ଓଡିଶା

odisha

ETV Bharat / bharat

ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠିତ ନବଜୀବନ ଟ୍ରଷ୍ଟ, ଆଜିବି ଏଠି ବଞ୍ଚିଛି ବାପୁଜୀଙ୍କ ନୀତି ଆଦର୍ଶ - navjivan trusts hold gandhis ideology

ସ୍ବାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଓ ସଂଗ୍ରାମ କରିବା ଅନ୍ୟମାନଙ୍କ ଠାରୁ ଥିଲା ଭିନ୍ନ । ଏହି ଚିନ୍ତାଧାରାକୁ ସଦସର୍ବଦା ବଞ୍ଚାଇ ରଖିବାକୁ ୧୯୧୯ରେ ପ୍ରତିଷ୍ଠା ହୋଇଥିଲା ନବଜୀବନ ଟ୍ରଷ୍ଟ । ଅଧିକ ପଢ଼ନ୍ତୁ

ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠିତ ନବଜୀବନ ଟ୍ରଷ୍ଟ, ଆଜିବି ଏଠି ବଞ୍ଚି ରହିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ
ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠିତ ନବଜୀବନ ଟ୍ରଷ୍ଟ, ଆଜିବି ଏଠି ବଞ୍ଚି ରହିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ

By

Published : Nov 27, 2021, 6:03 AM IST

ଗାନ୍ଧୀନଗର:ସ୍ବାଧୀନତା ପାଇଁ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଓ ସଂଗ୍ରାମ କରିବା ଅନ୍ୟମାନଙ୍କଠାରୁ ଥିଲା ଭିନ୍ନ । ଏହି ଚିନ୍ତାଧାରାକୁ ସଦସର୍ବଦା ବଞ୍ଚାଇ ରଖିବାକୁ ୧୯୧୯ରେ ପ୍ରତିଷ୍ଠା ହୋଇଥିଲା ନବଜୀବନ ଟ୍ରଷ୍ଟ । ୧୯୩୦ ବେଳକୁ ମହାତ୍ମା ଗାନ୍ଧୀଙ୍କ ଦ୍ବାରା ସ୍ଥାପିତ ଏହି ଟ୍ରଷ୍ଟ ଲୋକଙ୍କ ମଧ୍ୟରେ ସ୍ବାଧୀତନା ଚେତନା ଆଣିବାରେ ସହାୟକ ହୋଇଥିଲା । ଏହି ଟ୍ରଷ୍ଟ ଗାନ୍ଧିଜୀଙ୍କ ସାହିତ୍ୟ ଓ ଆଦର୍ଶର ଗନ୍ତାଘର ।

ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠା ହୋଇଥିଲା ନବଜୀବନ ଟ୍ରଷ୍ଟ, ଆଜିବି ଏଠାରେ ବଞ୍ଚି ରହିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ

ଦେଶର ସ୍ବାଧୀନତା ଆନ୍ଦୋଳନ ବିଷୟରେ ଜାଣବାକୁ ରୁଚି ରଖୁଥିବା ଲୋକଙ୍କ ପାଇଁ ଏହା କୌଣସି ଜ୍ଞାନର ଭଣ୍ଡାରଠାରୁ କମ୍‌ ନୁହେଁ । ସେବେ ଠାରୁ ଏହି ଟ୍ରଷ୍ଟର ନିରନ୍ତର ଭାବେ କାର୍ଯ୍ୟ କରି ୧୮ଟି ଭାଷାରେ ଏକ ହଜାରରୁ ଅଧିକ ପୁସ୍ତକ ପ୍ରକାଶନ କରି ସାରିଛି । ୧୯୧୯ ସେପ୍ଟେମ୍ବର ୭ ତାରିଖରେ ନବଜୀବନ ସପ୍ତାହିକର ସମ୍ପାଦକ ନିଯୁକ୍ତ ହୋଇଥିଲେ ମହାତ୍ମାଗାନ୍ଧୀ । ଏହାପରେ ସେ ତୁରନ୍ତ ନବଜୀବନ ଟ୍ରଷ୍ଟର ସ୍ଥାପନା କରିଥିଲେ । ଏଥିପାଇଁ ୪୦୦ ଟଙ୍କାରେ ଏକ ଘରଭଡ଼ା ନେଇଥିଲେ । ପାଠକଙ୍କ ମଧ୍ୟରେ ଅହିଂସା, ସ୍ବାଧୀନ ଭାବ ଓ ସାମ୍ପ୍ରଦାୟିକ ସଦ୍‌ଭାବ ସୃଷ୍ଟି କରିବା ଥିଲା ଏହି ଟ୍ରଷ୍ଟର ମୂଳ ଉଦ୍ଦେଶ୍ୟ ।

ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠା ହୋଇଥିଲା ନବଜୀବନ ଟ୍ରଷ୍ଟ, ଆଜିବି ଏଠାରେ ବଞ୍ଚି ରହିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ

ସାପ୍ତାହିକର ଲୋକପ୍ରିୟତା ବଢ଼ିବାରୁ ଏହାକୁ ଏକ ପ୍ରିଣ୍ଟିଂ ପ୍ରେସ୍‌ରେ ପରିଣତ କରି ଦିଆଗଲା । ଏହିଭଳି ଭାବରେ ୧୯୨୨ ମସିହା ଫେବ୍ରୁଆରୀ ୧୧ ତାରିଖରେ ନବଜୀବନ ସାପ୍ତାହିକ ମୁଦ୍ରଣ ଆରମ୍ଭ ହେଲା । ପରେ ୧୯୨୨ ମସିହା ନଭେମ୍ବର ୨୭ ତାରିଖରେ ଏହି ଲୋକପ୍ରିୟ ସାପ୍ତାହିକ ପଞ୍ଜୀକୃତ ହୋଇଥିଲା । ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏହାର ପ୍ରଥମ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ ।

ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠା ହୋଇଥିଲା ନବଜୀବନ ଟ୍ରଷ୍ଟ, ଆଜିବି ଏଠାରେ ବଞ୍ଚି ରହିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ
ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠା ହୋଇଥିଲା ନବଜୀବନ ଟ୍ରଷ୍ଟ, ଆଜିବି ଏଠାରେ ବଞ୍ଚି ରହିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ

୧୯୫୦ରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନବଜୀବନ ପ୍ରେସ୍‌ର ସ୍ଥାପନା କରିଥିଲେ । ଯେଉଁଠାରେ ଗାନ୍ଧିଜୀଙ୍କ ଚିନ୍ତାଧାରା, ତାଙ୍କ ରଚିତ ପୁସ୍ତକ, ତାଙ୍କ ଆତ୍ମଜୀବନିକୁ ପ୍ରକାଶନ କରିଥିଲା ନବଜୀବନ । ସେବେଠାରୁ ନିୟମିତ ଭାବେ ଏଠାରେ ଗାନ୍ଧୀଙ୍କୁ ନେଇ ପୁସ୍ତକ ପ୍ରକାଶ ହେଉଛି ।

ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠା ହୋଇଥିଲା ନବଜୀବନ ଟ୍ରଷ୍ଟ, ଆଜିବି ଏଠାରେ ବଞ୍ଚି ରହିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ
ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠା ହୋଇଥିଲା ନବଜୀବନ ଟ୍ରଷ୍ଟ, ଆଜିବି ଏଠାରେ ବଞ୍ଚି ରହିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ

ଗୁଜୁରାଟି, ହିନ୍ଦୀ ଏବଂ ଅନ୍ୟ ଇଣ୍ଡୋ-ଆର୍ଯ୍ୟନ ଭାଷାରେ ଏଠାରୁ ପୁସ୍ତକ ପ୍ରକାଶନ ହୋଇଛି । ନବଜୀବନ ଅର୍ଥାତ ନୂଆ ଜୀବନ । ଶାନ୍ତିପୂର୍ଣ୍ଣ ଢଙ୍ଗରେ ସାଧାରଣ ଜନତାଙ୍କ ମଧ୍ୟରେ ସ୍ବରାଜ୍ୟ ଶିକ୍ଷା ଚେତନା ଆଣିବା ନବଜୀବନର ମୂଳ ଉଦ୍ଦେଶ୍ୟ ଥିଲା । ଆଧୁନିକତାକୁ ଅଗ୍ରସର ସମାଜରେ ଗାନ୍ଧିଜୀଙ୍କ ଆଦର୍ଶକୁ ବଞ୍ଚାଇ ରଖିବା ଦିଗରେ କାର୍ଯ୍ୟ କରୁଛି ନବଜୀବନ ।

ସ୍ବାଧୀନତା ଚେତନା ପାଇଁ ପ୍ରତିଷ୍ଠିତ ନବଜୀବନ ଟ୍ରଷ୍ଟ, ଆଜିବି ଏଠି ବଞ୍ଚି ରହିଛି ଗାନ୍ଧିଜୀଙ୍କ ନୀତି ଆଦର୍ଶ

ଗାନ୍ଧିଜୀ ତାଙ୍କ ଜୀବନକାଳରେ ପ୍ରାୟତଃ ସମସ୍ତ କ୍ଷେତ୍ର ବିଷୟରେ ଅଳ୍ପବହୁତ ନଜର ମତ ପୋଷଣ କରିଥିଲେ । ତାଙ୍କ ନୀତି ଆଦର୍ଶର ଆଜି ବି ମହତ୍ବ ରହିଛି । ପୁସ୍ତକ ଜରିଆରେ ଗାନ୍ଧିଜୀଙ୍କ ନୀତିକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହଜ ହୋଇଥିଲା । ଏହାହିଁ ଥିଲା ଟ୍ରଷ୍ଟର ଲକ୍ଷ୍ୟ । ଗାନ୍ଧିଜୀଙ୍କ ଆତ୍ମଜୀବନି ଏଠାରେ ୧୮ଟି ଭାଷାରେ ଉପଲବ୍ଧ । ଗାନ୍ଧିଜୀଙ୍କ ଆଦର୍ଶକୁ ନେଇ ୧୦୦ରୁ ଅଧିକ ସମୟ ହେଲା ଏଠାରେ ଏକ ହଜାରରୁ ଅଧିକ ପୁସ୍ତକ ରଚନା ହୋଇଛି ।

୧୯୨୦ ମସିହାରେ ଦିଲ୍ଲୀର କୋମରେଡ୍‌ ନାମକ ଖବରକାଗଜ ସଂସ୍ଥା ବନ୍ଦ ହୋଇଥିଲା । ପରେ ଏହି ସଂସ୍ଥାର ମାଲିକ ମୌଲାନା ମହମ୍ମଦ ଅଲ୍ଲୀ ସମସ୍ତ ପ୍ରିଣ୍ଟିଂ ଉପକରଣ ନବଜୀବନ ଟ୍ରଷ୍ଟକୁ ଦାନ କରିଥିଲେ । ନବଜୀବନ ଓ ୟଙ୍ଗ୍‌ ଇଣ୍ଡିଆ ୱିକ୍‌ଲିକୁ ବ୍ରିଟିଶ ଦାସତ୍ବରୁ ମୁକ୍ତି ପାଇଁ ଗାନ୍ଧିଜୀ ହିଁ ପରିଚାଳନା କରୁଥିଲେ । ସେହି ସମୟର ଅନେକ ଟାଇପ୍‌ରାଇଟର୍‌, ମେସିନ ଆଜି ବି ସଂରକ୍ଷିତ ହୋଇ ରହିଛି ।

ଜର୍ମାନ ମେସିନକୁ ଗାନ୍ଧିଜୀ ପ୍ରିଣ୍ଟିଂରେ ବ୍ୟବହାର କରୁଥିଲେ । ପୂର୍ବକାଳରେ କେଉଁଭଳି ଭାବରେ ପ୍ରିଣ୍ଟିଂ ହେଉଥିଲା ତାହା ଦେଖାଇବା ପାଇଁ ଏହା ସଂଗୃହିତ ହୋଇ ରହିଛି । ଲୋକ ଏହା ଜାଣିବା ଜରୁରୀ ଯେ ବାପୁ କିଭଳି ଭାବରେ ମେସିନ ଚଳାଇ ନିଜେ ପ୍ରିଣ୍ଟିଂ କରୁଥିଲେ ।

ଏହାଛଡ଼ା ଗାନ୍ଧିଜୀଙ୍କ ଧାର୍ମିକ, ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଅଭିଯାନ ସମ୍ପର୍କ ମଧ୍ୟ ସୂଚନା ଦେଉଛି ଏହି ଟ୍ରଷ୍ଟ । ଏହିସବୁ ଚିନ୍ତାଧାରକୁ ପୁସ୍ତକ ମାଧ୍ୟମରେ ପ୍ରକାଶ କରି ଲୋକଙ୍କ ମଧ୍ୟରେ ନୀତି ନୈତିକତାର ମୂଲ୍ୟବୋଧ ବୃଦ୍ଧି କରୁଛି ନବଜୀବନ ଟ୍ରଷ୍ଟ । ସେହି ସମୟରେ ମଧ୍ୟ ଆତ୍ମନିର୍ଭର ଭାରତ ମନ୍ତ୍ର ନେଇ ଗାନ୍ଧିଜୀ ଟ୍ରଷ୍ଟ ଆରମ୍ଭ କରିଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆଜି ମଧ୍ୟ ଟ୍ରଷ୍ଟ କୌଣସି ସରାକାରୀ ଅନୁଦାନ ଗ୍ରହଣ କରୁନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details