ମୁମ୍ବାଇ: ଆର୍ଥିକ ଠକେଇ ଓ ଅଣ୍ଡରଓ୍ବାର୍ଲ୍ଡ ସହ ସମ୍ପୃକ୍ତି ଅଭିଯୋଗରେ ଗିରଫ ହୋଇଥିବା ମହାରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଏନସିପି ନେତା ନଓ୍ବାବ ମଲ୍ଲିକଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ(Nawab Malik in judicial custody) ପଠାଇଲେ କୋର୍ଟ । ତାଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ମୁମ୍ବାଇର PMLA ଆଜି ତାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଗତମାସ ୨୩ ତାରିଖରେ ନଓ୍ବାବଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ବଲିଓଡ ଅଭିନେତା ସାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଡ୍ରଗ୍ସ କେସରେ ଗିରଫ ହେବା ପରେ ଘଟଣାର ତଦନ୍ତ କରୁଥିବା ଏନସିବି ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରି ବେଶ ଚର୍ଚ୍ଚାକୁ ଆସିଥିଲେ ନଓ୍ବାବ । କିଛି ଦିନ ନଓ୍ବାବ-ସମୀର ବିବାଦ ଚର୍ଚ୍ଚାରେ ରହିବା ସହ ସମୀରଙ୍କ ଉପରେ ମଧ୍ୟ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ତାଙ୍କୁ ମୁମ୍ବାଇରୁ ଦିଲ୍ଲୀକୁ ବଦଳି କରାଯାଇଥିଲା । ତାର କିଛି ଦିନ ପରେ ଏନସିବି ରାଡରକୁ ଆସିଥିଲେ ବିବାଦୀୟ ମନ୍ତ୍ରୀ ନଓ୍ବାବ । ଆର୍ଥିକ କାରବାର ନେଇ ତାଙ୍କୁ ଏକାଧିକ ଘଣ୍ଟା ଜେରା କରିବା ପରେ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।