ରାୟପୁର: ସାତଟି ଗାଡିରେ ନିଆଁ ଲଗାଇଲେ ନକ୍ସଲ । ଛତିଶଗଡର ସୁକମା ଜିଲ୍ଲାରେ ଏକ ନକ୍ସଲ ସଙ୍ଗଠନ ସାତୋଟି ଗାଡିରେ ନିଆଁ ଲଗାଇ ଦେଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।
ଘଟଣାଟି ସୁକମାର ଏରାବୋରା ଅଞ୍ଚଳରେ ଘଟିଥିବା କହିଛନ୍ତି ସୁକମା ଏସପି ଏଲ ଧ୍ରୁବ । ଭାରତ ବନ୍ଦର ଗୋଟିଏ ଦିନ ପୂର୍ବରୁ ନକ୍ସଲ ଏହି କାଣ୍ତ ଘଟାଇଥିବା କହିଛନ୍ତି ସୁକମା ଏସପି । ପ୍ରାଥମିକ ସୂଚନାଅନୁସାରେ, ଅଲଟ୍ରାସର ଏକ ଦଳ ଏହି ଅଞ୍ଚଳରେ ପହଞ୍ଚି ଗାଡି ଜାଳି ଦେଇଥିଲେ । ଭାରତ ବନ୍ଦକୁ ସଫଳ କରିବାକୁ ଏପରି କାଣ୍ଡ ଘଟାଇଥିବା ଜଣାପଡିଛି । ନକ୍ସଲମାନେ ଗାଡିରେ ନିଆଁ ଲଗାଇବା ଘଟଣାରେ କେହି ଡ୍ରାଇଭର ଆହତ ହୋଇନାହାନ୍ତି । ଘଟଣାସ୍ଥଳରେ ସୁରକ୍ଷା ବାହିନୀ ପହଞ୍ଚି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।