution effect on new born

By ETV Bharat Odisha Team

Published : Nov 12, 2023, 8:46 PM IST

ନୂଆଦିଲ୍ଲୀ:ଜାତୀୟ ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁଖ୍ୟ ସମସ୍ୟା ପାଲଟିଛି । ସହରର ବାୟୁ ଗୁଣବତ୍ତା ବିପଦଜନକ ସ୍ଥିତିରେ ରହିଛି । ଯାହାକି ଖାଲି ଲୋକଙ୍କ ଉପରେ ନୁହେଁ, ବରଂ ମା' ପେଟରେ ଥିବା ତଥା ଦୁନିଆକୁ ଆସିନଥିବା ଶିଶୁ ଉପରେ ମଧ୍ୟ ପ୍ରଭାବ ପକାଇବାରେ ଲାଗିଛି । ପ୍ରଦୂଷଣ ଯୋଗୁଁ ବାୟୁରେ ମାରାତ୍ମକ କଣିକା ରହିଥିବା ବେଳେ ଯାହାକି ଶ୍ବାସକ୍ରିୟା ସମୟରେ ଶରୀର ଭିତରକୁ ଯାଉଛି । ଯେଉଁଥିଲାଗି ଗର୍ଭରେ ଥିବା ଶିଶୁ ଉପରେ ପ୍ରଭାବ ପଡ଼ିଛି । ବାୟୁ ପ୍ରଦୂଷଣ ଯୋଗୁଁ ପ୍ରିମ୍ୟାଚୁଅର ଡେଲିଭରି ଓ ଆବଶ୍ୟକ ଠାରୁ କମ ଓଜନ ଥିବା ଶିଶୁ (ଅଣ୍ଡରୱେଟ) ଜନ୍ମ ନେଉଥିବା ଜଣାପଡ଼ିଛି ।

ଏହା ବି ପଢନ୍ତୁ- Air Pollution Effects: ମଧୁମେହର କାରଣ ସାଜୁଛି ବାୟୁ ପ୍ରଦୂଷଣ !

ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ ମହିଳା ହସ୍ପିଟାଲର ମୁଖ୍ୟ ଚିକିତ୍ସକ ଡ. ସୁମାତା ତାଲିବଙ୍କ କହିଛନ୍ତି, " ଗର୍ଭବତୀ ମହିଳାଙ୍କ ଉପରେ ପ୍ରଦୂଷଣର ଅଧିକ ପ୍ରଭାବ ପଡିଥାଏ । ବାୟୁ ପ୍ରଦୂଷଣ ଯୋଗୁଁ ପ୍ରିମ୍ୟାଚୁଅର ଡେଲିଭରି ମାମଲା ସାମ୍ନାକୁ ଆସିବାରେ ଲାଗିଛି । ୩୫ ସପ୍ତାହ ପୂର୍ବରୁ ଶିଶୁ ଜନ୍ମ ନେଲେ ଏହାକୁ ପ୍ରିମ୍ୟାଚୁଅର ଡେଲିଭରି କୁହାଯାଏ । ଅର୍ଥାତ ୯ ମାସ ପୂରଣ ହେବା ପୂର୍ବରୁ ଗର୍ଭବତୀଙ୍କୁ ପ୍ରସୂତି ଯନ୍ତ୍ରଣା ହୋଇଥାଏ । ଦିଲ୍ଲୀ ଏନସିଆରରେ ବାୟୁ ପ୍ରଦୂଷଣର ମାତ୍ରା ଦିନକୁ ଦିନ ବଢିବା ଯୋଗୁଁ ଏଭଳି ମାମଲା ଅଧିକ ବୃଦ୍ଧି ପାଇବାରେ ଲାଗିଛି ।"

ଏହା ବି ପଢନ୍ତୁ- Air Pollution Effects: ଶିଶୁର ବିକାଶରେ ବାଧା ଦିଏ ବାୟୁ ପ୍ରଦୂଷଣ, ଏହି ରୋଗର ଆଶଙ୍କା ଅଧିକ !

ଡକ୍ଟର ତାଲିବ ଆହୁରି କହିଛନ୍ତି ଯେ ସେପ୍ଟେମ୍ବର ୨୧ ତାରିଖଠାରୁ ନଭେମ୍ବର ୯ ତାରିଖ ମଧ୍ୟରେ ମୋଟ ୧୨୬୬ଟି ଡେଲିଭରି ହୋଇଛି । ଯେଉଁଥିରୁ ୧୮୭ ଟି ପ୍ରିମ୍ୟାଚୁଅର ଡେଲିଭରି ହୋଇଛି । ଏହି ୧୮୭ଟି ପ୍ରିମ୍ୟାଚୁଅର ଡେଲିଭରି ମଧ୍ୟରୁ ୨୪ ଜଣ ନବଜାତଙ୍କ ଓଜନ ଆବଶ୍ୟକ ଠାରୁ କମ ରହିଛି । ଏହାପରେ ସେମାନଙ୍କୁ ସ୍ପେଶାଲ ନ୍ୟୁବର୍ଣ୍ଣ କେୟାର ୟୁନିଟରେ ଭର୍ତ୍ତି କରାଯାଇଛି । ନବଜାତ ଶିଶୁଟି ୨କେଜିରୁ କମ ହେଲେ ସେମାନଙ୍କୁ 'ଅଣ୍ଡରୱେଟ ଶିଶୁ' ବୋଲି କୁହାଯାଏ । ପ୍ରଦୂଷିତ ବାୟୁ ଯୋଗୁଁ ଗର୍ଭବତୀଙ୍କୁ ଶ୍ବାସକ୍ରିୟାରେ ସମସ୍ୟା ହୋଇଥାଏ । ଏଥିଲାଗି ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ଗର୍ଭରେ ଥିବା ଶିଶୁ ନିକଟରେ ପହଞ୍ଚିପାରିନଥାଏ । ଫଳରେ ଗର୍ଭରେ ଥିବା ଶିଶୁକୁ 'ହାଇପରକ୍ସିଆ' ହୋଇଯାଏ ।

କେମିତି ରହିବେ ସୁରକ୍ଷିତ ?

  • ଗର୍ଭବତୀ ମହିଳା ପ୍ରଦୂଷଣ ସମୟରେ ନିଜ ଖାଦ୍ୟ ପଦାର୍ଥର ଯତ୍ନ ନେବା ଆବଶ୍ୟକ ।
  • ଗର୍ଭବତୀ ମହିଳାମାନେ ଘରୁ ବିଶେଷ ବାହାରନ୍ତୁ ନାହିଁ । ଅତି ଆବଶ୍ୟକ ହେଲେ ଘରୁ ବାହାରନ୍ତୁ ।
  • ନିର୍ଦ୍ଧାରିତ ସମୟରେ ANC ଯାଞ୍ଚ କରନ୍ତୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details