ଓଡିଶା

odisha

By ETV Bharat Odisha Team

Published : Nov 7, 2023, 5:56 PM IST

ETV Bharat / bharat

Chhattisgarh Elections: ଏକାଧିକ ସ୍ଥାନରେ ସୁରକ୍ଷାକର୍ମୀ-ନକ୍ସଲ ଏନକାଉଣ୍ଟର, ଏକାଧିକ ନକ୍ସଲ ନିପାତ !

ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ମତଦାନରେ ବିଭିନ୍ନ ସ୍ଥାନରେ ନକ୍ସଲ ହିଂସା । ଏକାଧିକ ସ୍ଥାନରେ ଏନକାଉଣ୍ଟର ଓ ବିସ୍ଫୋରକ ଜବତ । 10 ଆସନରେ ଶେଷ, 10 ଆସନରେ ଜାରି ରହିଛି ଭୋଟିଂ । ଅଧିକ ପଢନ୍ତୁ

Chhattisgarh elections: ଏକାଧିକ ସ୍ଥାନରେ ନକ୍ସଲ ହିଂସା, ଏନକାଉଣ୍ଟରରେ ଦୁଇ ନକ୍ସଲ ନିପାତ !
Chhattisgarh elections: ଏକାଧିକ ସ୍ଥାନରେ ନକ୍ସଲ ହିଂସା, ଏନକାଉଣ୍ଟରରେ ଦୁଇ ନକ୍ସଲ ନିପାତ !

ରାୟପୁର: ଛତିଶଗଡରେ ଆଜି ପ୍ରଥମ ପର୍ଯ୍ୟାୟରେ ମତଦାନ ଜାରି ରହିଥିବା ବେଳେ ରାଜ୍ୟର ଏକାଧିକ ସ୍ଥାନରେ ନକ୍ସଲ ହିଂସା ଘଟିଛି । କେଙ୍କେର, ନାରାୟଣପୁର ଓ ଦାନ୍ତେୱାଡାରେ ନକ୍ସଲ ହିଂସା ସାମ୍ନାକୁ ଆସିଛି । ଏକାଧିକ ସ୍ଥାନରେ ସୁରକ୍ଷାକର୍ମୀ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏକାଧିକ ନକ୍ସଲ ନିହତ ହୋଇଥିବା ନେଇ ସୁରକ୍ଷା ବଳ ପକ୍ଷରୁ ଦାବି କରାଯାଇଛି । ମୃତ ନକ୍ସଲଙ୍କ ସଂଖ୍ୟା ସମ୍ପର୍କରେ ସ୍ପଷ୍ଟ ହୋଇପାରିନି ।

ଆଜି କାଙ୍କେର ଉଲିଆ ଜଙ୍ଗଲରେ ନକ୍ସଲ ତଥା ସୁରକ୍ଷା ବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ କୃଷକଙ୍କ ଦେହରେ ମଧ୍ୟ ଗୁଳି ବାଜିଛି । କୃଷକ ଜଣକ ଜଙ୍ଗଲ ନିକଟବର୍ତ୍ତୀ ସ୍ଥାନରେ ଗୋରୁ ଚରାଇବାକୁ ଯାଇଥିବା ବେଳେ ଏନକାଉଣ୍ଟରରେ ଆହତ ହୋଇଛନ୍ତି । ଘଟଣାସ୍ଥଳରୁ 47 ଟି ମାରଣାସ୍ତ୍ର ଉଦ୍ଧାର କରାଯାଇଛି । ଏକାଧିକ ନକ୍ସଲ ନିହତ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ପରବର୍ତ୍ତୀ ସମୟରେ ଏହି ସଂଖ୍ୟା ସ୍ପଷ୍ଟ ହେବା ନେଇ ଅନୁମାନ କରାଯାଉଛି ।

ନାରାୟଣପୁରରେ ମଧ୍ୟ ଏନକାଉଣ୍ଟର ହୋଇଛି । ଏସଟିଏଫ ଓ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ସେହିପରି ସର୍ବାଧିକ ନକ୍ସଲ ପ୍ରବଣ ଦାନ୍ତେୱାଡା ବିଧାନସଭା ନିର୍ବାଚନ ଏରିଆର ଆରନପୁର ପୋଲିସ ଷ୍ଟେସନ ଏରିଆରେ ମଧ୍ୟ ଲାଲବାହିନୀର ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି ଅଞ୍ଚଳରେ ସର୍ଚ୍ଚ ଓ କମ୍ବିଂ ଅପରେସନ ବେଳେ CRPF ଯବାନମାନେ ଦୁଇଟି IED ଉଦ୍ଧାର କରିଛନ୍ତି । ଏହିପରି ନକ୍ସଲମାନେ ବିସ୍ଫୋରଣ କରିବା ଯୋଜନାରେ ଥିବା ବେଳେ ତାହା ଭଣ୍ଡୁର ହୋଇଛି ।

ଏହା ମଧ୍ୟ ପଢନ୍ତୁ :- Chhattisgarh Poll: ଅତିସମ୍ବେଦନଶୀଳ 10 ସିଟ୍‌ରେ ଭୋଟିଂ ଶେଷ, ଅବଶିଷ୍ଟ ଆସନରେ ଜାରି

ଅନ୍ୟପଟେ ବିଜାପୁରର ଗଙ୍ଗାଲୁରରେ ନକ୍ସଲମାନଙ୍କ ସହ ଏନକାଉଣ୍ଟର କରିଛି ସୁରକ୍ଷାବଳ । CRPF 85 ବାଟାଲିୟନ ଏହି ଏନକାଉଣ୍ଟର କରିଥିବା ବେଳେ ଏଥିରେ ପ୍ରାୟ ଦୁଇରୁ ତିନି ଜଣ ନକ୍ସଲ ନିପାତ ହୋଇଥିବା ଦାବି କରିଛି ସୁରକ୍ଷା ବଳ । ସେହିପରି ଅନ୍ୟତମ ନକ୍ସଲ ପ୍ରବଣ ସୁକମାରେ IED ବିସ୍ଫୋରଣ କରିଛନ୍ତି ଲାଲ ବାହିନୀ । ଆଜି ସକାଳେ ସୁକମାରେ ହୋଇଥିବା IED ବିସ୍ଫୋରଣରେ କୋବ୍ରା ବାଟାଲିୟନର ଜଣେ ଯବାନ ଆହତ ହୋଇଥିଲେ । ତେବେ ରାଜ୍ୟର ଏକାଧିକ ସ୍ଥାନରେ ଭୋଟଗ୍ରହଣରେ ସମସ୍ୟା ସୃଷ୍ଟି କରିବା ପାଇଁ ନକ୍ସଲ ଚେଷ୍ଟା କରିଥିବା ବେଳେ ସେଥିରେ ସଫଳ ହୋଇନଥିବା ଓ ରାଜ୍ୟରେ କେହି ସାଧାରଣ ଲୋକ ପ୍ରାଣ ହରାଇନଥିବା ପୋଲିସ ପକ୍ଷରୁ କୁହାଯାଇଛି । ପୋଲିସ ପରବର୍ତ୍ତୀ ସମୟରେ ଏହି ହିଂସା ଓ ଏନକାଉଣ୍ଟରରେ ମତାହତଙ୍କ ବିସ୍ତୃତ ସୂଚନା ଦେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details