ହାଇଦ୍ରାବାଦ:ଶରଦ ପାଓ୍ବାରଙ୍କ ଦଳ ଏନସିପି ବିଧାୟକ ଜିତେନ୍ଦ୍ର ଆହ୍ବାଡଙ୍କ ବିବାଦୀୟ ବୟାନ। ଶ୍ରୀରାମଚନ୍ଦ୍ରଙ୍କ ଭାବାବେଗକୁ ଆଘାତ ଦେଇ ବର୍ତ୍ତମାନ ଚର୍ଚ୍ଚାରେ ବିଧାୟକ। " ରାମ ବହୁଜନ ଏବଂ ଶିକାର କରି ଖାଉଥିଲେ। ସେ ଶାକାହାରୀ ନୁହନ୍ତି ବରଂ ମାଂସାହାରୀ ଅଟନ୍ତି।" ଗତକାଲି (ବୁଧବାର) ଏକ ବୈଠକକୁ ସମ୍ବୋଧିତ କରୁଥିବା ବେଳେ ଏହି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଜିତେନ୍ଦ୍ର ଆହ୍ବାଡ। ତେବେ ତାଙ୍କର ଏହି ବୟାନକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି। ବିଜେପି ଏବଂ ଅଜିତ ଗୋଷ୍ଠୀର ଦଳର ନେତାମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଅଜିତ ପାଓ୍ବାରଙ୍କ ଗୋଷ୍ଠୀ ଏନସିପି କାର୍ଯ୍ୟାଳୟରେ ବିରୋଧ ପ୍ରଦର୍ଶନ କରାଯାଇଥିଲା ।
ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଆଉ ଦିନ କେଇଟା ବାକି ଥିବା ବେଳେ ଜିତେନ୍ଦ୍ର ଆହ୍ବାଡଙ୍କ ଏଭଳି ବୟାନ ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି। ତାଙ୍କର କହିବା ଅନୁସାରେ, "ରାମ ସର୍ବଦା ଶିକାର କରି ଖାଉଥିଲେ। କିନ୍ତୁ କିଛି ଲୋକ ରାମଙ୍କର ଉଦାହରଣ ଦେଇ ଶାକାହାରୀ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ରାମଙ୍କୁ ଆମର ଆଦର୍ଶ ବୋଲି ବିବେଚନା କରି ମାଂସ ଖାଉଛୁ। ଏହା ରାମଙ୍କର ଆଦର୍ଶ ଅଟେ। ସେ ଶାକାହାରୀ ନୁହେଁ ବରଂ ମାସାଂହାରୀ ଥିଲେ। 14 ବର୍ଷ ଧରି ଜଙ୍ଗଲରେ ରହିଥିବା ବ୍ୟକ୍ତି କେଉଁଠାରୁ ଶାକାହାରୀ ଖାଦ୍ୟ ପାଇବେ? ମୁଁ ସର୍ବଦା ଠିକ କଥା ହିଁ କୁହେ।" ଏହାକୁ ନେଇ ସମଗ୍ର ଦେଶରେ ବିଦ୍ରୋହ ଜାରି ରହିଛି।
ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିରର ସୁରକ୍ଷାରେ ଯୋଡି ହେବ AI ସର୍ଭିଲାନ୍ସ