ଓଡିଶା

odisha

ETV Bharat / bharat

କୃଷି ଆଇନକୁ ନେଇ କେନ୍ଦ୍ର ବିରୋଧରେ ବର୍ଷିଲେ ସିଦ୍ଧୁ - ନବଜୋତ ସିଂ ସିଦ୍ଧୁଙ୍କ ମନ୍ତବ୍ୟ

କୃଷି ଆଇନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଶାଣିତ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ଅଧିକ ପଢନ୍ତୁ...

କୃଷି ଆଇନକୁ ନେଇ କେନ୍ଦ୍ର ବିରୋଧରେ ବର୍ଷିଲେ ସିଦ୍ଧୁ
କୃଷି ଆଇନକୁ ନେଇ କେନ୍ଦ୍ର ବିରୋଧରେ ବର୍ଷିଲେ ସିଦ୍ଧୁ

By

Published : Feb 24, 2021, 10:50 PM IST

ଚଣ୍ଡିଗଡ: କୃଷି ଆଇନ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଶାଣିତ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ସେ ଏହି କୃଷି ଆଇନକୁ କଳା ଆଇନ କହିବା ସହ ଏହା କେନ୍ଦ୍ରର କୃଷକ ବିରୋଧୀ ନୀତି ବୋଲି କହି ଟ୍ବିଟ କରିଥିବା ଦେଖିବାକୁ ମିଳିଛି ।

ସୋମବାର ରାହୁଲ ଗାନ୍ଧି ମଧ୍ୟ ଏ ପ୍ରସଙ୍ଗରେ କେନ୍ଦ୍ରକୁ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା । କେନ୍ଦ୍ରର ବିଜେପି ସରକାର ଆଣିଥିବା 3 କୃଷି ଆଇନ ଦେଶରେ କୃଷି ଓ କୃଷକଙ୍କୁ ଧ୍ବଂସ କରିଦେବ ବୋଲି ରାହୁଲ କହିଥିଲେ। ଏହି ପ୍ରସଙ୍ଗରେ ମୋଦି ସରକାରଙ୍କୁ କଟାକ୍ଷ କରି ରାହୁଲ କହିଛନ୍ତି ଯେ ମୋଦି ଦେଶର କୃଷିକୁ ତାଙ୍କ ଶିଳ୍ପପତି ବନ୍ଧୁଙ୍କୁ ବିକ୍ରି କରିଦେବା ପାଇଁ ଚେଷ୍ଟା କରୁଛନ୍ତି ।

ଏହି ଆଇନକୁ ବିରୋଧ କରି ଦେଶର କୃଷକମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଗତ ନଭେମ୍ବରରୁ ପ୍ରତିବାଦ ଓ ଆନ୍ଦୋଳନ କରି ଆସୁଛନ୍ତି । ଏହି 3 ଆଇନ ମଧ୍ୟରେ କୃଷକଙ୍କ ଉତ୍ପାଦନ ବାଣିଜ୍ୟ ଏବଂ (ପଦୋନ୍ନତି ଏବଂ ସୁବିଧା) ଆଇନ 2020, କୃଷକ ସଶକ୍ତିକରଣ ଏବଂ ସୁରକ୍ଷ ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଅଧିନିୟମ 2020 ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧିନିୟମ, 2020 ଉପରେ ଚୁକ୍ତିନାମା ଇତ୍ୟାଦି ସର୍ତ୍ତାବଳୀ କଳା ତଥା କୃଷକ ବିରୋଧୀ ବୋଲି ଦର୍ଶାଇବା ସହ ଏହି ଆଇନ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ କୃଷକମାନେ ଅଟଳ ଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details