ଓଡିଶା

odisha

ETV Bharat / bharat

ସ୍ବାସ୍ଥ୍ୟାବସ୍ଥା କାରଣରୁ 3 ମାସ ବଢିଲା ନଓ୍ବାବ ମଲ୍ଲିକଙ୍କ ଅନ୍ତରୀଣ ବେଲ ଅବଧି - ମହାରାଷ୍ଟ୍ର ରାଜନୀତି

ସ୍ବାସ୍ଥ୍ୟାବସ୍ଥା କାରଣରୁ ତିନିମାସ ବଢିଲା ଗିରଫ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କ ବେଲ ଅବଧି । ଗତବର୍ଷ ମନିଲଣ୍ଡ୍ରିଂ ମାମଲାରେ ଗିରଫ ହେବା ପରେ ଚଳିତ ଅଗଷ୍ଟ 11ରେ ପାଇଥିଲେ ଅନ୍ତରୀଣ ଜାମିନ । ଅଧିକ ପଢନ୍ତୁ

ସ୍ବାସ୍ଥ୍ୟାବସ୍ଥା କାରଣରୁ 3 ମାସ ବଢିଲା ନଓ୍ବାବ ମଲ୍ଲିକଙ୍କ ବେଲ ଅବଧି
ସ୍ବାସ୍ଥ୍ୟାବସ୍ଥା କାରଣରୁ 3 ମାସ ବଢିଲା ନଓ୍ବାବ ମଲ୍ଲିକଙ୍କ ବେଲ ଅବଧି

By ETV Bharat Odisha Team

Published : Oct 12, 2023, 6:14 PM IST

ନୂଆଦିଲ୍ଲୀ: ଆର୍ଥିକ ଠକେଇ ମାମଲାରେ ଗିରଫ ହୋଇ ଗତମାସରେ ଅନ୍ତରୀଣ ବେଲ ପାଇଥିବା ଏନସିପିର ବରିଷ୍ଠ ନେତା ତଥା ବିଧାୟକ ନଓ୍ବାବ ମଲ୍ଲିକଙ୍କ ବେଲ ଅବଧିକୁ ବୃଦ୍ଧି କରିଛନ୍ତି ସର୍ବୋଚ୍ଚ କୋର୍ଟ । ନଓ୍ବାବଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଜାରି ରହିଥିବା ଚିକିତ୍ସା କାରଣରୁ ପୂର୍ବରୁ ତାଙ୍କୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଜାମିନ ଅବଧିକୁ ଆଜି 3 ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଅଗଷ୍ଟ 11 ତାରିଖରେ ସ୍ବାସ୍ଥ୍ୟଗତ କାରଣରୁ 10 ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପାଇଥିଲେ ନଓ୍ବାବ ।

2022 ମସିହା ଫେବୃଆରୀରେ ମନିଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିଲେ ଏନସିପିର ଏହି ବରିଷ୍ଠ ନେତା । ଆର୍ଥିକ ଠକେଇ ସହ ଭାରତରୁ ପଳୟାନ କରି ପାକିସ୍ତାନରେ ଆତ୍ମଗୋପନ କରିଥିବା କୁଖ୍ୟାତ ଆତଙ୍କୀ ଦାଉଦ ଇବ୍ରାହିମ ସହ ମଧ୍ୟ ନଓ୍ବାବଙ୍କ ଲିଙ୍କ୍‌ ଥିବା ଅଭିଯୋଗ ହୋଇଥିଲା । ଏକାଧିକ ସଙ୍ଗୀନ ମାମଲାରେ ଗିରଫ ହେବା ପରେ ଏକାଧିକ ଥର ନଓ୍ବାବଙ୍କର ବେଲ ଆବେଦନ ଖାରଜ ହେବା ସହ ସେ ବିଚାର ବିଭାଗୀୟ ହାଜତରେ ରହିଥିଲେ । ମୁମ୍ବାଇ ହାଇକୋର୍ଟରୁ ବେଲ ପାଇବାରେ ନିରାଶ ହେବା ପରେ ସେ ସର୍ବୋଚ୍ଚ କୋର୍ଟରେ ହାଜର ହୋଇଥିଲେ । ଚଳିତ ଅଗଷ୍ଟ 11 ତାରିଖରେ ତାଙ୍କ ବେଲ ପିଟିସନର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ମେଡିକାଲ ଗ୍ରାଉଣ୍ଡରେ ତାଙ୍କୁ 10 ସପ୍ତାହ ପାଇଁ ଅନ୍ତରୀଣ ବେଲ ପ୍ରଦାନ କରିଥିଲେ । ନଓ୍ବାବ କିଡନୀଜନିତ ରୋଗରେ ସଂକ୍ରମିତ ଓ ତାଙ୍କୁ ଚିକିତ୍ସାର ଅବଶ୍ୟକତା ଥିବା ତାଙ୍କ ଓକିଲ ସର୍ବୋଚ୍ଚ କୋର୍ଟରେ ଯୁକ୍ତି ଦର୍ଶାଇଥିଲେ ।

ଏହା ମଧ୍ୟ ପଢନ୍ତୁ:- Bihar Train Accident: ଟ୍ରାକରେ ତ୍ରୁଟିରୁ ଲାଇନଚ୍ୟୁତ ହୋଇଥିଲା ନର୍ଥ-ଇଷ୍ଟ ଏକ୍ସପ୍ରେସ !

ତେବେ ଏହି ଅନ୍ତରୀଣ ଅବଧି ସରିବା ପୂର୍ବରୁ ସେ ପୁଣି ଥରେ ଏହି ଅବଧିକୁ ବୃଦ୍ଧି କରିବା ପାଇଁ ଆବେଦନ କରିଥିଲେ । ତାଙ୍କର ଚିକିତ୍ସା ଜାରି ରହିଥିଲେ ସୁଦ୍ଧା ସେଥିରେ ବିଶେଷ ସୁଧାର ଆସିନାହିଁ । ତେଣୁ ତାଙ୍କ ଚିକିତ୍ସା ଜାରି ରଖିବା ପାଇଁ ମିଳିଥିବା ବେଲ ଅବଧିକୁ ବୃଦ୍ଧି କରିବା ପାଇଁ ନଓ୍ବାବଙ୍କ ଓକିଲ ଆଜି ଶୁଣାଣିରେ ଯୁକ୍ତି ବାଢିଥିଲେ । ଜଷ୍ଟିସ ବେଲା ଏମ.ତ୍ରିବେଦୀ ଓ ଦିପଙ୍କର ଦତ୍ତଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ପୂର୍ବ ଅନ୍ତରୀଣ ବେଲ ଅବଧିକୁ 3 ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହା କେବଳ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ପାଇଁ ପ୍ରଦାନ କରାଯାଉଥିବା କୋର୍ଟ ସ୍ପଷ୍ଟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details