ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ବୃଦ୍ଧି ପାଉଛି ମାଦକ ଦ୍ରବ୍ୟର କାରବାର । ଏହାକୁ ପ୍ରତିହିତ କରିବା ଲାଗି ଜାତୀୟ ନିଶା ନିବାରଣ ସଂସ୍ଥା(NCB) ପକ୍ଷରୁ ଚଢାଉକୁ ଜୋରଦାର ମଧ୍ୟ କରାଯାଉଛି । ଏହି ଧାରାରେ ୨୦୧୭ ପର ଠାରୁ ମାଦକ ଦ୍ରବ୍ୟ ଜବତ ୩ଶହ ପ୍ରତିଶତ ବୃଦ୍ଧି ପାଇଛି ବୋଲି NCB ନିର୍ଦ୍ଦେଶକ ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ।
ମାଦକ ଦ୍ରବ୍ୟ ଜବତ ପ୍ରତିଶତ ବୃଦ୍ଧି: NCB ନିର୍ଦ୍ଦେଶକ - NCBର ପ୍ରତିକ୍ରିୟା
ଦିନକୁ ଦିନ ଭାରତରେ ବୃଦ୍ଧି ପାଉଛି ମାଦକ ଦ୍ରବ୍ୟର କାରବାର । ଏହାକୁ ପ୍ରତିହିତ କରିବା ଲାଗି ଜାତୀୟ ନିଶା ନିବାରଣ ସଂସ୍ଥା(NCB) ପକ୍ଷରୁ ଚଢାଉକୁ ଜୋରଦାର ମଧ୍ୟ କରାଯାଉଛି । ଅଧିକ ପଢନ୍ତୁ
ମାଦକ ଦ୍ରବ୍ୟ ଜବତ ପ୍ରତିଶତ ବୃଦ୍ଧି: NCB ନିର୍ଦ୍ଦେଶକ
ଅନ୍ୟପଟେ ଏହି ପରିମାଣ ୨୦୧୭ରେ ୨,୧୪୬ କିଲୋଗ୍ରାମ ଥିବା ବେଳେ ୨୦୨୧ରେ ଏହା ବୃଦ୍ଧି ପାଇ ୭,୨୮୨ କିଲୋଗ୍ରାମରେ ହୋଇଛି । ଯାହା ୨୦୧୭ ତୁଳନାରେ ପ୍ରାୟ ୩ଶହ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଏନସିବି ନିର୍ଦ୍ଦେଶକ କହିଛନ୍ତି । ତେବେ ଏହାକୁ ପ୍ରତିହିତ କରିବା ଲାଗି ଅଭିଯାନକୁ ଆହୁରି ଜୋରଦାର କରାଯିବ ବୋଲି ସତ୍ୟ ନାରୟଣ ପ୍ରଧାନ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ