ଚଣ୍ଡିଗଡ:ପୁଣି ସାମନାକୁ ଆସିଲା ସିଦ୍ଧୁଙ୍କ ବକେୟା ବିଦ୍ୟୁତ ବିଲ। ପୂର୍ବତନ ଭାରତୀୟ କ୍ରିକେଟର ତଥା ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜ୍ୟୋତ ସିଂ ସିଦ୍ଧୁ ଚାରି ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ବିଦ୍ୟୁତ ବିଲ ବକେୟା ରଖିଛନ୍ତି। ଏହା ପୂର୍ବରୁ ମଧ୍ୟ ସିଦ୍ଧୁଙ୍କ ବିଦ୍ୟୁତ ବକେୟା ରହିଥିଲା ।
ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁଙ୍କ ବକେୟା ବିଦ୍ୟୁତ ବିଲ ଖବର ପୁଣି ସାମନାକୁ ଆସିଛି। ସିଦ୍ଧୁ ଅମୃତସର ସ୍ଥିତ ବାସଭବନରେ ୪,୨୨,୩୩୦ ଟଙ୍କା ପୈଠ କରିନାହାଁନ୍ତି । ଗତ 6 ମାସ ହେଲା ସେ ଏହି ବିଲ ପୈଠ କରିନାହାଁନ୍ତି । ଏହି ବିଲ ଗତ ଜାନୁୟାରୀ ୧୯ ତାରିଖ ଦିନ ବାହାରିଛି । ଏହା ପୂର୍ବରୁ ଗତ ଅଗଷ୍ଟ ୨୦୨୧ ରେ ମଧ୍ୟ ସିଦ୍ଧୁଙ୍କ ବିଦ୍ୟୁତ ବିଲ ବକେୟା ଥିବା ଜଣାପଡିଥିଲା। ଏତେ ମୋଟା ଅଙ୍କର ବିଲ ବାକି ଥିଲେ ମଧ୍ୟ ପଞ୍ଜାବ ରାଜ୍ୟ ବିଦ୍ୟୁତ ନିଗମ ସିଦ୍ଧୁଙ୍କ ବିଦ୍ୟୁତ ସରାବରାହ ଜାରି ରଖିଛନ୍ତି।