ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ର ମହାନାଟକ: NCPର 9 ନେତାଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପିଟିସନ ଦାୟର - ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଥିଲା ମହାନାଟକ

ସିନ୍ଦେ ସରକାରରେ ସାମିଲ ହୋଇଥିବା ଅଜିତ ପାୱାରଙ୍କ ସମେତ 9 ନେତାଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବିଧାନସଭା ବାଚସ୍ପତିଙ୍କ ନିକଟରେ ପିଟିସନ ଦାୟର । ଅଧିକ ପଢନ୍ତୁ

Maharashtra politics
Maharashtra politics

By

Published : Jul 3, 2023, 7:36 AM IST

Updated : Jul 3, 2023, 7:48 AM IST

ମୁମ୍ବାଇ:ରବିବାର ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଥିଲା ମହାନାଟକ । ମାତ୍ର କେଇ ଘଣ୍ଟା ମଧ୍ୟରେ ବଦଳିଯାଇଥିଲା ରାଜନୈତିକ ପାଣିପାଗ । ଦୁଇ ଫାଳ ହୋଇଯାଇଥିଲା ଏନସିପି । 40 ବିଧାୟକଙ୍କ ସହିତ ସିନ୍ଦେ ସରକାରରେ ସାମିଲ ହୋଇଥିଲେ ଏନସିପି ବରିଷ୍ଠ ନେତା ଅଜିତ ପାୱାର । କିଛି ସମୟ ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଭାବେ ଅଜିତ ପାୱାର ଶପଥ ଗ୍ରହଣ ମଧ୍ୟ କରିଥିଲେ । ତାଙ୍କ ସହ ଅନ୍ୟ 8 ଜଣ ମଧ୍ୟ ମନ୍ତ୍ରୀ ପଦରେ ଶପଥ ନେଇଥିଲେ । ଏବେ ସେହି 9 ନେତାଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ବାଚସ୍ପତିଙ୍କ ନିକଟରେ ଏନସିପି ତରଫରୁ ଏକ ପିଟିସନ ଦାୟର ହୋଇଛି ।

ଏନସିପି ନେତା ଜୟନ୍ତ ପାଟିଲ କହିଛନ୍ତି, "ଏହି 9 ନେତାଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଆମେ ବାଚସ୍ପତିଙ୍କ ନିକଟରେ ଯାଚିକା ଦାୟର କରିଛୁ ଏବଂ ଖୁବଶୀଘ୍ର ହାର୍ଡ କପି ମଧ୍ୟ ପଠାଇବୁ । ଦଳ ଛାଡି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହୋଇଥିବା 9 ନେତାଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ପିଟିସନରେ ଉଲ୍ଲେଖ ରହିଛି । ସେମାନେ ଏନସିପି ଛାଡୁଛନ୍ତି ବୋଲି କାହାକୁ ଅବଗତ କରାଇ ନଥିଲେ । ଏ ବିଷୟରେ ଆମେ ଭାରତର ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଏକ ଚିଠି ଲେଖିଛୁ । ଆମର ବିଶ୍ବାସ ଅନେକ ବିଧାୟକ ଏନସିପିକୁ ଫେରି ଆସିବେ । ଆମେ ସେମାନଙ୍କୁ ଗ୍ରହଣ କରିବାକୁ ମଧ୍ୟ ପ୍ରସ୍ତୁତ ଅଛୁ ।’’

ଏହା ମଧ୍ୟ ପଢନ୍ତୁ-Maharashtra Politics: ମହାରାଷ୍ଟ୍ରରେ ଟ୍ରିପଲ ସରକାର, ବିକାଶ ଦୌଡ଼ିବ କହିଲେ ସିନ୍ଦେ

ଶପଥ ଗ୍ରହଣ କରିବା ପରେ ଅଜିତ ପାଓ୍ବାର କହିଥିଲେ, ‘‘ପୁରା ଏନସିପି ମୋ ସହ ରହିଛି । ଏନସିପି ଚିହ୍ନରେ ହିଁ ଆଗାମୀ ସମସ୍ତ ନିର୍ବାଚନ ଲଢିବେ । ସମସ୍ତ ବରିଷ୍ଠ ନାଗରିକଙ୍କୁ ମଧ୍ୟ ଏ ବିଷୟରେ ଆମେ ଅବଗତ କରାଇ ଦେଇଛୁ । ଗଣତନ୍ତ୍ରରେ ସଂଖ୍ୟାଗରିଷ୍ଠତାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଆମ ଦଳ 24 ବର୍ଷ ପୁରୁଣା ଏବଂ ଯୁବ ନେତା ମାନେ ଆଗକୁ ଆସିବା ଉଚିତ ବୋଲି ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଅଜିତ ପାୱାର କହିଥିଲେ ।

ରବିବାର ଅଜିତ ପାୱାରଙ୍କ ସହ ଏନସିପିର ବରିଷ୍ଠ ନେତା ଛଗନ ଭୁଜବଳ, ରାମରାଜ ନିମ୍ବଲକର, ଦିଲୀପ ୱାଲସେ ପାଟିଲ, ହାସନ ମୁଶ୍ରିଫ, ଧନଞ୍ଜୟ ମୁଣ୍ଡେ, ଆଦିତ୍ୟ ଟାଟକେରେ, ସଞ୍ଜୟ ବନସୋଡେ ଏବଂ ଅନିଲ ଭାଇଦାସ ପାଟିଲ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ପୂର୍ବରୁ ବରିଷ୍ଠ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ଉମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବରେ ଥିବା ବେଳେ ଏବେ ରାଜ୍ୟରେ ଉପମୁଖ୍ୟମନ୍ତ୍ରୀ ସଂଖ୍ୟା ଦୁଇରେ ପହଞ୍ଚିଛି । ସେପଟ ଯେଉଁମାନେ ଏପରି କରିଛନ୍ତି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ଶରଦ ପାଓ୍ବାର ।

Last Updated : Jul 3, 2023, 7:48 AM IST

ABOUT THE AUTHOR

...view details