ଓଡିଶା

odisha

ETV Bharat / bharat

‘ପଞ୍ଜାବ ବିଧାନସଭା ନିର୍ବାଚନରେ ଯୁବକଙ୍କୁ ମିଳିବ ଅଧିକ ଗୁରୁତ୍ବ’

ପଞ୍ଜାବ କଂଗ୍ରେସ ଦଳ ଗତଥର ତୁଳନାରେ ଏଥର ନିର୍ବାଚନରେ ଯୁବକଙ୍କୁ ଅଧିକ ଗୁରୁତ୍ବ ଦେଇ ଟିକେଟ ଦେବ । ଅଧିକ ପଢନ୍ତୁ...

ପଞ୍ଜାବ ବିଧାନସଭା ନିର୍ବାଚନରେ ଯୁବକଙ୍କୁ ମିଳିବ ଅଧିକ ଗୁରୁତ୍ବ : ସିଦ୍ଧୁ
ପଞ୍ଜାବ ବିଧାନସଭା ନିର୍ବାଚନରେ ଯୁବକଙ୍କୁ ମିଳିବ ଅଧିକ ଗୁରୁତ୍ବ : ସିଦ୍ଧୁ

By

Published : Aug 16, 2021, 12:28 PM IST

ଚଣ୍ଡିଗଡ: ୨୦୨୨ରେ ପଞ୍ଜାବରେ ହେବ ବିଧାନସଭା ନିର୍ବାଚନ । ଏନେଇ ପଞ୍ଜାବ କଂଗ୍ରେସ ଦଳ ଗତଥର ତୁଳନାରେ ଏଥର ନିର୍ବାଚନରେ ଯୁବକଙ୍କୁ ଅଧିକ ଗୁରୁତ୍ବ ଦେଇ ଟିକେଟ ଦେବ । ଏନେଇ ଗତକାଲି ଚଣ୍ଡିଗଡ଼ରେ କଂଗ୍ରେସ ଭବନରେ ରାଜ୍ୟ ଯୁବ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିବା ସମୟରେ ସୂଚନା ଦେଇଛନ୍ତି ପଞ୍ଜାବ କଂଗ୍ରେସର ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ଏଥର ଯୋଗ୍ୟତାକୁ ଦେଖି ଟିକେଟ ଦିଆଯିବା ସହ ଯୁବକଙ୍କୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ସିଦ୍ଧୁ କହିଛନ୍ତି ।

ପଞ୍ଜାବ କ୍ଷମତା ଦଖଲ କରିବା ପାଇଁ ଜୋରଦାର ଉଦ୍ୟମ କରିଥିବା ଆମ ଆଦମୀ ପାର୍ଟି (AAP)କୁ ଟାର୍ଗେଟ କରିଛନ୍ତି ସିଦ୍ଧୁ । ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ପଞ୍ଜାବ ଯୁବକଙ୍କ ପାଇଁ କଣ ଯୋଜନା କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସିଦ୍ଧୁ । ଆପନେତା ଖାଲି ସ୍ବପ୍ନ ଦେଖାନ୍ତି ହେଲେ ପଞ୍ଜାବ ପାଇଁ କିଛି କରିପାରିବେ ନାହିଁ ବୋଲି କଟାକ୍ଷ କରିବା ସହ ପୁରୁଣା ଦିନ କଥା ମନେ ପକାଇଛନ୍ତି ସିଦ୍ଧୁ । କାରଣ କଂଗ୍ରେସରେ ଯୋଗ ଦେବା ପୂର୍ବରୁ ଆମ ଆଦମୀ ପାର୍ଟିରେ ଯୋଗ ଦେବା ପାଇଁ ସିଦ୍ଧୁ ଯୋଜନା କରିଥିଲେ । ଏପରିକି ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସାକ୍ଷାତ କରିଥିବା ଚର୍ଚ୍ଚା ହୋଇଥିଲା । ଉଭୟ ପଞ୍ଜାବ ନିର୍ବାଚନକୁ ନେଇ ମଧ୍ୟ ଆଲୋଚନା କରିଥିଲେ ବୋଲି ସମର୍ଥକ କୁହନ୍ତି । କିନ୍ତୁ ପଞ୍ଜାବ ନିର୍ବାଚନକୁ ନେଇ ଏବେ ଉଭୟ ନେତା ମୁହାଁମୁହିଁ ସ୍ଥିତିକୁ ଆସିଛନ୍ତି ।

ତେବେ ଜୁଲାଇ ୨୩ରେ ପଞ୍ଜାବ କଂଗ୍ରେସର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଉପସ୍ଥିତିରେ ଦାୟିତ୍ବ ଗ୍ରହଣ କରିଥିଲେ ସିଦ୍ଧୁ । ମାସମାସ ଧରି ସିଦ୍ଧୁ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ବିବାଦ ପରେ ସିଦ୍ଧୁଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା । ବିଭିନ୍ନ ସମସ୍ୟା ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଘେରିଥିଲେ ନବଜୋତ ସିଂ ସିଦ୍ଧୁ । ତେବେ ଏଥିରେ ବିଦ୍ୟୁତ ବିତରଣ ଓ ବିଲ୍ ମୁଖ୍ୟ ସମସ୍ୟା ଥିଲା ।

ABOUT THE AUTHOR

...view details