ଓଡିଶା

odisha

ETV Bharat / bharat

ନୌସେନା ମୁଖ୍ୟ ଆର ହରି କୁମାର କୋରୋନା ପଜିଟିଭ - ନୌସେନା ମୁଖ୍ୟ ଆର ହରି କୁମାର କୋରୋନା ପଜିଟିଭ

କୋରୋନା ପଜିଟିଭ ଚିହ୍ନଟ ହେଲେ ନୌସେନା ମୁଖ୍ୟ ଆର ହରି କୁମାର। ସୂଚନା ଦେଲେ ପରିବାର ଲୋକେ। ଅଧିକ ପଢନ୍ତୁ

Navy Chief tests corona positive
Navy Chief tests corona positive

By

Published : Apr 2, 2023, 9:07 AM IST

ନୂଆଦିଲ୍ଲୀ:କୋରୋନା ସଂକ୍ରମିତ ହେଲେ ନୌସେନା ମୁଖ୍ୟ ଆର ହରି କୁମାର । ଶୁକ୍ରବାର ଦିନ ସେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । କୋରୋନା ସଂକ୍ରମିତ ହେବା ପରେ ଭୋପାଳରେ ଆୟୋଜିତ ତିନିଦିନିଆ ମିଳିତ କମାଣ୍ଡର ସମ୍ମିଳନୀରେ ସାମିଲ ହୋଇପାରିନଥିଲେ ନୌସେନା ମୁଖ୍ୟ । କୋରୋନା ପଜିଟିଭ ହେବାପରେ ପରିବାର ଲୋକେ ଏନେଇ ସୂଚନା ଦେଇଛନ୍ତି ।

ତେବେ ଗତ 30 ତାରଖରୁ ଭୋପାଳର କୁଶାଭାଉ ଠାକରେ ହଲରେ ତିନି ଦିନିଆ ସାମରିକ କମାଣ୍ଡର ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ । ସମ୍ମିଳନୀର ପ୍ରଥମ ଓ ଦ୍ବିତୀୟ ଦିନରେ ଆର ହରି କୁମାର ସାମିଲ ହୋଇଥିଲେ । କିନ୍ତୁ ଶେଷ ଦିନରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ସମ୍ମିଳନୀରେ ସାମିଲ ହୋଇପାରିନଥିଲେ । କୋରୋନା ସଂକ୍ରମିତ ହେବା ପରେ ଦିଲ୍ଲୀକୁ ଫେରିଆସିଥିଲେ ନୌସେନା ମୁଖ୍ୟ । ମିଳିତ କମାଣ୍ଡର ସମ୍ମିଳନୀରେ ଗତକାଲି ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅଂଶଗ୍ରହଣ କରିଥିଲେ ।

2021 ନଭେମ୍ବର 30 ତାରିଖରେ ନୌସେନା ମୁଖ୍ୟ ଭାବେ ଦାୟିତ୍ବ ନେଇଥିଲେ ଆର ହରି କୁମାର । ଆଡମିରାଲ କେ.ବି ସିଂଙ୍କ ଠାରୁ ସେ ଦାୟିତ୍ବ ଗ୍ରହଣ କରିଥିଲେ । 1983 ଜାନୁଆରୀରେ ଭାରତୀୟ ନୌସେନାର କାର୍ଯ୍ୟନିର୍ବାହୀ ଶାଖାରେ ନିଯୁକ୍ତି ପାଇଥିଲେ ଆର ହରି କୁମାର । ତାଙ୍କର ଦୀର୍ଘ ଏବଂ ବିଶିଷ୍ଟ ସେବାର ପ୍ରାୟ 40 ବର୍ଷ ମଧ୍ୟରେ, ସେ ବିଭିନ୍ନ କମାଣ୍ଡରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ । ସେ ଆଇଏନଏସ ନିଶାଙ୍କ, ଆଇଏନଏସ କୋରା ଏବଂ ଗାଇଡ୍ ମିସାଇଲ୍ ବିନାଶକାରୀ ଆଇଏନଏସ ରଣବୀର ପ୍ରମୁଖ ଅନେକ ଗୁରୁତ୍ବପୂର୍ଣ୍ଣ ମିଶନରେ ପୂର୍ବରୁ କାର୍ଯ୍ୟ କରିଛନ୍ତି । ୱେଷ୍ଟର୍ଣ୍ଣ ଫ୍ଲାଇଟର ଫ୍ଲାଇଟ୍ ଅପରେସନ୍ ଅଫିସର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ତେବେ ଦେଶରେ ଏବେ କୋରୋନା ସଂକ୍ରମଣ ଉପମୁହାଁ ହେବାରେ ଲାଗିଛି । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା 3 ହଜାର ପାର କରୁଛି । ଯାହାକୁ ନେଇ ଚିନ୍ତାରେ ଦେଶବାସୀ । ଚତୁର୍ଥ ଲହର ଆସିବା ନେଇ ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ଗତକାଲି ଦେଶରେ 2,994 କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଯାହାକୁ ମିଶାଇ ଦେଶରେ କୋରୋନା ଚିକିତ୍ସିତଙ୍କ ସଂଖ୍ୟା 16ହଜାର ପାର କରିଥିଲା । ସେହିପରି ମାର୍ଚ୍ଚ 31 ତାରିଖରେ 3 ହଜାର 95 କୋରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଦେଶରେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ 5 ଲକ୍ଷ 30 ହଜାର 867 ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା ।

ABOUT THE AUTHOR

...view details