ଓଡିଶା

odisha

ETV Bharat / bharat

କ୍ରୁଜ ଡ୍ରଗ୍ସ କେସ୍, ଅନ୍ୟ ରାଜ୍ୟରେ ଖୋଳତାଡ କରିବ NCB - ଡ୍ରଗ୍ସ କେସ ତଦନ୍ତ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା । ଘଟଣାରେ ତଦନ୍ତ ପାଇଁ ଖୁବଶୀଘ୍ର ଅନ୍ୟ ରାଜ୍ୟକୁ ଯାଇପାରେ NCB । ଅଧିକ ପଢନ୍ତୁ...

କ୍ରୁଡ ଡ୍ରଗ୍ସ କେସ୍, ଅନ୍ୟ ରାଜ୍ୟରେ ଖୋଳତାଡ କରିବ NCB
କ୍ରୁଡ ଡ୍ରଗ୍ସ କେସ୍, ଅନ୍ୟ ରାଜ୍ୟରେ ଖୋଳତାଡ କରିବ NCB

By

Published : Oct 24, 2021, 10:10 AM IST

ମୁମ୍ବାଇ:ଗତ ଅକ୍ଟୋବର ୨ ତାରିଖ ଦିନ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିର ପର୍ଦ୍ଦାଫାସ କରିଥିଲା NCB । ଏହି ଡ୍ରଗ୍ସ ମାମଲାରେ ବର୍ତ୍ତମାନ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଗିରଫ ହୋଇ ଜେଲରେ ଅଛନ୍ତି । ମାମଲାର ତଦନ୍ତ ଚାଲିଥିବାବେଳେ ତଦନ୍ତ ପ୍ରକ୍ରିୟାକୁ ଆହୁରି ଜୋରଦାର କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ଯାହା ସୂଚନା ମିଳିଛି, କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ପାଇଁ NCB ଖୁବଶୀଘ୍ର ଅନ୍ୟ ରାଜ୍ୟକୁ ଯାଇପାରେ । ବର୍ତ୍ତମାନ ସୁଦ୍ଧା ପାଖାପାଖି ୫ ରୁ ୬ ଜଣ ଡ୍ରଗ୍ସ ଚାଲାଣକାରୀ ଏନସିବି ଅଫିସରଙ୍କ ରାଡାରେ ଅଛନ୍ତି । ଯିଏକି ଏହି କ୍ରୁଜ ଡ୍ରଗ୍ସ ମାମଲାରେ ସମ୍ପୃକ୍ତ ଥିବା କୁହାଯାଉଛି ।

ବର୍ତ୍ତମାନ ମାମଲାରେ ଆର୍ଥିକ ଲିଙ୍କର ଖୋଳତାଡ କରୁଛି ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଯେତେ ଜଣେ ଅଭିଯୁକ୍ତ ଏହି ଡ୍ରଗ୍ସ କେସରେ ଗିରଫ ହୋଇଛନ୍ତି, ସେମାନଙ୍କର ସମସ୍ତ ପ୍ରକାର ଆର୍ଥିକ ନେଣଦେଣ ଯାଞ୍ଚ କରାଯିବ ବୋଲି NCB ସୂତ୍ରରୁ ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏଯାବତ୍ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ମୋଟ ୨୦ ଜଣଙ୍କୁ ଗିରଫ କରାଯାଇଛି । କୋର୍ଟ ବେଲ୍ ଆବେଦନ ଖାରଜ କରିବା ପରେ ଏବେ ଆର୍ଯ୍ୟନ ଆର୍ଥର ରୋଡ୍ ଜେଲର ଅଛନ୍ତି ।

@ANI

ABOUT THE AUTHOR

...view details