ଓଡିଶା

odisha

ETV Bharat / bharat

ଫଡନାଭିସଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ନୱାବଙ୍କ ଜ୍ବାଇଁ - Nawab Malik's son-in-law

ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କୁ ଲିଗାଲ୍ ନୋଟିସ୍ ଜାରି କଲେ ନୱାବଙ୍କ ଜ୍ବାଇଁ । ତାଙ୍କ ନାମରେ ମିଥ୍ୟା ପ୍ରଚାର କରିଥିବା ଦର୍ଶାଇଲେ । ଅଧିକ ପଢନ୍ତୁ...

ଫଡନାଭିସଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ନୱାବଙ୍କ ଜ୍ବାଇଁ
ଫଡନାଭିସଙ୍କୁ ଲିଗାଲ୍ ନୋଟିସ୍ ପଠାଇଲେ ନୱାବଙ୍କ ଜ୍ବାଇଁ

By

Published : Nov 11, 2021, 3:48 PM IST

ମୁମ୍ବାଇ: ଆରୋପ-ପ୍ରତ୍ୟାରୋପରେ ଲାଗୁନି ବ୍ରେକ । କ୍ରୁଜ ଡ୍ରଗ୍ସ ମାମଲା ସିଧା ପହଞ୍ଚିଛି ରାଜନୀତିରେ । ଗତକାଲି(ବୁଧବାର) ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏବଂ ନୱାବ ମଲିକଙ୍କ ବାକ୍ ଯୁଦ୍ଧ ପରେ ଆଜି ଆଗକୁ ଆସିଛନ୍ତି ନୱାବଙ୍କ ଜ୍ବାଇଁ ସମୀର ଖାଁ । ସେ ଫଡନାଭିସଙ୍କୁ ଏକ ‘ଲିଗାଲ୍‌‌ ନୋଟିସ୍‌’ ପଠାଇଛନ୍ତି ।

ମାନସିକ ନିର୍ଯାତନା, କଷ୍ଟ, ଆର୍ଥିକ କ୍ଷତି ଏବଂ ଟେଲିଭିଜନ୍‌ ଚ୍ୟାନେଲ୍‌ରେ ଫଡ଼ନାଭିସଙ୍କ ବିବୃତି ଯୋଗୁଁ ମର୍ମାହତ ହୋଇଥିବା ଦର୍ଶାଇ ନୋଟିସ୍‌ରେ ୫ କୋଟି ଟଙ୍କା ଦାବି କରିଛନ୍ତି ସମୀର ଖାଁ । ତେବେ ସମୀର ଖାଁ ଚଳିତ ବର୍ଷ ଆରମ୍ଭରେ ଡ୍ରଗ୍‌ ସମ୍ବନ୍ଧୀୟ ମାମଲାରେ ଗିରଫ ହୋଇ ଜେଲ ଯାଇଥିଲେ । ଏହି କିଛିଦିନ ହେବ ଜାମିନରେ ଆସିଛନ୍ତି ।

ନୱାବ ମଲିକ ଏବଂ ତାଙ୍କ ଝିଅ ଟୁଇଟ୍‌ କରି ସେୟାର୍‌ କରିଥିବା ‘ଲିଗାଲ୍‌‌ ନୋଟିସ୍‌’ ଅନୁସାରେ, ସମୀର ଖାଁ ଡ୍ରଗ୍‌ ରଖିଥିଲେ ବୋଲି ଫଡ଼ନାଭିସ ଅଭିଯୋଗ କରିଥିଲେ । ଏନ୍‌ସିବି ଫାଇଲ୍‌ କରିଥିବା ଚାର୍ଜସିଟ୍ ଫଡନାଭିସ କରିଥିବା ଅଭିଯୋଗ ସମାନ ନୁହେଁ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି । ୧୪ ଜାନୁଆରି ୨୦୨୧ର ପଞ୍ଚନାମାରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ବାସଭବନ ତଲାସ କରାଯାଇଥିଲେ ସୁଦ୍ଧା ସମୀର ଖାଁଙ୍କ ଘରୁ କିମ୍ବା ତାଙ୍କ ପାଖରୁ କ‌ୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳି ନ ଥିଲା । ତେବେ କେଉଁ ସୂତ୍ରରୁ ଆପଣ ଏଭଳି ମିଥ୍ୟା, ଅପ୍ରାସଙ୍ଗିକ ଏବଂ ଭିତ୍ତିହୀନ ଅଭିଯୋଗ ପାଇଲେ ବୋଲି ଫଡନାଭିସଙ୍କୁ ପ୍ରଶ୍ନ କରିଛନ୍ତି ।

‘ଲିଗାଲ୍‌ ନୋଟିସ୍‌’ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ନୱାବ ମଲିକ କହିଛନ୍ତି, ତାଙ୍କ ଘରୁ ଡ୍ରଗ୍‌ ମିଳିଥିବା ଅଭିଯୋଗ କରିଥିବା ଦେବେନ୍ଦ୍ର ଫଡ଼ନାଭିସଙ୍କ ପାଇଁ ମୋ ଝିଅ ନୋଟିସ୍‌ ପଠାଇଛି । ଯଦି ଫଡ଼ନାଭିସ କ୍ଷମା ନ ମାଗନ୍ତି, ଆମେ ତାଙ୍କ ନାଁରେ ମାନହାନୀ ମକଦ୍ଦମା କରିବୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details