ଓଡିଶା

odisha

ETV Bharat / bharat

ନବଜାତକ ସନ୍ତାନକୁ ଧରି ବିଧାନସଭାରେ ବିଧାୟିକା, କହିଲେ ଆଗ ଜନତା - ମହାରାଷ୍ଟ୍ର ବିଧାନସଭା ଅଧିବେଶନ

ମହାରାଷ୍ଟ୍ର ବିଧାନସଭା ଶୀତକାଳୀନ ଅଧିବେଶନ କିଛି ଅଲଗା ଦେଖିବାକୁ ମିଳିଛି ( Maharashtra Assembly Winter Session ) । ଏନସିପି ବିଧାୟିକା ସରୋଜ ବୁଲାଲଲ ଅହିର ନିଜ ସନ୍ତାନକୁ ଧରି ଅଧିବେଶନରେ ସାମିଲ ହୋଇଛନ୍ତି । ଅଧିକ ପଢନ୍ତୁ

MLA Saroj Babulal Ahire arrives at Assembly
ନବଜାତକୁ ଧରି ବିଧାନସଭାରେ ବିଧାୟିକା, କହିଲେ ଆଗ ଜନତା

By

Published : Dec 19, 2022, 4:13 PM IST

ମୁମ୍ବାଇ:ନବଜାତକ ସନ୍ତାନକୁ ଧରି ବିଧାନସଭା ପହଞ୍ଚିଲେ ବିଧାୟିକା । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚିୟ ଲାଗିବା ବି ସ୍ବାଭାବିକ । ମହାରାଷ୍ଟ୍ରରେ ଶୀତକାଳୀନ ଅଧିବେଶନ ଜାରି ରହିଛି । ଏହି ସମୟରେ ଏଭଳି କିଛି ଚିତ୍ର ସାମ୍ନାକୁ ଆସିଛି । ନିକଟରେ ମାଆ ହୋଇଥିବା ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିର ନିଜ ସନ୍ତାନକୁ ଧରି ଅଧିବେଶନରେ ସାମିଲ ହୋଇଛନ୍ତି । ବିଧାନସଭାରେ ଲୋକଙ୍କ ପାଇଁ ପ୍ରଶ୍ନ ଜବାବ ରଖିଛନ୍ତି ।

ସୂଚନାଅନୁଯାୟୀ, ସେପ୍ଟେମ୍ବର ୩୦ ତାରିଖରେ ମାଆ ହୋଇଛନ୍ତି ଏନସିପି ବିଧାୟିକା ସରୋଜ ବାବୁଲାଲ ଅହିର । ପୂର୍ବରୁ ମହିଳା ସଶକ୍ତିକରଣକୁ ନେଇ ଅନେକ କାର୍ଯ୍ୟ କରିଛନ୍ତି । ଏବେ ନିଜ ତିନି ମାସର ଶିଶୁକୁ ଧରି ମହାରାଷ୍ଟ୍ରରେ ବିଧାନସଭାରେ ପହଞ୍ଚି ଚର୍ଚ୍ଚାକୁ ଆସିଛନ୍ତି ବିଧାୟିକା । ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ବିଧାୟିକା କହିଛନ୍ତି, "ଗତ 2 ବର୍ଷରୁ ଅଧିକ ହେବ କୋରୋନା ପାଇଁ ମହାରାଷ୍ଟ୍ର ଅଧିବେଶନ ହୋଇ ନଥିଲା । ମୁଁ ଜଣେ ମାଆ କିନ୍ତୁ ବିଧାୟିକା ମଧ୍ଯ । ମୋ ଭୋଟରଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଆସିଛି ।"

ବାସ୍ତବରେ ବିଧାୟିକାଙ୍କର ଏହି କାର୍ଯ୍ୟ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ପ୍ରଥମ ଥର ପାଇଁ କେହି ଜଣେ ବିଧାୟିକା ସନ୍ତାନକୁ ନେଇ ବିଧାନସଭାରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଆଜିଠୁ ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଆରମ୍ଭ ହୋଇଛି ।

ABOUT THE AUTHOR

...view details