ମୁମ୍ବାଇ: ମୁ୍ମ୍ବାଇ ଡ୍ରଗ୍ସ ପାର୍ଟି ମାମଲାକୁ ନେଇ ତେଜୁଛି ବିବାଦ । ବଲିଉଡ ବାଦଶାହ ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କୁ ଜେଲରେ ପୁରାଇଥିବା NCB ଟପ୍ ଅଧିକାରୀ ସମୀର ୱାଙ୍ଖଡେ ଏବେ ଚର୍ଚ୍ଚାରେ ଅଛନ୍ତି । ଆଉ ତାଙ୍କୁ ଘନଘନ ଟାର୍ଗେଟ କରିବାରେ ଲାଗିଛନ୍ତି ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଏନସିପି ନେତା ନୱାବ ମଲିକ । ସମୀର ୱାଙ୍ଖଡେ ଓ ନୱାବ ମଲିକଙ୍କ ମଧ୍ୟରେ ଆରମ୍ଭ ହୋଇଛି ବାକ୍ ଯୁଦ୍ଧ ।
ଚାକିରୀ ନେଇଯିବାକୁ ମନ୍ତ୍ରୀ ନୱାବଙ୍କ ଚ୍ୟାଲେଞ୍ଜ, ସ୍ବାଗତ ଜଣାଇଲେ ସମୀର - ଏନସିପି ନେତା ନୱାବ ମଲିକ
ବଲିଉଡ ଡ୍ରଗ୍ସ ମାମଲାରେ ଏନସିବି ଏବଂ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲିକ । ନୱାବଙ୍କ ଚ୍ୟାଲେଞ୍ଜକୁ ସ୍ବାଗତ ଜଣାଇଛନ୍ତି ସମୀର ୱାଙ୍ଖଡେ । ଅଧିକ ପଢନ୍ତୁ...
ବଲିଉଡ ଡ୍ରଗ୍ସ ମାମଲାରେ ଏନସିବି ଏବଂ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନୱାବ ମଲିକ । ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ କାଠ କଣ୍ଢେଇ କହିଛନ୍ତି ନୱାବ । ସେ ଲୋକଙ୍କ ବିରୋଧରେ ନକଲି ମାମଲା ରୁଜୁ କରନ୍ତି । ମଲିକ ୱାଙ୍ଖଡେଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି ଯେ ସେ ଗୋଟିଏ ବର୍ଷ ମଧ୍ୟରେ ଚାକିରୀ ହରାଇବେ ।
ସେପଟେ ଏନସିପି ନେତା ନୱାବ ମଲିକଙ୍କ ବିବୃତ୍ତିର ପାଲଟା ଜବାବ ଦେଇଛନ୍ତି ଏନସିବି ଅଧିକାରୀ ସମୀର ୱାଙ୍ଖଡେ । ସେ କହିଛନ୍ତି, ମୋ ଶୁଭେଚ୍ଛା ତାଙ୍କ ସହ ଅଛି। ମୁଁ ଜଣେ ସରକାରୀ ଅଧିକାରୀ। ନୱାବ ମଲିକ ଜଣେ ବଡ ମନ୍ତ୍ରୀ । ଡ୍ରଗ୍ସ ନିବାରଣ ପାଇଁ ଯଦି ସେମାନେ ମୋତେ ଜେଲରେ ରଖିବାକୁ ଚାହାଁନ୍ତି, ମୁଁ ଏହାକୁ ସ୍ବାଗତ କରୁଥିବା କହିଛନ୍ତି ସମୀର ।