ନୂଆଦିଲ୍ଲୀ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ ଭାରତର ଜାତୀୟତା ଅନୁପ୍ରାଣିତ ବୋଲି ପ୍ରଧାନମନ୍ତ୍ରୀ ମୋଦି ସୋମବାର ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଧନ୍ୟବାଦ ପ୍ରସ୍ତାବ ବିବୃତିରେ କହିଛନ୍ତି । ଏହାସହିତ ଭାରତକୁ ଗଣତନ୍ତ୍ରର ମାତା ବୋଲି ସମ୍ବୋଧନ କରିଛନ୍ତି ।
ଭାରତର ଜାତୀୟତା ସଂକୀର୍ଣ୍ଣ, ସ୍ବାର୍ଥବାଦୀ କିମ୍ବା ଆକ୍ରମଣାତ୍ମକ ନୁହେଁ । ଦେଶର ଜାତୀୟତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ସତ୍ୟମ ଶିବମ ସୁନ୍ଦରମ ଉକ୍ତିରୁ ଅନୁପ୍ରାଣିତ ହୋଇଛି । କିନ୍ତୁ ସମ୍ପ୍ରତ୍ତି ଯୁଗରେ ଦେଶବାସୀ ନେତାଜୀଙ୍କ ଆଦର୍ଶକୁ ଭୁଲି ଯାଇଛନ୍ତି । ଦେଶବାସୀ ନିଜକୁ ଅଭିଶାପ ଦେବା ଆରମ୍ଭ କରିଦେଇଛନ୍ତି । ବିଶ୍ବ ଦେଇଥିବା ଶବ୍ଦ ' ବିଶ୍ବର ସର୍ବବୃହତ ଗଣତନ୍ତ୍ର'କୁ ଦେଶବାସୀ ଅନୁକରଣ କରୁଛନ୍ତି ଯାହାକୁ ଦେଖି ପ୍ରଧାନମନ୍ତ୍ରୀ ଆଶ୍ଚର୍ଯ୍ୟଚକିତ ହୋଇଯାଇଥିବା କହିଛନ୍ତି । ତେବେ ଦେଶ 'ଗଣତନ୍ତ୍ରର ମାତା' ବୋଲି ଦେଶବାସୀ ଭୁଲି ଯାଇଥିବା ମୋଦି କହିଛନ୍ତି ।