ମୁମ୍ବାଇ: ମହାରାଷ୍ଟ୍ର ସରକାରର ମନ୍ତ୍ରୀ ତଥା ଏନସିପିର ବରିଷ୍ଠ ବିଧାୟକ ଜୟନ୍ତ ପାଟିଲ ଆଜି (ଗୁରୁବାର) କହିଛନ୍ତି , ଶିବସେନା ନେତୃତ୍ବରେ ମହା ବିକାଶ ଅଘାଡି(ଏମଭିଏ) ସରକାର ଗଠନ କରିଛି । ବର୍ତ୍ତମାନ ସରକାରକୁ ନେଇ ସଂକଟ ଲାଗି ରହିଛି । ଯଦି ସରକାର ଭାଙ୍ଗିଯାଏ ତେବେ ଏନସିପି ବିରୋଧି ଦଳରେ ରହିବାକୁ ପସନ୍ଦ କରିବ ବୋଲି ଜୟନ୍ତ କହିଛନ୍ତି ।
Maharashtra Political Crisis: ଫ୍ଲୋର ଟେଷ୍ଟ ପାଇଁ ଆମେ ପ୍ରସ୍ତୁତ: ଜୟନ୍ତ ପାଟିଲ
ବର୍ତ୍ତମାନର ରାଜନୈତିକ ସ୍ଥିତି ଦେଖି ଏନସିପି ମୁଖ୍ୟ ଶରତ ପାଓ୍ବାରଙ୍କ ବାସଭନରେ ଆଜି ଦଳୀୟ ବିଧାୟକଙ୍କ ବୈଠକ ବସିଥିଲା । ବୈଠକ ପରେ ଜୟନ୍ତ ପାଟିଲ କହିଛନ୍ତି ଯେ ମହାରାଷ୍ଟ୍ର ଏମଭିଏ ସରକାରରେ ଚାଲିଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଶରଦ ପାଓ୍ବାର ଦଳୀୟ ବିଧାୟକଙ୍କ ବୈଠକ ନେଇଥିଲେ । ଅଧିକ ପଢନ୍ତୁ
ବର୍ତ୍ତମାନର ରାଜନୈତିକ ସ୍ଥିତି ଦେଖି ଏନସିପି ମୁଖ୍ୟ ଶରତ ପାଓ୍ବାରଙ୍କ ବାସଭନରେ ଆଜି ଦଳୀୟ ବିଧାୟକଙ୍କ ବୈଠକ ବସିଥିଲା । ବୈଠକ ପରେ ଜୟନ୍ତ ପାଟିଲ କହିଛନ୍ତି ଯେ ମହାରାଷ୍ଟ୍ର ଏମଭିଏ ସରକାରରେ ଚାଲିଥିବା ଅସ୍ଥିରତାକୁ ଦୃଷ୍ଟିରେ ରଖି ଶରଦ ପାଓ୍ବାର ଦଳୀୟ ବିଧାୟକଙ୍କ ବୈଠକ ନେଇଥିଲେ । ଦଳୀୟ ମୁଖ୍ୟ ପାୱାର କହିଛନ୍ତି ଯେ ସରକାରଙ୍କ ପରବର୍ତ୍ତି ସ୍ଥିତି ଦେଖି ଆବଶ୍ୟକତା ଅନୁସାରେ ନିଷ୍ପତ୍ତି ନିଆଯିବ । ଗତ ୪ ଦିନ ଧରି ଲାଗିରହିଥିବା ରାଜନୈତିର ଅସ୍ଥିରତାକୁ ଦେଖି ଶରଦ ପାଓ୍ବାର ଏହି ବୈଠକ ଡାକିଥିଲେ । ଶରଦ ପାଓ୍ବାର ବିଧାୟକ ମାନଙ୍କୁ କହିଛନ୍ତି ସରକାରଙ୍କ ସ୍ଥିତି ଦେଖି ଆଗାମୀ ନିଷ୍ପତ୍ତି ନିଆଯିବ । ଏନସିପି ସର୍ବଦା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ ଠିଆ ହେବ । ଜୟନ୍ତ ଆହୁରି କହିଛନ୍ତି ଶିବସେନାରୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାହା ତାଙ୍କର ଆଭ୍ୟନ୍ତରିଣ ବ୍ୟାପାର । କିନ୍ତୁ ସରକାର ଯଦି ଭାଙ୍ଗିଯାଏ ତେବେ ମଧ୍ୟ ଏନସିପି କାହା ସହିତ ମିଶିବ ନାହିଁ ।
ଅନ୍ୟଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଜୟନ୍ତ କହିଛନ୍ତି ବିଧାନସଭାରେ ଫ୍ଲୋର ଟେଷ୍ଟ ସମୟ ଆସିଲେ, ଆମେ ସେ ବିଷୟରେ ଚିନ୍ତା କରିବୁ ।