ମୁମ୍ବାଇ:ନଭି ମୁମ୍ବାଇର ଖରଘରରେ ଥିବା ପାଣ୍ଡାଭାକଡା ଜଳପ୍ରପାତକୁ ପ୍ରଶାସନ ବିପଦପୂର୍ଣ୍ଣ ଜଳପ୍ରପାତ ଭାବରେ ଘୋଷଣା କରାଯାଇଥିଲା। ବର୍ଷାକୁ ଦୃଷ୍ଟିରେ ରଖି ଏପରି ନଷ୍ପତ୍ତି ନିଆଯାଇଛି । ଏହା ପରେ ବି କିଛି ଲୋକ ଏହାକୁ ହେୟଜ୍ଞାନ କରି ସେହି ସ୍ଥାନକୁ ବୁଲିବାକୁ ଆସିଥିଲେ। ବିନା ଅନୁମତିରେ ଜଳପ୍ରପାତ ବୁଲିବା ଭାରି ପଡିଲା । ପ୍ରବଳ ବର୍ଷା ହେବାରୁ ସେମାନେ ସେଠାରେ ଫସିଯାଇଥିଲେ।
ଏହା ପରେ ଖବର ପାଇଁ ନଭି ମୁମ୍ବାଇ ପୋଲିସ ଏବଂ ଅଗ୍ନଶମ ବାହିନୀ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲେ। ଫସିଥିବା ସମସ୍ତ ୧୧୭ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତ କିଛି ଦିନ ହେବ ମାୟାନଗରୀରେ ଲଗାଣ ବର୍ଷା ଜାରି ରହିଛି। ଆହୁରି ୨ ଦିନ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି IMD । ଅବିରତ ବର୍ଷା କାରଣରୁ ଅନେକ ସ୍ଥାନ ଜଳବନ୍ଦୀ ହୋଇଛି । ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି । ଖାଲି ମୁମ୍ବାଇ ନୁହେଁ ରାଜଧାନୀ ଦିଲ୍ଲୀରେ ବି ବର୍ଷା ଜାରି ରହିଛି । ବର୍ଷା କାରଣରୁ ଅନେକ ସ୍ଥାନ ଜଳବନ୍ଦୀ ହୋଇଛି ।