ଚଣ୍ଡିଗଡ:ପଞ୍ଜାବ ପଟିଆଲାସ୍ଥିତ ବାସଭବନରେ କଳା ପତାକା ଉଡାଇଲେ କଂଗ୍ରେସ ବିଧାୟକ ନବଜ୍ୟୋତ ସିଂ ସିଦ୍ଧୁ । କୃଷି ଆଇନ ବିରୋଧୀ କୃଷକ ଆନ୍ଦୋଳନକୁ ସମର୍ଥନ କରି ବିଧାୟକ ନବଜ୍ୟୋତ ନିଜ ବାସଭବନର ଛାତ ଉପରେ ଏଭଳି ପତାକା ଉଡାଇଛନ୍ତି । ଏହି ସମୟରେ ତାଙ୍କ ପତ୍ନୀ ନବଜତ କୌର ସିଦ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେପଟେ ଅମୃତସର ସ୍ଥିତ ବାସଭବନରେ ନବଜ୍ୟୋତଙ୍କ ଝିଅ ରବିଆ ମଧ୍ୟ କୃଷକ ଆନ୍ଦୋଳନ ସମର୍ଥନରେ କଳା ପତକା ପ୍ରଦର୍ଶନ କରିଛନ୍ତି ।
କୃଷି ଆଇନ ତାତି: ଛାତ ଉପରେ କଳା ପତାକା ଉଡାଇଲେ କଂଗ୍ରେସ ବିଧାୟକ ସିଦ୍ଧୁ - କଳା ପତାକା
କୃଷକ ଆନ୍ଦୋଳନ ସମର୍ଥନରେ ପଞ୍ଜାବ ପଟିଆଲାସ୍ଥିତ ବାସଭବନରେ କଳା ପତାକା ଉଡାଇଲେ କଂଗ୍ରେସ ବିଧାୟକ ନବଜ୍ୟୋତ ସିଂ ସିଦ୍ଧୁ । ଅନ୍ୟମାନଙ୍କୁ ମଧ୍ୟ ଏଭଳି କରିବାକୁ କଲେ ନିବେଦନ । ଅଧିକ ପଢନ୍ତୁ...
![କୃଷି ଆଇନ ତାତି: ଛାତ ଉପରେ କଳା ପତାକା ଉଡାଇଲେ କଂଗ୍ରେସ ବିଧାୟକ ସିଦ୍ଧୁ କୃଷି ଆଇନ ତାତି: ଛାତ ଉପରେ କଳା ପତାକା ଉଡାଇଲେ କଂଗ୍ରେସ ବିଧାୟକ ସିଦ୍ଧୁ](https://etvbharatimages.akamaized.net/etvbharat/prod-images/768-512-11888264-thumbnail-3x2-pp.jpg)
କୃଷି ଆଇନ ତାତି: ଛାତ ଉପରେ କଳା ପତାକା ଉଡାଇଲେ କଂଗ୍ରେସ ବିଧାୟକ ସିଦ୍ଧୁ
କୃଷି ଆଇନ ତାତି: ଛାତ ଉପରେ କଳା ପତାକା ଉଡାଇଲେ କଂଗ୍ରେସ ବିଧାୟକ ସିଦ୍ଧୁ
ସୂଚନାଯୋଗ୍ୟ, ଗତକାଲି(ସୋମବାର) କଂଗ୍ରେସ ବିଧାୟକ ନବଜ୍ୟୋତ ଟ୍ବିଟ୍ ଯୋଗ କହିଥିଲେ କି 'କୃଷକ ଆନ୍ଦୋଳନକୁ ସମର୍ଥନ ପୂର୍ବକ ମୁଁ ଆସନ୍ତାକାଲି(ମଙ୍ଗଳବାର) ସକାଳ 9ଟା 30 ମିନିଟ୍ ସମୟରେ ମୋର ଉଭୟ ପଟିଆଲା ଓ ଅମୃତସରସ୍ଥିତ ବାସଭବନରେ କଳା ପତାକା ଉତ୍ତୋଳନ କରିବି । ସମସ୍ତଙ୍କୁ ଅନୁରୋଧ, ଯେପର୍ଯ୍ୟନ୍ତ କୃଷି ଆଇନ ପ୍ରତ୍ୟାହାର ନ ହୋଇଛି କିମ୍ବା ରାଜ୍ୟ ସରକାରଙ୍କ ମାଧ୍ୟମରେ ନିଶ୍ଚିତ ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ଶସ୍ୟ ସଂଗ୍ରହର କୌଣସି ବିକଳ୍ପ ପଦ୍ଧତି ନ ଆସିଛି, ସେ ପର୍ଯ୍ୟନ୍ତ ଆପଣମାନେ ମୋ ଭଳି କଳା ପତକା ପ୍ରଦର୍ଶନ କରନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ