ନୂଆଦିଲ୍ଲୀ:ନେପାଳରେ ଭାରତର ନୂଆ ରାଷ୍ଟ୍ରଦୂତ ନିଯୁକ୍ତ । ମଙ୍ଗଳବାର ନବୀନ ଶ୍ରୀବାସ୍ତବ(Naveen Srivastava) ନେପାଳରେ ଭାରତର ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ଲୁମ୍ବିନି ଗସ୍ତ କରିବାର ଦିନକ ପରେ ବୈଦେଶିକ ମନ୍ତ୍ରଣାଳୟ ଏହି ଘୋଷଣା କରିଛି । ଶ୍ରୀବାସ୍ତବ 1993 ବ୍ୟାଚର ଭାରତୀୟ ବିଦେଶ ସେବା ଅଧିକାରୀ(Indian Foreign Service) ଅଟନ୍ତି । ବର୍ତ୍ତମାନ ସେ ବୈଦେଶିକ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଦାୟିତ୍ବ ସମ୍ଭାଳୁଛନ୍ତି ।
ନେପାଳରେ ଭାରତର ନୂଆ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ - ନବୀନ ଶ୍ରୀବାସ୍ତବ
ନେପାଳରେ ଭାରତର ନୂଆ ରାଷ୍ଟ୍ରଦୂତ ଭାବେ ନବୀନ ଶ୍ରୀବାସ୍ତବଙ୍କୁ ମିଳିଲା ନିଯୁକ୍ତି । ଅଧିକ ପଢନ୍ତୁ
![ନେପାଳରେ ଭାରତର ନୂଆ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ ନେପାଳରେ ଭାରତର ନୂଆ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ](https://etvbharatimages.akamaized.net/etvbharat/prod-images/768-512-15314592-thumbnail-3x2-naveen.jpg)
ନେପାଳରେ ଭାରତର ନୂଆ ରାଷ୍ଟ୍ରଦୂତ ନବୀନ ଶ୍ରୀବାସ୍ତବ
ନବୀନ ଶ୍ରୀବାସ୍ତବଙ୍କ ପୂର୍ବରୁ ବିନୟ ମୋହନ କ୍ବାତ୍ରା(Vinay Mohan Kwatra) ନେପାଳରେ ଭାରତୀୟ ରାଷ୍ଟ୍ରଦୂତ ଥିଲେ । ଦୁଇ ସପ୍ତାହ ହେବ ସେ ନୂଆ ବୈଦେଶିକ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଶ୍ରୀବାସ୍ତବ ବୈଦେଶିକ ମନ୍ତ୍ରଣାଳୟ ଅତିରିକ୍ତ ସଚିବ ଅଟନ୍ତି । ଖୁବଶୀଘ୍ର ସେ ନେପାଳ ପାଇଁ ଭାରତର ନୂଆ ରାଷ୍ଟ୍ରଦୂତ ଭାବେ ଏହି ଦାୟିତ୍ବ ଗ୍ରହଣ କରିବେ ବୋଲି ମନ୍ତ୍ରଣାଳୟ ଏକ ବିବୃତ୍ତି ଜରିଆରେ ସୂଚନା ଦେଇଛି ।