ମୁମ୍ବାଇ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ମହାରାଷ୍ଟ୍ର ନ୍ୟାସନାଲ କଂଗ୍ରେସ ପାର୍ଟି ନେତା ଏକନାଥ ଖଡସେ । ଆଜି(ଗୁରୁବାର) ଖଡସେ ଇଡିରେ ହାଜର ହେବା ପୂର୍ବରୁ ସେ ସମସ୍ତ ସହଯୋଗ କରିବେ ବୋଲି କହିଛନ୍ତି ।
ଇଡିରେ ପହଞ୍ଚିବା ପୂର୍ବରୁ ଖାଡସେ କହିଛନ୍ତି ଯେ, 'ସମଗ୍ର ମହାରାଷ୍ଟ୍ର ଦେଖିସାରିଛି କଣ ହେଉଛି । ଏଥିରେ ଯେଉଁ ହୀନ ରାଜନୀତି କରାଯାଉଛି ତାହା ସମସ୍ତେ ଜାଣିଛନ୍ତି । ଏହା ପୂର୍ବରୁ 5 ଥର ତଦନ୍ତ ସରିବା ପରେ ପୁଣି ଆଜି ଇଡିରେ ହାଜର ହେବାକୁ କୁହାଯାଇଛି । ACB ପାଖରେ ତଥ୍ୟହୀନ ରିପୋର୍ଟ ଅଛି ।'