ଓଡିଶା

odisha

By

Published : Mar 2, 2022, 12:13 PM IST

ETV Bharat / bharat

ଦନ୍ତେୱାଡା ଏନକାଉଣ୍ଟରରେ ନକ୍ସଲ ନିପାତ, ମୁଣ୍ଡରେ ଥିଲା 3 ଲକ୍ଷ ପୁରସ୍କାର

ଛତିଶଗଡ ଦନ୍ତେୱାଡାରେ ପୋଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ । ଏନକାଉଣ୍ଟରରେ ଜଣେ ନକ୍ସଲ ମୃତ । ଅଧିକ ପଢନ୍ତୁ

ଦନ୍ତେୱାଡାରେ ଏନକାଉଣ୍ଟର, ଜଣେ ନକ୍ସଲ ନିପାତ
ଦନ୍ତେୱାଡାରେ ଏନକାଉଣ୍ଟର, ଜଣେ ନକ୍ସଲ ନିପାତ

ରାୟପୁର: ଓଡିଶା ସୀମାନ୍ତ ଛତିଶଗଡ ଦନ୍ତେୱାଡାରେ ପୋଲିସ-ନକ୍ସଲ ମଧ୍ୟରେ ଗୁଳି ବିନିମୟ । ଆଜି(ବୁଧବାର) ସକାଳେ କଟେକଲ୍ୟାଣ(Katekalyan) ଥାନା ଅନ୍ତର୍ଗତ ତୁମକାପାଲ ଗାଁ ନିକଟ ଜଙ୍ଗଳରେ ଏହି ଗୁଳି ବିନିମୟ ହୋଇଛି । ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲର ମୃତ୍ୟୁ ଘଟିଛି । ମୃତକ ଲଖ୍‌ମା କୱାସୀ(Lakhma Kawasi) ଏବଂ ସେ ଦରବା ଡିଭିଜନର ପ୍ଲାଟୁନ କମାଣ୍ଡର(Platoon Commander) ସଦସ୍ୟ ହୋଇଥିବା ପରିଚୟ ମିଳିଛି ।

ଯାହା ସୂଚନା ରହିଛି, ଆଜି ଭୋର୍ ପ୍ରାୟ ୪ଟା ସମୟରେ ତୁମକାପାଲ ଗାଁ ନିକଟ ଜଙ୍ଗଲରେ ଡିଆରଜି(DRG) ଟିମ୍ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା । ଏଥିରେ ଲକ୍ଷ୍ମା କୱାସୀ ନାମକ ନକ୍ସଲ ପ୍ରାଣ ହରାଇଛି । ମୃତକ ସ୍ଥାନୀୟ କୋଣ୍ଡୋପାଲ ଅଞ୍ଚଳର ବାସିନ୍ଦା ଅଟେ । ତା' ନିକଟରୁ ଏକ ପିସ୍ତଲ, ୫ କେଜିର IED, କିଛି ବହି ଏବଂ ଅନ୍ୟାନ୍ୟ କିଛି ସାମଗ୍ରୀ ଜବତ କରାଯାଇଛି । କୱାସୀ ମୁଣ୍ଡରେ ଛତିଶଗଡ ସରକାର ୩ ଲକ୍ଷ ପୁରସ୍କାର ରାଶି ଘୋଷଣା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details