ମୁମ୍ବାଇ: ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ । ଦୀର୍ଘ ଘଣ୍ଟାର ପଚରାଉଚୁରା ପରେ ଶେଷରେ ଆର୍ଯ୍ୟନଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) । ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା କ୍ରୁଜ ଜାହାଜରେ ଚଢାଉ କରିଥିଲା ଏନସିବି । ଏଥିରେ ଥିବା ୮ ଜଣଙ୍କୁ ଅଟକ ରଖିଥିଲା ଏନସିବି ।
ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ନେତୃତ୍ବରେ କ୍ରୁଜରେ ଶନିବାର ବିଳମ୍ବିତ ରାତିରେ ଚଢାଉ ହୋଇଥିଲା । ଏହି ସମୟପରେ ଡ୍ରଗ୍ସ ଜବତ କରିଥିଲା ଏନସିବି । କ୍ରୁଜଟି ମୁମ୍ବାଇରୁ ଗୋଆ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମୁମ୍ବାଇରୁ ବାହାରିବା ମାତ୍ରେ ଡ୍ରଗ୍ସ ପାର୍ଟି ଆରମ୍ଭ ହୋଇଥିଲା ।