ଓଡିଶା

odisha

By ETV Bharat Odisha Team

Published : Nov 17, 2023, 7:24 PM IST

ETV Bharat / bharat

ନିର୍ବାଚନ ବେଳେ ଛତିଶଗଡ଼ରେ ଆଇଡି ବିସ୍ଫୋରଣ, ଜଣେ ITBP ଯବାନ ଶହୀଦ

ଛତିଶଗଡ଼ ନିର୍ବାଚନ ବେଳେ ଗୋବରା ନିକଟରେ ଆଇଡି ବିସ୍ଫୋରଣ । ନକ୍ସଲଙ୍କ ହିଂସାକାଣ୍ଡରେ ଜଣେ ଆଇଟିବିପି ଯବାନ ଶହୀଦ । ଅଧିକ ପଢନ୍ତୁ

IED blast in Gariaband
IED blast in Gariaband

ରାୟପୁର: ଛତିଶଗଡ଼ ବିଧାନସଭା ନିର୍ବାଚନରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ନକ୍ସଲଙ୍କ ହିଂସାକାଣ୍ଡ । ଆଇଡି ବିସ୍ଫୋରଣରେ ଜଣେ ଯବାନ ଶହୀଦ ହୋଇଛନ୍ତି । ଭୋଟ ଗ୍ରହଣ ଶେଷ ହେବା ପରେ ସୁରକ୍ଷା ଦାୟିତ୍ବରେ ଥିବା ଏହି ଯବାନ ଫେରୁଥିବା ସମୟରେ ଗୋବରା ନିକଟରେ ନକ୍ସଲମାନେ ସେମାନଙ୍କୁ ଆକ୍ରମଣ କରିଥିଲେ । ଆହତ ଆଇଟିବିପି ଯବାନଙ୍କୁ ସଙ୍ଗେ ସଙ୍ଗେ ଗରିୟାବନ୍ଦ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଯବାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଗରିୟାବନ୍ଦର ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ କହିବାନୁସାରେ ଏହି ନକ୍ସଲ ଆକ୍ରମଣ ଗୋବର ଗାଁ ନିକଟରେ ହୋଇଛି । ଯେତେବେଳେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ ହେବା ପରେ ସୁରକ୍ଷାକର୍ମୀମାନେ ଫେରୁଥିଲେ । ଠିକ୍‌ ଏହି ସମୟରେ ସୁରକ୍ଷାରେ ଥିବା ଟିମ ଉପରକୁ ନକ୍ସଲମାନେ ଆଇଡି ବିସ୍ଫୋରଣ କରିଥିଲେ । ଯେଉଁଥିରେ ଜଣେ ଆଇଟିବିପି ଯବାନ ଶହୀଦ ହୋଇଛନ୍ତି । ଏହି ଶହୀଦ ଯବାନ ହେଡ କନେଷ୍ଟବଳ ଯୋଗୀନ୍ଦର ସିଂହ ବୋଲି ଜଣାପଡ଼ିଛି । ନକ୍ସଲ ଆକ୍ରମଣ ହୋଇଥିବା ଘଟଣାସ୍ଥଳକୁ ଅତିରିକ୍ତ ଫୋର୍ସ ପଠାଯାଇଛି । ସେଠାରେ ଯାଞ୍ଚ ଜାରି ଥିବା ସୂଚନା ମିଳିଛି ।

ଏହା ବି ପଢନ୍ତୁ- Naxal Violence: ଛତିଶଗଡ ମାଓ ଆକ୍ରମଣରେ ଓଡ଼ିଆ ଯବାନ ଶହୀଦ, ନିର୍ବାଚନୀ ଡ୍ୟୁଟି ବେଳେ ଫୁଟିଥିଲା IED

ସୂଚନା ଥାଉ କି ଛତିଗଡ଼ରେ ଏବେ ବିଧାନସଭା ନିର୍ବାଚନ ଚାଲିଛି । ତେବେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚଳିତ ମାସ ନଭେମ୍ବର ୭ ତାରିଖରେ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି (ନଭେମ୍ବର ୧୭) ହୋଇଥିଲା । ହେଲେ ମତଦାନ ପୂର୍ବରୁ ଗତ ଗୁରୁବାର ସିହାୱା ନିକଟରେ ମଧ୍ୟ ଆଇଡି ବିସ୍ଫୋରଣ ହୋଇଥିଲା । ଏଠାରେ ପ୍ରାୟ ୨ଟି ବିସ୍ଫୋରଣ ଘଟିଥିଲା ହେଲେ ତୀବ୍ରତା କମ ଥିବାରୁ କୌଣସି କ୍ଷତି ଘଟିନଥିଲା । ଏହାପରେ ପୋଲିସ ଉକ୍ତ ଅଞ୍ଚଳରୁ ପ୍ରାୟ ୫କେଜି ଆଇଡି ଜବତ କରିଥିଲା । ଧମତରିର ସିହାୱା ଅଞ୍ଚଳ ନକ୍ସଲ ପ୍ରବଣ ଅଞ୍ଚଳ ।

ଛତିଶଗଡ଼ର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମୟରେ ବସ୍ତରରେ ନକ୍ସଲମାନେ ହିଂସାକାଣ୍ଡ ଭିଆଇଥିଲେ । ଏହାପରେ କାଙ୍କେର, ସୁକମା, ବିଜାପୁର ଓ ଦନ୍ତେୱାଡାରେ ମଧ୍ୟ ନକ୍ସଲମାନେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ସେମାନେ ନିଜ ଯୋଜନାରେ ସଫଳ ହୋଇନଥିଲେ । ହେଲେ ପ୍ରଥମ ପର୍ଯ୍ୟାୟ ମତଦାନ ସମୟରେ ଜଣେ ଯବାନ ଶହୀଦ ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details