ଓଡିଶା

odisha

ETV Bharat / bharat

ହନୁମାନ ଚାଳିଶା ବିବାଦ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିସା ପଢ଼ିବାକୁ ଅନୁମତି ମାଗିଲେ କଂଗ୍ରେସ କର୍ମୀ - ମୋଦିଙ୍କ ବାସଭବନ ଆଗରେ ହନୁମାନ ଚାଳିସା ପଢ଼ିବାକୁ ଅନୁମତି ମାଗିଲେ କଂଗ୍ରେସ କର୍ମୀ

ହନୁମାନ ଚାଳିଶାକୁ ନେଇ ଜାରି ରହିଛି ତୀବ୍ର ରାଜନୀତି । ମହାରାଷ୍ଟ୍ରର ପରେ ଦିଲ୍ଲୀକୁ ଏହି ପ୍ରସଙ୍ଗ ପହଞ୍ଚିଛି। ରାଷ୍ଟ୍ରବାଦୀ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଫହମିଦା ହସନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ସହ ଧାର୍ମିକ ପାଠ କରିବାକୁ ନିବେଦନ କରିଛନ୍ତି । ଅଧିକ ପଢ଼ନ୍ତୁ

ncp leader fahmida hassan writes a letter to seeting permission to read hanuman chalisa outside pm residence
ହନୁମାନ ଚାଳିସା ବିବାଦ: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିସା ପଢ଼ିବାକୁ ଅନୁମତି ମାଗିଲେ କଂଗ୍ରେସ କର୍ମୀ

By

Published : Apr 25, 2022, 2:53 PM IST

ମୁମ୍ବାଇ:ହନୁମାନ ଚାଳିଶାକୁ ନେଇ ଜାରି ରହିଛି ତୀବ୍ର ରାଜନୀତି । ମହାରାଷ୍ଟ୍ରର ପରେ ଦିଲ୍ଲୀରେ ଏହି ପ୍ରସଙ୍ଗ ପହଞ୍ଚିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବାକୁ ଚେତାବନୀ ଦେଇ ସାଂସଦ ନବନୀତ ରାଣା ଏବଂ ତାଙ୍କ ସ୍ବାମୀ ରବି ରାଣା ଗିରଫ ହୋଇଛନ୍ତି । ଏହାରି ଭିତରେ ରାଷ୍ଟ୍ରବାଦୀ କଂଗ୍ରେସ ଦଳର କାର୍ଯ୍ୟକର୍ତ୍ତା ଫହମିଦା ହସନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ହନୁମାନ ଚାଳିଶା ସହ ଧାର୍ମିକ ପାଠ କରିବାକୁ ନିବେଦନ କରିଛନ୍ତି ।

ଫହମିଦା ହସନ ଚିଠିରେ ଲେଖିଛନ୍ତି, "ମୁଁ ହେଉଛି ଫହମିଦା ହାସନ ଖାନ । କାଣ୍ଡିଭଲୀ ମୁମ୍ବାଇ ମହାରାଷ୍ଟ୍ରରୁ ଆପଣଙ୍କୁ ନିବେଦନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ସମ୍ମୁଖରେ ନମାଜ, ହନୁମାନ ଚାଳିଶା, ନଭକାର ମନ୍ତ୍ର, ଗୁରୁ ଗ୍ରନ୍ଥ ଧାର୍ମିକ ପାଠ କରିବାକୁ ଅନୁମତି ଦିଅନ୍ତୁ । ଦୟାକରି ତାରିଖ ମୋତେ କୁହନ୍ତୁ"।

ଫହମିଦା ହାସନ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ସର୍ବ ଧାର୍ମିକ ପ୍ରାର୍ଥନା କରିବା ପାଇଁ ଅନୁମତି ମାଗିଛି । ଯଦି ଏହା ମାଧ୍ୟମରେ ହିନ୍ଦୁତ୍ବ ଓ ଜୈନଙ୍କୁ ଜାଗ୍ରତ କରାଯାଇପାରିବ, ତେବେ ତାହା କରିବା ଉଚିତ । ଆହୁରି ମଧ୍ୟ କହିଛନ୍ତି ଏଭଳି କରିବା ଦ୍ବାରା ଯଦି ଦେଶରେ ଦରବୃଦ୍ଧି ହ୍ରାସ, ବେକାରୀ ସମସ୍ୟା ଦୂର ହେବ, ଅଥବା ଦେଶ ପାଇଁ ଫଳପ୍ରଦ ହେବ ତେବେ ଏହା ହେବା ଆବଶ୍ୟକତା ରହିଛି ।

ABOUT THE AUTHOR

...view details