ପାଟନା:IPS ନବଜୋତ ସିମି । ବିଉଟି ୱିଥ ବ୍ରେନ । ତୀକ୍ଷ୍ଣ ମସ୍ତିଷ୍କ ସାଙ୍ଗକୁ ସୌନ୍ଦର୍ଯ୍ୟର ଅନ୍ୟ ନାଁ । ନାଁ ଯେପରି ରୂପ ମଧ୍ୟ ଠିକ୍ ସେହିପରି । କାମ ଅପେକ୍ଷା ସୁନ୍ଦରତା ଯୋଗୁଁ ବେଶ୍ ଜଣାଶୁଣା । ଖାକି ପୋଷାକ ଅପେକ୍ଷା ୱେଷ୍ଟନ ପୋଷାକରେ ଦେଖାଯାଆନ୍ତି ଖୁବ୍ ଆକର୍ଷଣୀୟ । ଥରେ ଦେଖି ଦେଲେ ମନରେ ଏହି ଧାରଣା ଆସେ ଯେ, କୌଣସି ଏକ ଚଳଚ୍ଚିତ୍ରର ହିରୋଇନ ନହେଲେ ମଡେଲ । କିନ୍ତୁ ଯେତେବେଳେ ସେ ଖାକି ପୋଷାକରେ ରାସ୍ତା ଉପରକୁ ଓହ୍ଲାନ୍ତି, ଅପରାଧୀଙ୍କ ମନରେ ଛନକା ପଶିଯିବା ପରି ପ୍ରତୀତ ହୁଏ । ଷ୍ଟାଇଲିଶ ପୋଷାକରେ ଯେତେ କୁଲ୍ ଦେଖାଯାଆନ୍ତି, ପୋଲିସ ବର୍ଦ୍ଦିରେ ସେତେ କଠୋର ଲାଗନ୍ତି ।
ନବଜୋତଙ୍କ ପାଠପଢା:
ନବଜୋତ ବିହାର କ୍ୟାଡରର ୨୦୧୭ ମସିହା ଆଇପିଏସ ଅଧିକାରୀ । ସେ ଏବେ ପାଟନାରେ ଏସପି ପଦରେ ନିଯୁକ୍ତ ଅଛନ୍ତି । ନବଜୋତ ପଞ୍ଜାବୀ କୁଡୀ । ତାଙ୍କ ଜନ୍ମ ପଞ୍ଜାବର ଗୁରୁଦାସପୁରରେ ୨୧ ଡିସେମ୍ବର ୧୯୮୭ରେ ହୋଇଥିଲା । ତାଙ୍କର ଶିକ୍ଷାରମ୍ଭ ପଞ୍ଜାବର ପାଖୋବାଲର ପଞ୍ଜାବ ମଡେଲ ପବ୍ଲିକ ସ୍କୁଲରୁ ହୋଇଥିଲା । ୟୁପିଏସସି ପାଠଶାଳା ରିପୋର୍ଟ ଅନୁସାରେ, ଆଇପିଏସ ଅଧିକାରୀ ହେବା ପୂର୍ବରୁ ନବଜୋତ ଡାକ୍ତର ହୋଇଥିଲେ । ଜୁଲାଇ ୨୦୧୦ରେ ସିମି ଲୁଧିଆନାର ବାବା ଯଶୱନ୍ତ ସିଂହ ଡେଣ୍ଟାଲ କଲେଜ-ହସ୍ପିଟାଲ ଓ ଅନୁସନ୍ଧାନ ସଂସ୍ଥାରୁ Bachlor of dental surgery(BDS)ର ଡିଗ୍ରୀ ପ୍ରାପ୍ତ କରି ସଫଳତମ ଡାକ୍ତର ହୋଇପାରିଲେ ।
2017ରେ ପାଇଥିଲେ IAS ସଫଳତା:
ନବଜୋତଙ୍କର ପିଲାବେଳୁ ଆଇପିଏସ ହେବାର ସ୍ବପ୍ନ ଥିଲା । ଡାକ୍ତର ହେବା ପରେ ମଧ୍ୟ ସେ ନିଜ ସ୍ବପ୍ନକୁ ଭୁଲି ପାରି ନଥିଲେ । UPSC ପରୀକ୍ଷା ପାଇଁ ସିମ୍ମି ଦିଲ୍ଲୀ ଆସି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ୨୦୧୬ରେ ପ୍ରଥମ ଥର UPSC ପରୀକ୍ଷାରେ ପାସ୍ କରିଥିଲେ । କିନ୍ତୁ ଇଣ୍ଟରଭ୍ୟୁରେ ସଫଳତା ପ୍ରାପ୍ତ କରିପାରି ନଥିଲେ । ଏହାପରେ ମଧ୍ୟ ସେ ହାର ମାନି ନଥିଲେ । ୨୦୧୭ରେ ପୁନଶ୍ଚ ପରୀକ୍ଷା ଦେଇ ୭୩୫ ରାଙ୍କରେ ସ୍ଥାନ ହାସଲ କରିଥିଲେ । ଏହାପରେ ସେ IPS ଅଧିକାରୀ ବନିଯାଇଥିଲେ । ତାଙ୍କୁ ବିହାର କ୍ୟାଡରରେ ନିଯୁକ୍ତି ମିଳିଥିଲା । ବର୍ତ୍ତମାନ ସେ ବିହାର ପାଟନାରେ ଏସପି ପଦରେ ଅବସ୍ଥାପିତ ।