ନୂଆଦିଲ୍ଲୀ:ସଂସଦରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଏନସିପି ମୁଖ୍ୟ ଶରଦ ପାଓ୍ବାର । ସଂସଦରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପ୍ରାୟ 20 ମିନିଟ ଧରି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏହା ପରେ ଗୁଜବ ଆରମ୍ଭ ହେବାରେ ଲାଗିଛି । ତେବେ ସାକ୍ଷାତକାର ପରେ ପ୍ରତିକ୍ରିୟା ରଖିଛନ୍ତି ପାଓ୍ବାର । ମହାରାଷ୍ଟ୍ରରେ ଜାରି ରହିଥିବା ଇଡି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ପାଓ୍ବାର କହିଛନ୍ତି, ମହାରାଷ୍ଟ୍ରରେ ଶାସନାଧୀନ ଶିବସେନା-ଏନସିପି- କଂଗ୍ରେସ ମେଣ୍ଟର ନେତାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଶିବସେନା ନେତା ସଞ୍ଜୟ ରାଓ୍ବତଙ୍କ ବିରୋଧରେ ଇଡି କାର୍ଯ୍ୟାନୁଷ୍ଠାନ ହୋଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ କହିବାରୁ ତାଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଥିବା କହିଛନ୍ତି ପାଓ୍ବାର ।