ରାୟପୁର: ଛତିଶଗଡରେ ନକ୍ସଲଙ୍କ ଲଙ୍କାକାଣ୍ତ । ଜାଳିଲେ ରାସ୍ତା କାମରେ ନିୟୋଜିତ ଥିବା ୩ ଗାଡି । ଏଭଳି ଘଟଣା ଘଟିଛି ନାରାୟଣପୁରର କୁକଡାଝୋର ଅଞ୍ଚଳରେ ( Kukdajhor area) । କୁକଡାଝୋର ରେଙ୍ଗବାଡା ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ରାସ୍ତାକାମ ଚାଲୁଥିଲା । ହେଲେ ନକ୍ସଲ ରାସ୍ତା କାମକୁ ବନ୍ଦ କରିବାକୁ ଚେତାବନୀ ଦେବାସହ ଗାଡି ପୋଡି ଦେଇଛନ୍ତି ।
ସୂଚନା ଅନୁସାରେ, କୁକଡାଝୋର ରେଙ୍ଗବେଡା ଗାଁରେ ପାଖାପାଖି 15 ରୁ 20 ଜଣ ନକ୍ସଲ ପହଞ୍ଚି ଥିଲେ । ଏହାପରେ ସେମାନେ ଏକ ପାଣି ଟ୍ୟାଙ୍କର, ଗୋଟିଏ ୱିବ୍ରୋ ମେସିନ୍(1 Wibro machine) ଓ ଗୋଟିଏ ମୋଟର ସାଇକେଲରେ ନିଆଁ ଲଗାଇ ଦେଇଥିଲେ । ଏହି ସମୟ ମଧ୍ୟରେ ନକ୍ସଲମାନେ ଯାନବାହାନ ଚଳାଚଳ ବନ୍ଦ କରିବା ସହ ରୋଡ କାମରେ ନିଯୋଜିତ ଥିବା ଶ୍ରମିକ ମାନଙ୍କୁ କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଥିଲେ ।