ଓଡିଶା

odisha

By

Published : Oct 28, 2021, 9:44 PM IST

ETV Bharat / bharat

ସମୀର ୱାଙ୍ଖଡେଙ୍କୁ ଆଶ୍ବସ୍ତି, ତତ୍କାଳ ଗିରଫ ଉପରେ ଲାଗିଲା ରୋକ

NCB ଅଧିକାରୀ ସମୀର ୱାଙ୍ଖଡେଙ୍କୁ ମୁମ୍ବାଇ ହାଇକୋର୍ଟରୁ ମିଳିଲା ଆଶ୍ବସ୍ତି । ମୁମ୍ବାଇ ପୋଲିସର ତତ୍କାଳ ଦିରଫଦାରୀ ଉପରେ ରୋକ ଲଗାଇଲେ ବମ୍ବେ କୋର୍ଟ । ଅଧିକ ପଢନ୍ତୁ...

ସମୀର ୱାଙ୍ଖଡେଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି, ତତ୍କାଳ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ
ସମୀର ୱାଙ୍ଖଡେଙ୍କୁ ବମ୍ବେ ହାଇକୋର୍ଟରୁ ଆଶ୍ବସ୍ତି, ତତ୍କାଳ ଗିରଫ କରିପାରିବ ନାହିଁ ମୁମ୍ବାଇ ପୋଲିସ

ମୁମ୍ବାଇ: NCB ଅଧିକାରୀ ସମୀର ୱଙ୍ଖଡେଙ୍କୁ ମୁମ୍ବାଇ ହାଇକୋର୍ଟରୁ ଆଶ୍ବସ୍ତି । ମୁମ୍ବାଇ ପୋଲିସ ଦ୍ବାରା ତାଙ୍କ ଉପରେ କୌଣସି ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି କୋର୍ଟ । ଯଦି ମୁମ୍ବାଇ ପୋଲିସ ସମୀରଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପର୍କରେ କୌଣସି ପ୍ରମାଣ ପାଏ, ତେବେ ତତ୍କାଳ ଗିରଫଦାରୀ ପରିବର୍ତ୍ତେ ୩ ଦିନ ନୋଟିସ ଦେବାକୁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ବହୁଚର୍ଚ୍ଚିତ କ୍ରୁଜ ପାର୍ଟି ମାମଲାରେ ତଦନ୍ତାକାରୀ ଅଧିକାରୀ ଥିବା ଓ୍ବାଙ୍ଖଡେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଲାଞ୍ଚ ଦାବି କରିବା ଅଭିଯୋଗ ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ସରକାରଙ୍କ ଦ୍ବାରା ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ତଦନ୍ତ ପାଇଁ ମୁମ୍ବାଇ ପୋଲିସ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (SIT) ମଧ୍ୟ ଗଠନ କରିଛି ମହାରାଷ୍ଟ୍ର ସରକାର ଓ ପୋଲିସର ଏପରି ଆଭିମୂଖ୍ୟ ପରେ ସୁରକ୍ଷା ପାଇଁ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଯୁବ ଅଧିକାରୀ ସମୀର ।

ତେବେ ସମୀର ଏହି ମାମଲାରେ କୋର୍ଟଙ୍କ ନିକଟରୁ ବଡ ଆଶ୍ବସ୍ତି ପାଇଛନ୍ତି । ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରି ସମୀର କହିଛନ୍ତି ଅଭିଯୋଗକୁ ନେଇ NCBର ଅନୁସନ୍ଧାନକାରୀ ଦଳ ଦ୍ବାରା ଅନୁସନ୍ଧାନ ହୋଇସାରିଛି। ତେବେ ମୁମ୍ବାଇ ପୋଲିସର ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳର ଆବଶ୍ୟକତା କଣ ବୋଲି ପ୍ରଶ୍ନ କରିଛନ୍ତି ସମୀର ।

ମୁମ୍ବାଇ ପୋଲିସ ତାଙ୍କୁ ଆକ୍ରୋଶମୂଳକ ଭାବେ ଟାର୍ଗେଟ କରିବାକୁ ଯୋଜନା ରଖିଥିବା କହିବା ସହ ଅଭିଯୋଗକୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା CBI କିମ୍ବା NIA ଦ୍ବାରା କରାଇବା ପାଇଁ ମଧ୍ୟ ସେ ଅନୁରୋଧ କରିଛନ୍ତି। ତେବେ ତାଙ୍କ ଦ୍ବାରା ଦାଖଲ କରାଯାଇଥିବା ଆବେଦନର ଶୁଣାଣି କରି ମୁମ୍ବାଇ ପୋଲିସ ତୁରନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ରାୟ ଶୁଣାଇବା ପେର ସମୀରଙ୍କୁ ବଡ ଆଶ୍ବସ୍ତି ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details