ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣକୁ କଡା ନିନ୍ଦା କରିଛି ନାଟୋ (NATO) । ୟୁକ୍ରେନ ଅଞ୍ଚଳରୁ ତୁରନ୍ତ ସେନା ହଟାଇବା ପାଇଁ ଋଷକୁ ଚେତାବନୀ ଦେଇଛନ୍ତି NATO ମୁଖ୍ୟ ତଥା ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ ।
ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଗଣତନ୍ତ୍ର ସର୍ବଦା ସ୍ବଚ୍ଛାଚାରୀ ଶାସନ ଉପରେ ବିଜୟ ପାଇବ । ଅତ୍ୟାଚାର ଉପରେ ଗଣତନ୍ତ୍ର ସର୍ବଦା ବିଜୟ ହୋଇଛି । ଋଷର ଆକ୍ରମଣ ପରେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଆରମ୍ଭ କରିଛୁ । ନାଟୋ ବାହିନୀକୁ ଅଧିକ କ୍ଷମତା ପ୍ରଦାନ କରି ପ୍ରତିରକ୍ଷା ଯୋଜନାକୁ ସକ୍ରିୟ କରାଯାଇଛି । ପୂର୍ବ ୟୁରୋପରେ ନାଟୋର ସକ୍ରିୟତାକୁ ବୃଦ୍ଧି କରାଯିବା ଆରମ୍ଭ କରାଯାଇ ସାରିଲାଣି ।