ଚଣ୍ଡିଗଡ: ଦଳକୁ ସୁଦୃଢ କରିବା ପାଇଁ ଆଜି କଂଗ୍ରେସ କାର୍ଯ୍ୟକାରୀ କମିଟିର(CWC) ଚିନ୍ତନ ଶିବିର ବୈଠକ ଥିବାବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଭେଟିବେ ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ପଞ୍ଜାବ ଅର୍ଥନୀତିର ପୁନରୁଦ୍ଧାର ସମ୍ପର୍କରେ ଭଗଓ୍ବନ୍ତଙ୍କ ସହ ଆଲୋଚନା କରିବେ ସିଦ୍ଧୁ । ଆଜି(ସୋମବାର) ସନ୍ଧ୍ୟା ୫ଟା ୧୫ମିନିଟରେ ଚଣ୍ଡିଗଡରେ ସାକ୍ଷାତ କରିବା ନେଇ ସେ ଟ୍ବିଟ କରି ଗତକାଲି ସୂଚନା ଦେଇଛନ୍ତି ।
ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ସିଦ୍ଧୁ, ସେପଟେ କଂଗ୍ରେସର CWC ବୈଠକ - ଆଜି ଭଗଓ୍ବନ୍ତ ମାନଙ୍କୁ ଭେଟିବେ ସିଦ୍ଧୁ
ଆଜି ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଭେଟି ପଞ୍ଜାବ ଅର୍ଥନୀତିର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରିବେ ନବଜୋତ ସିଂ ସିଦ୍ଧୁ । ଅଧିକ ପଢନ୍ତୁ
ନବଜୋତ ସିଂ ସିଦ୍ଧୁ ପାର୍ଟି ବିରୋଧରେ ମନ୍ତବ୍ୟ ଦେଉଥିବାରୁ ଏନେଇ ରାଜ୍ୟ କଂଗ୍ରେସ ପ୍ରଭାରୀ ଅଭିଯୋଗ କରିଥିଲେ । ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ପାଇଁ ସେ ସୋନିଆ ଗାନ୍ଧୀଙ୍କୁ ମଧ୍ୟ ଏକ ଚିଛି ଲେଖିଥିଲେ । ଚିଠିରେ ସିଦ୍ଧୁଙ୍କ ବର୍ତ୍ତମାନ କାର୍ଯ୍ୟକଳାପ ନେଇ ସେ ମତ ରଖିଥିଲେ । ବର୍ତ୍ତମାନ ସିଦ୍ଧୁଙ୍କ ବ୍ୟବହାର ପାର୍ଟି ପ୍ରତି ଅତ୍ୟନ୍ତ ଖରାପ ଥିବା ସେ ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି କହିଥିଲେ ।
ଆଜି ଚତୁର୍ଥଥରପାଇଁ ଉଦୟପୁରରେ କଂଗ୍ରେସ କାର୍ଯ୍ୟକାରୀ କମିଟର ଚିନ୍ତନ ଶିବିର ଅନୁଷ୍ଠିତ ହେବ । ଯେଉଁଥିରେ ସୋନିଆ ଗାନ୍ଧୀ ଅଧ୍ୟକ୍ଷତା କରିବେ । ଏହା ପୂର୍ବରୁ ଏହା ପୂର୍ବରୁ ୧୯୯୮, ୨୦୦୩ ଏବଂ ୨୦୧୩ରେ ଚିନ୍ତନ ଶିବିର ଅନୁଷ୍ଠିତ ହୋଇଥଲା ।