ଚେନ୍ନାଇ: ଭାରତୀୟ ନୌସେୱନାରେ ସାମିଲ ହେଲା ସ୍ବଦେଶୀ ନିର୍ମିତ 2 ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର ALH MK III । ତାମିଲନାଡୁର ରାମନାଥପୁରମ୍ ଠାରେ ଥିବା ନାଭାଲ୍ ଏୟାର ଷ୍ଟେସନ INS ପାରଣ୍ଡୁରେ ବୁଧବାର ଦୁଇଟି ସ୍ୱଦେଶୀ ନିର୍ମିତ ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର (ALH)କୁ ଆନୁଷ୍ଠାନିକ ଭାବେ ନୌସେନାରେ ସାମିଲ କରାଯାଇଛି । ଏହି ସାମିଲ ଉତ୍ସବରେ ଇଷ୍ଟର୍ନ ନାଭାଲ୍ କମାଣ୍ଡ ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ୍-ଚିଫ୍, ଭାଇସ୍ ଆଡମିରାଲ୍ ବିଶ୍ୱଜିତ୍ ଦାସଗୁପ୍ତାଙ୍କ ସମେତ ଅନ୍ୟ କିଛି ବରିଷ୍ଠ ନୌସେନାଧିକାରୀ ଯୋଗ ଦେଇଥିଲେ । ହେଲିକପ୍ଟର ଦୁଇଟି ବେସରେ ଅବତରଣ ପରେ ପାରମ୍ପାରିକ ଭାବେ ଓ୍ବାଟର ସାଲ୍ୟୁଟ ଦିଆଯାଇଥିଲା ।
ଏହି ଅତ୍ୟାଧୁନିକ ହାଲୁକା ହେଲିକପ୍ଟରକୁ ନୌସେନାରେ ସାମିଲ କରିବା ଫଳରେ Gulf of Mannar, Palk Bay, and Comorin Regionରେ ସାମୁଦ୍ରିକ ନିରୀକ୍ଷଣକୁ ବ୍ୟବସ୍ଥାକୁ ଆହୁରି ସହଜ ଓ ପ୍ରଭାବୀ କାରଯାଇ ପାରିବ। ସାମୁଦ୍ରିକ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ (SAR) ପାଇଁ ଏହି ହେଲିକପ୍ଟର ବେଶ ସକ୍ରିୟ ଭୂମିକା ଗ୍ରହଣ କରିବା ନେଇ ଆଶା କରାଯାଉଛି ।