ଓଡିଶା

odisha

ETV Bharat / bharat

NATIONAL SPORTS DAY 2021; ଧାନଚାନ୍ଦଙ୍କ ପାଇଁ ଦିନଟିଏ

ଦିନେ ଯାହାଙ୍କ ଖେଳ ସମସ୍ତଙ୍କୁ ଚକିତ କରିଥିଲା । ଯାହା ପାଇଁ ବିଶ୍ବ କ୍ରୀଡାକୁ ନେଇ ଭାରତ ନାମ ପାଇଲା । ଆଜି ସେହି କିମ୍ବଦନ୍ତୀ ହକି ଯାଦୁଗର ଧାନଚାନ୍ଦଙ୍କ ଜନ୍ମ ଦିବସ । ଏହି କ୍ରୀଡାବିତଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ । ଅଧିକ ପଢନ୍ତୁ...

ଆଜି ଜାତୀୟ କ୍ରୀଡା ଦିବସ
ଆଜି ଜାତୀୟ କ୍ରୀଡା ଦିବସ

By

Published : Aug 29, 2021, 9:32 AM IST

ହାଇଦ୍ରାବାଦ: ଆଜି ଜାତୀୟ କ୍ରୀଡା ଦିବସ । ଦିନେ ଯାହାଙ୍କ ଖେଳ ସମସ୍ତଙ୍କୁ ଚକିତ କରିଥିଲା । ଯାହା ପାଇଁ ବିଶ୍ବ କ୍ରୀଡାକୁ ନେଇ ଭାରତ ନାମ ପାଇଲା । ଆଜି ସେହି କିମ୍ବଦନ୍ତୀ ହକି ଯାଦୁଗର ଧାନଚାନ୍ଦଙ୍କ ଜନ୍ମ ଦିବସ । ଏହି କ୍ରୀଡାବିତଙ୍କ ଜନ୍ମ ଦିନକୁ ଜାତୀୟ କ୍ରୀଡା ଦିବସ ଭାବରେ ପାଳନ କରାଯାଏ ।

୧୯୦୫ ମସିହା ଅଗଷ୍ଟ ୨୯ରେ ଆହ୍ଲାବାଦର ରାଜପୁତ ପରିବାରରେ ଜନ୍ମଗ୍ରହଣ କରିଥିଲେ ଧାନଚାନ୍ଦ ଜନ୍ମଗ୍ରହଣ କରିଥିଲେ । ଭାରତୀୟ ହକି ପ୍ରତି ତାଙ୍କ ଅବଦାନ ଥିଲା ଅତୁଳନୀୟ । ହକିରେ ଭାରତକୁ ଅନ୍ତର୍ଜାତୀୟ ମାନ୍ୟତା ଦେଇଥିଲେ ଧାନଚାନ୍ଦ । ଅଲମ୍ପିକ୍ସରେ ଦେଶ ପାଇଁ ଦେଶପାଇଁ ସ୍ବର୍ଣ୍ଣ ପଦକ ଜିତେଇବାରେ ତାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହି ଦିନ କ୍ରୀଡାରେ ସେମାନଙ୍କୁ ଉନ୍ନତ ପ୍ରଦର୍ଶନ ପାଇଁ ଖେଳାଳିମାନଙ୍କୁ ପୁରସ୍କାର ଦିଆଯାଏ ।

ମେଜର ଧାନଚାନ୍ଦ ଫୁଟବଲରେ ପେଲେ ଏବଂ କ୍ରିକେଟର ଡନ୍ ବ୍ରାଡମ୍ୟାନଙ୍କ ସହ ସମାନ ବୋଲି ବିବେଚନା କରାଯାଏ । ସୂଚନାନୁସାରେ, ଧାନଚାନ୍ଦ ତିନିଥର ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ବ କରିଛନ୍ତି । ସେ ହକିରେ ତିନିଥର ଭାରତ ସ୍ବର୍ଣ୍ଣ ପଦକ ଦେଇଥିଲେ । ଦ୍ବିତୀୟ ବିଶ୍ବଯୁଦ୍ଧ ପୂର୍ବରୁ ଧାନ ଚାନ୍ଦ କ୍ରମାଗତ ତିନୋଟି ଅଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିଲେ । ଏହି ଅଲିମ୍ପିକ୍ସ 1928 ମସିହାରେ ଆମଷ୍ଟରଡାମ୍, 1932 ଲସ୍ ଆଞ୍ଜେଲସ ଏବଂ 1936 ବର୍ଲିନରେ ଖେଳା ଯାଇଥିଲା । ମେଜର ଧାଚାନ୍ଦଙ୍କୁ 1965 ମସିହାରେ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ।

ବିଶେଷ କରି କ୍ରୀଡାବିତଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଦିନଟିର ଲକ୍ଷ୍ୟ । କ୍ରୀଡାର ବିକାଶ ପାଇଁ ପ୍ରତ୍ୟେକଙ୍କୁ କ୍ରୀଡା ବିପ୍ଳବ କରିବାକୁ ପଡିବ । କ୍ରୀଡାର ବିକାଶ ହେଲେ ଏକାଧିକ ଅନ୍ତର୍ଜାତୀୟ କ୍ରୀଡାବିତ ସୃଷ୍ଟି ହୋଇପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details