ରାୟପୁର: ନକ୍ସଲ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଦମ୍ପତି ଗିରଫ । ଛତିଶଗଡ ପୋଲିସ ଉତ୍ତର ପ୍ରଦେଶ ବାଲାଘାଟ ନିକଟ ଜଙ୍ଗଲରୁ ଏହି ଦମ୍ପତିଙ୍କୁ ଗିରଫ କରିଛି । ପୋଲିସ ଅଧିକ୍ଷକ ଶାଲାବ କୁମାର ସିହ୍ନାଙ୍କ କହିବା ଅନୁସାରେ ଗିରଫ ହୋଇଥିବା 2 ମହିଳା ଓ ପୁରୁଷ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ ।
ଏନେଇ ସେମାନଙ୍କ ପାଇଁ ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ନଗଦ ଟଙ୍କା ଜବତ କରିଛି ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ ଅଧିକ୍ଷକ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନେ ଏକ ବଡ଼ ନେଟଓ୍ବାର୍କ ବିଷୟରେ ପୋଲିସକୁ ସୂଚନା ଦେଇଛନ୍ତି ।