ଓଡିଶା

odisha

Union Budget: ମାନସିକ ସ୍ବାସ୍ଥ୍ୟକୁ ଗୁରୁତ୍ବ, ଆରମ୍ଭ ହେବ ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ

By

Published : Feb 1, 2022, 1:34 PM IST

ବଜେଟରେ ସ୍ବାସ୍ଥ ଭିତ୍ତିଭୂମିକୁ ସୃଦୁଢ କରିବା ନେଇ ଗୁରୁତ୍ବ ଦିଆଯାଇଛି । ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ । ମହାମାରୀ ଲୋକଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଇଛି। ଏଥିପାଇଁ କେନ୍ଦ୍ର ସରକାର ୨୩ ମେଣ୍ଟାଲ ହେଲଥ ସେଣ୍ଟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

Union Budget
Union Budget

ନୂଆଦିଲ୍ଲୀ: ଆଜି(ବୁଧବାର) ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ ୨୦୨୨ । ବଜେଟରେ ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ସୃଦୁଢ କରିବା ନେଇ ଗୁରୁତ୍ବ ଦିଆଯାଇଛି । ଦେଶରେ ପ୍ରଥମ ଥର ପାଇଁ ଆରମ୍ଭ ହେବ ମେଣ୍ଟାଲ ହେଲଥ ସେଣ୍ଟର । ମହାମାରୀରେ ଲୋକଙ୍କ ମାନସିକ ସନ୍ତୁଳନ ଉପରେ ପ୍ରଭାବ ପକାଇଛି। ଏଥିପାଇଁ କେନ୍ଦ୍ର ସରକାର ଏପରି ଏକ କାର୍ଯ୍ୟକ୍ରମ ଆରମ୍ଭ କରି ଲୋକଙ୍କୁ ସେବା ଯୋଗାଇ ଦେବାକୁ ଲକ୍ଷ୍ୟ ରଖି ୨୩ ମେଣ୍ଟାଲ ହେଲଥ ସେଣ୍ଟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏନେଇ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି।

ଶୁଭାରମ୍ଭ ହେବାକୁ ଥିବା ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମରେ ସମସ୍ତ ପ୍ରକାରର ବୈଷୟିକ ସହାୟତା ବେଙ୍ଗାଲୁରୁ ଆଇଆଇଟି ଯୋଗାଇ ଦେବ। ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ମହାମାରୀ ସବୁ ବୟସ ବର୍ଗଙ୍କ ମାନସିକ ସ୍ଥିତିରେ ପ୍ରଭାବ ପକାଇଛି । ମାନସିକ ସ୍ବାସ୍ଥ୍ୟର ଉନ୍ନତ ପାଇଁ ନ୍ୟାଶନାଲ ଟେଲି ମେଣ୍ଟାଲ ହେଲଥ କାର୍ଯ୍ୟକ୍ରମ ଆରମ୍ଭ ହେବ। ୨୩ଟି ମେଣ୍ଟାଲ ହେଲଥ ସେଣ୍ଟର ଅଫ ଏକ୍ସିଲେନ୍ସି ଦ୍ବାରା ଏହି ନେଟୱର୍କ ଚାଲିବ। ନିମହାନ୍ସ ଏହାର ନୋଡାଲ ସେଣ୍ଟର ଭାବେ କାମ କରିବ।

ଏହି କାର୍ଯ୍ୟକ୍ରମ ଜରିଆରେ ନ୍ୟାଶନାଲ ଡିଜିଟାଲ ହେଲଥ ଇକୋସିଷ୍ଟମ ପାଇଁ ଗୋଟିଏ ଖୋଲା ପ୍ଲାଟଫର୍ମକୁ ଆରମ୍ଭ କରାଯିବ। ଏଥିରେ ଡିଜିଟାଲ ଉପାୟରେ ସ୍ବାସ୍ଥ୍ୟସେବା ପ୍ରଦାନକାରୀ ଡାକ୍ତର ଓ ପ୍ରତିଷ୍ଠାନର ପଞ୍ଜୀକରଣ ହେବ ବୋଲି କହିଛନ୍ତି ନିର୍ମଳା ସୀତାରମଣ ।

ପ୍ରକାଶ ଥାଉ କି, ଆଜି ଉପସ୍ଥାପିତ ହୋଇଥିବା ବଜେଟରେ ସ୍ବାସ୍ଥ୍ୟ, ଶିକ୍ଷା, ଭିତ୍ତିଭୂମି ପ୍ରତିରକ୍ଷା ସମସ୍ତ କ୍ଷେତ୍ରକୁ ଗୁୁରୁତ୍ବ ଦିଆଯାଇଛି । ଅର୍ଥପେଡିକୁ ନେଇ ଭଲ ଆଶାରେ ଥିବା ସବୁ ବର୍ଗଙ୍କ ପାଇଁ ବଜେଟ ଉପସ୍ଥାପିତ ହୋଇଛି । ମହାମାରୀରେ ଛନ୍ଦି ହୋଇଥିବା ଅର୍ଥନୀତିକୁ ସମ୍ଭାଳିବା ଏହି ବଜେଟ ଏକ ବଡ ଆହ୍ବାନ ହେବ ।

@ANI

ABOUT THE AUTHOR

...view details